fbpx

ଆଇଏଏସ ବିଜୟ କେତନଙ୍କ ଲାଞ୍ଚ ମାମଲାରେ ଭିଜିଲାନ୍ସ ପାଇଲା ଯଥେଷ୍ଟ ପ୍ରମାଣ

ଭୁବନେଶ୍ୱର, ୭ା୧(ଓଡ଼ିଶା ଭାସ୍କର): ଆଇଏଏସ ବିଜୟ କେତନ ଉପାଧ୍ୟାୟ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଆଜି ସେ ୧ଲକ୍ଷ ଟଙ୍କା ଲାଞ୍ଚ ନେବା ପ୍ରସଙ୍ଗରେ ତଥ୍ୟ ଦେଇଛି ଭିଜିଲାନ୍ସ । ବିଜୟଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚରୁ ମିଳିଛି ସାଙ୍ଘାତିକ ତଥ୍ୟ । ୨୦୧୨ ରୁ ୨୦୧୯ ଭିତରେ ୩ଟି ଖାତାରେ ଜମା ହୋଇଛି ୭୦ଲକ୍ଷ ଟଙ୍କା । ଉଭୟ କାଉଣ୍ଟର ଓ କ୍ୟାସ ଜମା ମେସିନ ଜରିଆରେ ଟଙ୍କା ଜମା ହୋଇଛି । ଏହାସହ ସେ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଥିବା ବେଳେ ଜମା ହୋଇଛି ୨୨ଲକ୍ଷ । ଗୋଟିଏ ଦିନରେ ଏକାଧିକବାର ଆକାଉଣ୍ଟରେ ଟଙ୍କା ଜମା ହୋଇଛି । ସେୟାର ମାର୍କେଟ ଓ ମ୍ୟୁଚୁଆଲ ଫଣ୍ଡରେ ନିବେଶ ନେଇ ବର୍ତ୍ତମାନ ଯାଞ୍ଚ ଚାଲିଛି ।

Get real time updates directly on you device, subscribe now.