fbpx
BJD SKY
BJD SKY

ଶାହାଙ୍କ ଗସ୍ତ ପାଇଁ ନିୟୋଜିତ ହେବେ କେତେ ପ୍ଲାଟୁନ ପୋଲିସ ଫୋର୍ସ, ଜାଣନ୍ତୁ……..

BJD

କଟକ: ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାହାଙ୍କ ପାଇଁ ସୁରକ୍ଷାର ଛାଉଁଣି । ତେବେ ଶାହାଙ୍କ ଏହି ଗସ୍ତ ରେ ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ,ମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ତାଙ୍କ ସହିତ ରହିବେ ବୋଲି ଆଶା କରାଯାଉଛି ।
ସୂଚନାମୁତାବକ ଓଡିଆର ଦୈନିକ ଖବର କାଗଜ ‘ପ୍ରଜାତନ୍ତ୍ର’ର ୭୫ ତମ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବେ ଶାହା । ଏଥିପାଇଁ ଅଗଷ୍ଟ ୮ ତାରିଖରେ ଓଡିଶାର ସିଲଭର ସିଟିକୁ ଆସିବେ ଶାହା । ଶାହାଙ୍କ ଗସ୍ତକୁ ନେଇ କଟକ ପୋଲିସ ଏବଂ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଭୁଭୂଷଣ ହରିଚନ୍ଦନ, ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ର ଏହି ଉତ୍ସବରେ ଯୋଗ ଦେବେ । ତେବେ ନୂଆଦିଲ୍ଲୀ ଫେରିବା ପୂର୍ବରୁ ସେ ଭୁବନେଶ୍ୱରେ ବିଜେପି ସଦସ୍ୟମାନଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ଶାହାଙ୍କୁ ସୁରକ୍ଷା: ନିୟମ ଦୃଷ୍ଟିରୁ ଗୃହମନ୍ତ୍ରୀଙ୍କୁ ଜେଡ ସୁରକ୍ଷା ବଳୟରେ ଅଣାଯିବ । ସୁରକ୍ଷାକୁ କଡାକଡି କରିବା ପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଶାହା ଜାତୀୟପଥ ଦେଇ ଆସିବେ ତେଣୁ ଫୁଲନଖରା ଠାରୁୂ କଟକ ପର୍ଯ୍ୟନ୍ତ ପୋଲିସ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ । ରାସ୍ତର ପ୍ରତି ଦୁଇ ଶହ କିଲୋମିଟରରେ ଜଣେ ଲେଖାଏଁ ସୁରକ୍ଷା କର୍ମୀ ରହିବେ ।

Get real time updates directly on you device, subscribe now.