fbpx
BJD
BJD SKY
BJD SKY

ରୋମାନ୍ସ ସମୟରେ ଫ୍ରାକଚର୍ ହୋଇଗଲା ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପ୍ରାଇଭେଟ୍ ପାର୍ଟ, ବନ୍ଦ ହୋଇଗଲା ପରିସ୍ରା

BJD
ନୂଆଦିଲ୍ଲୀ: ସ୍ତ୍ରୀ ସହିତ ରୋମାନ୍ସ କରିବା ସମୟରେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ପ୍ରାଇଭେଟ୍ ପାର୍ଟ ଫ୍ରାକ୍ଚର ହୋଇଯାଇଛି। ଏହାପରେ ଅସହ୍ୟ ଯନ୍ତ୍ରଣାରେ ବ୍ୟକ୍ତି ଜଣକ ଛଟପଟ ହୋଇଥିଲେ ଏବଂ ପ୍ରବଳ ରକ୍ତସ୍ରାବ ମଧ୍ୟ ହୋଇଥିଲା। ଏପରିକି ବ୍ୟକ୍ତି ଜଣଙ୍କର ପରିଶ୍ରା ମଧ୍ୟ ବନ୍ଦ ହୋଇଯାଇଥିଲା। ପ୍ରବଳ ଯନ୍ତ୍ରଣା ମଧ୍ୟରେ ବ୍ୟକ୍ତି ଜଣକ ମେଡିକାଲରେ ପହଞ୍ଚିଥିଲେ। ଡାକ୍ତର ତୁରନ୍ତ ତାଙ୍କର ଚିକିତ୍ସା କରିଥିଲେ।
ରିପୋର୍ଟ ମୁତାବକ ବ୍ୟକ୍ତି ଜଣକ ଡାକ୍ତରଙ୍କ ପାଖକୁ ତାଙ୍କର ପ୍ରାଇଭେଟ୍ ପାର୍ଟରେ ଯନ୍ତ୍ରଣା ସମସ୍ୟା ପାଇଁ ଆସିଥିଲେ। ତେଣୁ ଇଣ୍ଡୋନେସିଆର ଜାଭାସ୍ଥିତ ଡ. ସୋଏଟୋମୋ ଜେନେରାଲ ହସ୍ପିଟାଲର ଡାକ୍ତରମାନେ ଜରୁରୀକାଳୀନ ପରିସ୍ଥିତିରେ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ଡାକ୍ତରମାନେ ଜାଣିବାକୁ ପାଇଲେ ଯେ ସେହି ବ୍ୟକ୍ତିଙ୍କ ବ୍ୟକ୍ତିଗତ ଅଂଶର ଟିସୁ, ରକ୍ତବାହୀ ଏବଂ ସ୍ନାୟୁ ନଷ୍ଟ ହୋଇଯାଇଛି, ତଥାପି ଡାକ୍ତରମାନେ ତାଙ୍କ ବ୍ୟକ୍ତିଗତ ଅଂଶକୁ ଅତି ଯତ୍ନ ସହକାରେ ଚିକିତ୍ସା କରିଥିଲେ।
ବ୍ୟକ୍ତି ଜଣକ ଡାକ୍ତରଖାନାରେ ପାଞ୍ଚ ଦିନ ରହିବା ପରେ ସୁସ୍ଥ ହୋଇଥିଲେ। ଚାରି ମାସର ଚିକିତ୍ସା ପରେ ଉକ୍ତ ବ୍ୟକ୍ତିଙ୍କର କୌଣସି ଗୁରୁତର ସମସ୍ୟା ନଥିଲା। ବର୍ତ୍ତମାନ ସେ କୌଣସି ଅସୁବିଧା ନକରି ପୂର୍ବ ଭଳି ଜୀବନ ବିତାଉଛନ୍ତି। ତେବେ ଡାକ୍ତର ଏହି ଘଟଣା ବିଷୟରେ କହିଛନ୍ତି ଯେ, ପୁରୁଷଙ୍କ ପ୍ରାଇଭେଟ ପାର୍ଟ ଫ୍ରାକଚର୍ ହେବା ଏକ ସାମାନ୍ୟ ଘଟଣା।  ସମସ୍ୟାରୁ ସୁସ୍ଥ ହେବା ପାଇଁ ଯେତେ ଶୀଘ୍ର ହୋଇପାରିବ ଏହାର ସର୍ଜରି କରିନେବେ ଉଚିତ୍। ସମ୍ଭବତଃ ଏହା ୨୪ ଘଣ୍ଟା ମଧ୍ୟରେ ହେବା ଉଚିତ୍। ଡେଲି ମେଲ୍ ରିପୋର୍ଟ ମୁତାବକ ୧୯୨୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପୁରୁଷଙ୍କ ପ୍ରାଇଭେଟ ପାର୍ଟ ଫ୍ରାକଚର୍ ହେବାର ୨୦୦୦ ଘଟଣା ସାମ୍ନାକୁ ଆସିଛି ।

Get real time updates directly on you device, subscribe now.