fbpx

ନବୀନଙ୍କ ସହ କଥା ହେଲେ ଅମିତ ଶାହା

ଭୁବନେଶ୍ୱର, ୧୯ା୫(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର  ଗୃହମନ୍ତ୍ରୀ ଅମିତ ଶାହା । ସେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମହାବାତ୍ୟା ଅମ୍ଫନ ମୁକାବିଲା ପ୍ରସ୍ତୁତି ନେଇ ନବୀନଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ସମସ୍ତ ପ୍ରକାର କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ ଶାହା ପ୍ରତିଶୃତି ଦେଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମଧ୍ୟ କଥା ହୋଇଛନ୍ତି ଶାହା ।
ଅନ୍ୟପଟେ ତୀବ୍ର ଗତିରେ ମାଡ଼ି ଆସୁଛି ମହାବାତ୍ୟା ଅମ୍ଫନ । ପାରାଦୀପଠାରୁ ୪୮୦କିଲୋମିଟର ଦୂରରେ ରହିଛି ମହାବାତ୍ୟା । ଗତ ୬ଘଣ୍ଟା ଧରି ୧୫ କିଲୋମିଟର ବେଗରେ ଗତି କରୁଛି ଅମ୍ଫନ । ଏବେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି ମହାବାତ୍ୟା । ମହାବାତ୍ୟା ସମୁଦ୍ରରେ ଦୁର୍ବଳ ହୋଇ ଅତି ଭୟଙ୍କର ବାତ୍ୟାର ରୂପ ନେବ । ସୁନ୍ଦରବନରେ ନିକଟରେ ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ରହିଛି । କାଲି ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡ ଫଲ୍ କରବ । ଏହାଫଳରେ ଓଡ଼ିଶାରେ ଆଶିଂକ ପ୍ରଭାବ ପଡ଼ିବା ସହ ପଶ୍ଚିମବଙ୍ଗରେ ମଧ୍ୟ ପ୍ରଭାବ ପଡ଼ିବ । ତେଣୁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ କଥା ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

Get real time updates directly on you device, subscribe now.