fbpx

ବାରମ୍ବାର ଫୁଡ୍‌ ପଏଜନ୍‌ ହେଉଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ

ଆଜିକାଲି ର ଯୁବ ପିଢ଼ି ମାନେ ଅଧିକ ଜଙ୍କ୍ ଫୁଡ୍‌ ଖାଇବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଏହା ଖାଇବା ଦ୍ୱାରା ଫୁଡ୍ ପଏଜନିଂ ଭଳି ସମସ୍ୟା ଅଧିକ ମାତ୍ରାରେ ଦେଖାଯାଉଛି। ସେହିପରି ଖାଇବା ପିଇବାରେ ଠିକ ନରଖିଲେ ପେଟରେ ବ୍ୟାକ୍ଟେରିଆ ପ୍ରବେଶ କରି ଫୁଡ୍ ପଏଜନ୍ ଭଳି ସମସ୍ୟା ସୃଷ୍ଟି କରିଥାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଗଲେ ମଧ୍ୟ ଫୁଡ୍ ପଏଜନ ହୋଇଥାଏ। ତେଣୁ ଏହାକୁ ଅଣଦେଖା ନ କରି ତୁରନ୍ତ ଡାକ୍ତର ପରାମର୍ଶ କରନ୍ତୁ। ତେବେ କେତୋଟି ଘରୋଇ ଉପଚାର  ମଧ୍ୟ ରହିଛି ଯାହା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ। ଆସନ୍ତୁ ଜାଣିବା କେଉଁ କେଉଁ ଘରୋଇ ଉପଚାରରେ ଏହି ସମସ୍ୟା ଦୂର କରି ହେବ।

ଅଦା ଚାହା ପିଇବା ଦ୍ୱାରା ଫୁଡ୍‌ ପଏଜନିଂ ସମସ୍ୟା ସୃଷ୍ଟି କରୁଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ।

ଖାଇବା ପିଇବାରେ ଧ୍ୟାନ ରଖିବା ସହ ବାହାର ଖାଦ୍ୟ ଖାଇବା ଓ ଦୂଷିତ ପାଣି ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ।

ଫୁଡ୍‌ ପଏଜନିଂ ଭଳି ସମସ୍ୟା ଦେଖା ଦେଲେ ପ୍ରଚୁର ପାଣି ପିଅନ୍ତୁ। ଆବଶ୍ୟକ ପଡ଼ିଲେ ଉଷୁମ ପାଣି ପିଅନ୍ତୁ।

 ପ୍ରତିଦିନ ଗୋଟିଏ ଚାମଚ ଜିରାକୁ ପେଷି ଏହାର ପାଉଡର ଖାଆନ୍ତୁ।  କାରଣ ଜିରା ପାଚନ ଶକ୍ତି ବଢ଼ାଇ ଥାଏ।

ଫୁଡ ପଏଜନିଂ ସମସ୍ୟାରୁ ମୁକ୍ତି ପାଇଁ ଏହି ସମୟରେ ଗୋଟିଏ କିମ୍ବା ଦୁଇଟି କଦଳୀ ଖାଆନ୍ତୁ।

 

Get real time updates directly on you device, subscribe now.