fbpx

News across the Earth, news close to your heart, Read Odisha Bhaskar English

ପ୍ରେମ ବିବାହ କରିବା ପଡ଼ିଲା ମହଙ୍ଗା: ଝିଅ ଓ ଜ୍ୱାଇଁଙ୍କୁ ଗୁଳିକଲା ଶ୍ୱଶୂର

ହରିୟାଣା: ପ୍ରେମ ବିବାହ କରିଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ସେମାନଙ୍କ ପରିବାର ସଦସ୍ୟ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ହରିୟାଣାର ଚରଖୀ ଦାଦରୀ ସବଡିଭିଜନ ଅନ୍ତର୍ଗତ ବନ୍ଧଗଲା ଅଞ୍ଚଳରେ। ତେବେ ଏଥିରେ ସ୍ୱାମୀ ସ୍ତ୍ରୀ ଉଭୟ ଆହତ ହୋଇଛନ୍ତି। ତେବେ ଏହି ଘଟଣାର ଅଭିଯୁକ୍ତମାନେ ଫେରାର ଥିବା ପୁଲିସ ସୂଚନା ଦେଇଛି।

ସୂଚନାନୁସାରେ, ବନ୍ଧଗଲା ଅନ୍ତର୍ଗତ ଊଣ ଗାଁର ଜଣେ ୨୫ ବର୍ଷୀୟ ଯୁବକ ମେ ମାସରେ ଉକ୍ତ ଗାଁର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। କିନ୍ତୁ ଯୁବତୀଙ୍କ ପରିବାର ଲୋକେ ସେମାନଙ୍କ ବିବାହରେ ଅସନ୍ତୁଷ୍ଟ ଥିଲେ। ତେବେ ଗତକାଲି ବିଳମ୍ବିତ ରାତିରେ ଯୁବତୀଙ୍କ ବାପା ତାଙ୍କ ଭଣଜା ଏବଂ ଅନ୍ୟ ସହଯୋଗୀମାନଙ୍କ ସହିତ ଝିଅର ଶାଶୁ ଘରେ ପହଞ୍ଚି ଝିଅକୁ ଜବରଦସ୍ତି ସେଠାରୁ ନେଇଯିବାକୁ ଉଦ୍ୟମ କରିଥିଲେ । ଯୁବକ ଜଣକ ଏହାକୁ ବିରୋଧ କରିବାରୁ ଅଭିଯୁକ୍ତ ବାପା ଜ୍ୱାଇଁଙ୍କୁ ତାଙ୍କ କାନ୍ଧରେ ଗୁଳି କରିଥିଲେ। ଏପରିକି ଝିଅକୁ ସାଙ୍ଗରେ ନେଇ ସେଠାରୁ ଚାଲି ଯାଇଥିଲେ । ତେବେ ପୁଲିସ ଆସିବା ଜାଣିପାରି ଗାଁ ନିକଟରେ ଯୁବତୀଙ୍କ ଉପରକୁ ପାଞ୍ଚ ରୁ ଛଅ ଥର ଗୁଳି ଚଳାଇ ସେଠାରୁ ପଳାଇ ଯାଇଥିଲେ ।

ତେବେ ଯୁବତୀଙ୍କୁ ଚିକିତ୍ସା ପାଇଁ ରୋହତକ ପିଜିଆଇରେ ଭର୍ତ୍ତି କରାଯାଇଛି । ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ତେବେ ବନ୍ଧଗଲା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସର ଏକ ସ୍ୱତନ୍ତ୍ର ଟିମ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିପଡ଼ିଛି । ଏ ଘଟଣାରେ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରି ତଦନ୍ତ ଜାରି ରଖିଛି ପୁଲିସ ।

Get real time updates directly on you device, subscribe now.