fbpx

ଆସିଲା ଜିଓର ସବୁଠାରୁ ଶସ୍ତା ଫ୍ୟାମିଲି ପ୍ଲାନ ଯେଉଁଥିରେ ଚାଲିବ ୪ ଜଣଙ୍କ ଫୋନ୍‌

ନୂଆଦିଲ୍ଲୀ: ଜିଓର ରିଚାର୍ଜ ପ୍ଲାଟଫର୍ମରେ ୟୁଜର୍ସଙ୍କୁ ବହୁ ସମୟରେ ବିଭିନ୍ନ ପ୍ରକାର ଅପ୍ସନ ମିଳିଥାଏ । କମ୍ପାନୀ ଏହାର ପୋଷ୍ଟପେଡ୍ ପ୍ଲାନରେ ବି ଦୁଇ ପ୍ରକାର ସେବା ଚୟନ କରିବାକୁ ଅପ୍ସନ ଦେଇଥାଏ । ଆପଣ ଚାହିଁଲେ ଏକ ସିମ୍ପଲ ପୋଷ୍ଟପେଡ୍ ପ୍ଲାନ୍ ଚୟନ କରିପାରିବେ କିମ୍ବା ପୁରା ପରିବାର ଲାଗି ଏକ ଫ୍ୟାମିଲି ପ୍ଲାନ୍ କିଣିପାରିବେ ।

କମ୍ପାନୀ ଅଲଗା ଅଲଗା ରିଚାର୍ଜ ସହିତ ଫ୍ୟାମିଲି ପ୍ଲାନ ଅପ୍ସନ ଦେଇଥାଏ । ଏହିପରି ଏକ ଶସ୍ତା ଫ୍ୟାମିଲି ପ୍ଲାନ ହେଉଛି ୩୯୯ ଟଙ୍କାର ଏକ ପ୍ଲାନ । ଏଥିରେ ୟୁଜର ୩ ଆଡିସନାଲ ସଂଯୋଗ କରିପାରିବ । ଏହି ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ୭୫ ଜିବି ଡାଟା ମିଳିବ । ଏହା ସହିତ ଅତ୍ୟଧିକ ସଂଯୋଗରେ ପ୍ରତି ୟୁଜର୍ସଙ୍କୁ ୫ଜିବି ଡାଟା ଅଲଗା ମିଳିବ । ଏଥିରେ ୟୁଜର୍ସଙ୍କୁ ଅନଲିମିଟେଡ୍ ଭଏସ୍ କଲିଂ ସୁବିଧା ମିଳିବ । ଏହା ବ୍ୟତିତ ପ୍ରତିଦିନ ୟୁଜର୍ସଙ୍କୁ ୧୦୦ ଏସଏମଏସ୍ ମିଳିବ । ଏହି ରିଚାର୍ଜ ପ୍ଲାନରେ ଜିଓ ଟିଭି, ଜିଓ କ୍ଲାଉଡ୍‌, ଜିଓ ସିନେମା ଆକ୍ସେସ ବି ମିଳିଥାଏ ।

କିନ୍ତୁ ଅତିରିକ୍ତ ସଂଯୋଗ ପାଇଁ ଆପଣଙ୍କୁ ୯୯ ଟଙ୍କା ଅଲଗା ଦେବାକୁ ହେବ । ଏହା ସହିତ ଏଥିରେ ମିଳୁଥିବା ଜିଓ ସିନେମାର ସବସ୍କ୍ରିପସନ୍ ପ୍ରିମିୟମ ହେବ ନାହିଁ । ଜିଓ ସିନେମାର ପ୍ରିମିୟମ ସବସ୍କ୍ରିପସନ୍ ୯୯୯ଟଙ୍କାରେ ମିଳିଥାଏ ।

Get real time updates directly on you device, subscribe now.