fbpx

ରାଶିଫଳ (ମଙ୍ଗଳବାର ,୨୩ ମାର୍ଚ୍ଚ ,୨୦୨୧)

ମେଷ : ଆଜିର ଦିନଟି ଆପଣଙ୍କ ପାଇଁ ମିଶ୍ରିତ ରହିବ । ଅସୁସ୍ଥତା, ବ୍ୟଗ୍ରତା, ଥକ୍କା ଓ ଆଳସ୍ୟ ଅନୁଭବ କରିବେ । ମନ ଅଶାନ୍ତି ରହିବ । ଯେଉଁ କାର୍ଯ୍ୟ କରିବେ ତାହା ଖରାପ ହେବାର ଆଶଙ୍କା ରହିଛି । ଧାର୍ମିକ ଯାତ୍ରାର ଆୟୋଜନ ହେବାର ଆଶା ରହିଛି ।

ବୃଷ : ଦିନଟି ଅତ୍ୟନ୍ତ ସାବଧାନର ସହ ବିତାନ୍ତୁ । ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ସ୍ୱାସ୍ଥ୍ୟବସ୍ଥା ଖରାପ ହେବାର ଆଶଙ୍କା ରହିଛି । ଶାରୀରିକ ଓ ମାନସିକ ସ୍ତରରେ ବ୍ୟାକୁଳତା ଅନୁଭବ କରିବେ । ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ ।

ମିଥୁନ : କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍କର୍ମରେ ନିଜକୁ ନିୟୋଜିତ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।

କର୍କଟ : ନିଜ କାର୍ଯ୍ୟ କଳାପର ସମୀକ୍ଷା କରିପାରନ୍ତି । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ସୁ-ସମ୍ବାଦ ପାଇ ଉତ୍ଫୁଲ୍ଲିତ ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ôଥକ ସ୍ଥିତି ସ୍ୱଚ୍ଛଳ ରହିବ । ଦିନଟି ଶୁଭଙ୍କର । ବିଜୟୀ ହେବେ ।

ସିଂହ : ଦିନଟି ବ୍ୟସ୍ତ ଭିତରେ କଟିବ । ସୁସ୍ଥ ରହିବେ । ପରିବାରରେ ହସ ଓ ଖୁସିର ପରିବେଶ ରହିବ ।

କନ୍ୟା : ଚାକିରୀରେ ପରିବର୍ତ୍ତନର ଯୋଗ ରହିଛି । ପରିବାରରେ ଝଗଡ଼ା ହୋଇପାରେ । ସୋରିଷ ଖାଇ ଘରୁ ବାହାରନ୍ତୁ ।

ତୁଳା : ସାଙ୍ଗସାଥୀଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ । ଧନ ଲାଭର ଯୋଗ ରହିଛି । ବିଦେଶରୁ ଶୁଭ ସମାଚାର ମିଳିବ । କୌଣସି ଧାର୍ମିକ ସ୍ଥଳକୁ ଯିବାର ସମ୍ଭାବନା ରହିଛି । ପୁଞ୍ଜିନିବେଶଙ୍କ ପାଇଁ ଏହା ସବୁଠୁ ଉତ୍ତମ ସମୟ ।

ବିଚ୍ଛା : କ୍ୟାରିଅରରେ ଉନ୍ନତି କରିବେ । ଦୀର୍ଘଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ଖର୍ଚ୍ଚ ବଢ଼ିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ପରିବାରରେ ହସ ଓ ଖୁସିର ପରିବେଶ ରହିବ ।

ଧନୁ : ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ଧନପ୍ରାପ୍ତିର ଯୋଗ ରହିଛି । ମାନ-ସମ୍ମାନ ମିଳିବ । ସୁ-ସମ୍ବାଦ ପାଇ ଉତ୍ଫୁଲ୍ଲିତ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିବେ । ଦିନଟି ଶୁଭଙ୍କର । ବିଜୟୀ ହେବେ ।

ମକର : ପ୍ରିୟ ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ । ଧୈର୍ଯ୍ୟହରା ହୋଇପାରନ୍ତି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ମାନସିକ ସ୍ତରରେ ଅଶାନ୍ତି ଅନୁଭବ କରିବେ । ପରିଶ୍ରମର ମୂଲ୍ୟ ମିଳିବ ।

କୁମ୍ଭ : କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ସବୁଠାରୁ ଉତ୍ତମ ଦିନ । ଚାକିରି ଓ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ରହିଛି । ପତ୍ନୀ ଓ ପୁଅଠୁ ଆନନ୍ଦଦାୟକ ସମାଚାର ମିଳିବ । ଭ୍ରମଣର ଯୋଜନା କରିପାରନ୍ତି । କିଛି ନୂଆ ଶିକ୍ଷା ମିଳିବାର ଆଶା ରହିଛି ।

ମୀନ : ଆଗକୁ ବଢ଼ିବାର ଦିନଟିଏ । ରାଜନୀତିରେ ସୀମା ବଢାଇବେ । ଆର୍ôଥକ ସ୍ଥିତିରେ ସୁଧାର ହେବ । ପୁରୁଣା ଭୂସମ୍ପତ୍ତି ମାମଲାରେ ସ୍ଥଗିତ ଥିବା କାମ ପୂରା ହେବ । ବ୍ୟବସାୟରେ ଫାଇଦା ମିଳିବ । ପ୍ରେମୀଜନଙ୍କଠାରୁ ସୁଖ ଓ ସନ୍ତୋଷ ମିଳିବ ।

Get real time updates directly on you device, subscribe now.