fbpx

ରାଶିଫଳ (ଶନିବାର , ୨୭ ଫେବୃୟାରୀ ୨୦୨୧)

ମେଷ : ଅଯଥା ଭୟଯୋଗୁ ନିଜର ମାନସିକ ଅବସ୍ଥାକୁ ବିବ୍ରତ କରନ୍ତୁ ନାହିଁ । ବିନା କାରଣରେ ଭୟଭୀତ ହୁଅନ୍ତୁ ନାହିଁ । ଦୁଃଶ୍ଚିନ୍ତାକୁ ଆପଣେଇବା ଦରକାର ନାହିଁ, ଯେଉଁଥିପାଇଁ ଆପଣ ଏତେ ଚିନ୍ତାଗ୍ରସ୍ତ ତାହା ଭିତ୍ତିହୀନ ।

ବୃଷ : ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।

ମିଥୁନ: ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ ମିଳିଯିବ। ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସି ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ।

କର୍କଟ : ଆଜି ଆପଣ ନିଜର ମୂଲ୍ୟବାନ ଜିନିଷକୁ ସାଇତି ରଖନ୍ତୁ । ନଚେତ୍ ତାହା ହଜିଯିବାର ସମ୍ଭାବନା ଅଛି । ଆଦୌ ଚିନ୍ତା କରନ୍ତୁ ନାହିଁ । କେବଳ ସତର୍କତା ଅବଲମ୍ବନ କରନ୍ତୁ ।

ସିଂହ : ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ ଓ ଉନ୍ନତି ପରିଲକ୍ଷିତ ହେବ ।

କନ୍ୟା : ଆଜି ସନ୍ଧ୍ୟାରେ ଆପଣ ନିଜର ମୂଲ୍ୟବାନ , ଜିନିଷ ଚୋରି ପାଇଁ ଚିନ୍ତିତ ରହିପାରନ୍ତି । ଯେଉଁଥିପାଇଁ ଆପଣ କିଛି ସୁଚିନ୍ତିତ ପଦକ୍ଷେପ ନେଇ ପାରନ୍ତି । ତେଣୁ ସାବଧାନ ରୁହନ୍ତୁ ।

ତୁଳା : ଆପଣଙ୍କର ସ୍ୱପ୍ନ ସାର୍ଥକ ହେବାପାଇଁ ଯେଉଁ କାର୍ଯ୍ୟ କରି ଆସୁଛନ୍ତି ତାହାର ସୁଫଳ ମିଳୁ ନଥିବାରୁ ଆପଣଙ୍କ ମନରେ ନିରାଶ ସୃଷ୍ଟି ହୋଇପାରେ । କିନ୍ତୁ ସେଥିପାଇଁ ବିବ୍ରତ ହୁଅନ୍ତୁନି ।

ବିଛା : ଆଜି ଆପଣ ସଫଳତାର ମୁକୁଟ ପିନ୍ଧିବେ ,ଏହି ସଫଳତାର ଅସଲ ହକଦାର ଆପଣ, କାରଣ ଏହି ସଫଳତା ପାଇବା ପାଇଁ ଆପଣ ଅପ୍ରାଣ ଉଦ୍ୟମ କରିଛନ୍ତି । ଆଜି ସବୁ ଚିନ୍ତିତରେ ଦୂରେଇ ଯାଇ ସଫଳତାକୁ ଉପଭୋଗ କରନ୍ତୁ ।

ଧନୁ : ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଚାହୁଁଛନ୍ତି, କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇଛି ଆପଣଙ୍କୁ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଜରୁରୀ ।

ମକର : ଅନ୍ୟମାନଙ୍କର ଅଭିଯୋଗ ସମାଲୋଚନାକୁ ଖାତିର ନ କରି ଦିନ କଟାଇବେ ଏବଂ ଅନ୍ୟମାନଙ୍କ ସମାଲୋଚନା ଦ୍ୱାରା ନିଜେ ପ୍ରଭାବିତ ହେବେ ନାହିଁ । ପରିଶେଷରେ ଅନ୍ୟମାନେ ଆପଣଙ୍କୁ ଗ୍ରହଣ କରିବେ ।

କୁମ୍ଭ : ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ ମିଳିଯିବ।ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।

ମୀନ : ଆଜି ଆପଣଙ୍କ ନିଜ ସବୁ ସମସ୍ୟାକୁ ସମାଧାନ କରିବା ଚେଷ୍ଟାରେ ଲାଗିଯିବେ । ଏହି ସମୟରେ କୌଣସି ରୋଗ କିମ୍ବା ବିଷୟକୁ କେବଳ ଉପରେ ସମାଧାନ କରନ୍ତୁ ନାହିଁ । ଆପଣ ଏହାର ମୂଳୋତ୍ପାଟନ କରିବାକୁ ଚେଷ୍ଟା କରନ୍ତୁ ।

Get real time updates directly on you device, subscribe now.