fbpx

ରାଶିଫଳ (ଗୁରୁବାର, ୪ ମାର୍ଚ୍ଚ ୨୦୨୧)

ମେଷ: ଭାଗ୍ୟର ସହାୟତା ମିଳିବ ଫଳରେ ମାନସିକ ସ୍ତରରେ ଉତ୍ସାହ ଉଦ୍ଦିପନା ସହିତ ପାରିବାରିକ ଶାନ୍ତି ବଜାୟ ରହିବ, ମାନ ସମ୍ମାନ,ଟଙ୍କାପଇସା କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ କର୍ମ ସମ୍ବଦ୍ଧୀୟ ଶୁଭ ଖବର ମିଳିବ, ସୁଖ ଶାନ୍ତି କାରକ ଦ୍ରବ୍ୟ ପ୍ରାପ୍ତି ହେବ ।

ବୃଷ: ପାରିବାରିକ ପରିବେଶରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ, ନିଜ ପାଖ ପଡୋଶିଙ୍କର ସେବାରେ ବ୍ୟସ୍ତ ରହି ମାନସିିକ ଆତ୍ମତୃପ୍ତି ବଢିବ, କୌଣସି ଅଚାନକ ଅଯଥା ବ୍ୟୟଭାର ବଢିବ କିମ୍ବା କାହା ସହିତ ମନାନ୍ତର ମତାନ୍ତର ହେବ ତେଣୁ କୌଣସି ତରବରିଆ ନିଷ୍ପତ୍ତିି ନିଅନ୍ତୁ ନାହିଁ ।

ମିଥୁନ :ସମୟର ସ୍ରୋତ ଆପଣଙ୍କର ସପକ୍ଷରେ ଯିବ, ଦାୟିତ୍ୱ ବୃଦ୍ଧି ହେବ,ପାରିବାରିକ ସମ୍ପର୍କରେ ଲାଭ ମିଳିବ, ଜପତପ ଧର୍ମଜ୍ଞାନ ବଢିବ, ଲାଭ, ଆର୍ଥିକ ଉନ୍ନତି ହେବ, କୌଣସି ସମାଜକଲ୍ୟାଣ କାର୍ଯ୍ୟକରିବେ ।

କର୍କଟ: କର୍ମକ୍ଷେତ୍ରରେ କୌଣସି ବଡ ଯୋଜନାର ରୁପାୟନରେ କର୍ମଚାପ ବଢିବ, ଅର୍ଥଚିନ୍ତା, ବ୍ୟୟ ବୃଦ୍ଧି ଓ ଭୁଲ ନିଷ୍ପତ୍ତିର ଶିକାର ହେବେ, ଅଶାନ୍ତି, ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାବଣାର ଶିକାର, ମନ ଦୋଦୁଲ୍ୟମାନ ପରିସ୍ଥିତି ମଧ୍ୟରେ ଭୁଲ ନିଷ୍ପତ୍ତିି ନେଇ ଦଣ୍ଡିତ ହେବେ ।

ସିଂହ: ଜନ ସଂପର୍କ, ପୂଜାକଲ୍ୟାଣ କାର୍ଯ୍ୟରେ ସମ୍ପୃକ୍ତି, ଉଚ୍ଚ ଶିକ୍ଷାରେ ଋଚି ବଢିବ ଏବଂ ମାନସିକ ଶାନ୍ତି ବଢିବ, ବିଦେଶ ସମ୍ପର୍କରେ ଥିବା ବ୍ୟକ୍ତିମାନଙ୍କର ମାନସିକ ଚିନ୍ତା ବଢିବ ।

କନ୍ୟା: ଆର୍ଥିକ ଅଭିବୃଦ୍ଧି, ଯଶ ଓ ପଦ ମର୍ଯ୍ୟଦା ବୃଦ୍ଧିହେବ,ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଲାଭ ହେବ, ପରିବାରର ସହଯୋଗରେ ମନୋବଳ ବୃଦ୍ଧି ହେବ, ପାରିବାରିକ ନିବିଡତା ବଢିବ, ସମୁହ କଲ୍ୟାଣ କାର୍ଯ୍ୟରେ ଯୋଗଦାନ କରିବେ ।

ତୁଳା: କୌଣସି ପ୍ରକାରର ସରକାରଙ୍କର ଯୋଜନାରେ ଲାଭାନ୍ୱିତ ହେବେ, ପାରିବାରିକ ଶାନ୍ତି ମିଳିବ, ଭାଇଭାଇ ଭାବ ନିବିଡତା ବଢିବ, ଧାର୍ମିକ ଭାବନା ବଢିବ, ପିଲାମାନଙ୍କ ମଧ୍ୟରେ ଆତ୍ମବଳ ବଢିବ,ଜୀବନର କୌଣସି ଲକ୍ଷ ପୂର୍ଣ୍ଣ ହେବ, ଭ୍ରମଣ କଷ୍ଟ ମିଳିବ ।

ବିଛା: ଭାଷାଗତ ଜ୍ଞାନ ବୃଦ୍ଧିହେବ, ଧର୍ମଚର୍ଚ୍ଚା ବଢିବ ମାତ୍ର ମାନସିକ ଅଶାନ୍ତି ବୃଦ୍ଧି ହେବ, ଆର୍ଥିକ ଅବନତି ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ବଢିବ, ମାନସିକଚାପ ବଢିବ, ଭାତୃବର୍ଗରେ ମତାନ୍ତର ସହିତ ମାନସିକ ଚିନ୍ତା ବଢିବ, କର୍ମଗତ ସଂଘର୍ଷ ବଢିବ, କୌଣସି ଯୋଜନାରେ ଅସଫଳ ହେବେ, ଆର୍ଥିକ ଦୁର୍ବଳତା ପରିଲିକ୍ଷିତ ହେବ, ମନ ଚିନ୍ତାଗ୍ରସ୍ତ ରହିବ ।

ଧନୁ : ସାହାର୍ଯ୍ୟ ସହଯୋଗ କରି ବନ୍ଧୁ ପରିଜନରେ କିମ୍ବା ସମାଜରେ ସମ୍ମାନ ବୃଦ୍ଧି ହେବ,ମାନସିକ ଶାନ୍ତି ବୃଦ୍ଧି ହେବ, ଜପତପ ପୂଜାର୍ଚ୍ଚନାରେ ସମୟ ଅତିବାହିତ ହେବ ସହଯୋଗ ମିଳିବ ଓ କର୍ମକ୍ଷେତ୍ରରେ ଅଭିବୃଦ୍ଧି ସୃୃଷ୍ଟି ହେବ, ପାରିବାରିକ ସୁଖ ବଢିବ ।

ମକର : ଧର୍ମଚର୍ଚ୍ଚା ଏବଂ ଆଧ୍ୟାତ୍ମିକ ଜ୍ଞାନ ବଢିବ, ଅଚାନକ ସୁ-ଖବର ପ୍ରାପ୍ତ ହେବ, କୌଣସି ବ୍ୟବସାୟିକ ଯୋଜନାରେ ସଫଳ ହେବେ, କିଛି ନୂଆ ବିଦ୍ୟା ଆହରଣ କରିବେ, ନିଜ ପାଖପଡିସା ଏବଂ ବନ୍ଧୁପରିଜନରେ ସାହାଯ୍ୟ ସହଯୋଗ ମିଳିବ ।

କୁମ୍ଭ : ଜୀବନସାଥି ସହ ମତାନ୍ତର ମନାନ୍ତର ହୋଇପାରେ, କର୍ମଚାପ କିଛି କିଛି ରହିବ, କିନ୍ତୁ ଆର୍ଥିôକ ଲାଭ କିମ୍ବା ଚେଷ୍ଟା କରୁଥିବା କୌଣସି କାର୍ଯ୍ୟ ସହଜରେ ପୂରଣ ହେବ, ବିଷୟ ସୁଖ ପ୍ରାପ୍ତ ହେବ, ନୂଆ ସଂପର୍କ ଯୋଡି ହେବ, ଯୋଜନା ଅନୁଯାୟୀ ଫଳ ମିଳିବ, ମନ ଶାନ୍ତ ରହିବ ।

ମୀନ : ସ୍ୱାସ୍ଥ୍ୟ ଜନିତ କ୍ଷୟକ୍ଷତି ରହିବ, ବିନା ଦୋଷରେ ଅପମାନିତ ହେବେ, ପ୍ରସାଶନର ଆକ୍ରୋସର ଶିକାର ହେବେ । କୌଣସି ଅଚାନକ ଅଯଥା ବ୍ୟୟଭାର ବଢିବ କିମ୍ବା କାହା ସହିତ ମନାନ୍ତର ମତାନ୍ତର ହେବ ତେଣୁ କୌଣସି ତରବରିଆ ନିଷ୍ପତି ନେବେ ନାହିଁ ।

Get real time updates directly on you device, subscribe now.