fbpx
BJD SKY
BJD SKY

ରାଶିଫଳ (ଶୁକ୍ରବାର, ୫ ଫେବୃୟାରୀ ୨୦୨୧ )

BJD

ମେଷ – କର୍ମକ୍ଷେତ୍ରରେ ସମସ୍ତ ପ୍ରକାରର ସହଯୋଗ ମିଳିବ । ସାଂସରିକ ଜୀବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୂରହେବ । ଧାର୍ମିକ ସ୍ଥାନ ଭ୍ରମଣ କରିବେ ।

ବୃଷ – ଆର୍ଥିକ କ୍ଷେତ୍ରରେ ଅବନତି ଘଟିବ, ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣ କରିବାର ର୍ଦୁଯୋଗ ରହିବ, ପ୍ରେମ ଜୀବନ ଓ ସାଂସାରିକ ଜୀବନକୁ ନେଇ ଖୁସି ରହିବେ, ଲୋକସଂପର୍କ କ୍ଷେତ୍ରରେ ସମସ୍ୟା ଦେଖାଦେବ ।

ମିଥୁନ– ଶାରୀରିକ କିମ୍ବା ମାନସିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ମାତ୍ର ବ୍ୟବସାୟରେ ଲାଭହେବ । ଗୃହକୁ ବନ୍ଧୁ ଆଗମନ କିଛି ମାତ୍ରାରେ ଆତ୍ମଶାନ୍ତି ପ୍ରଦାୟକ ହେବ ।

କର୍କଟ – ସନ୍ତାନମାନଙ୍କୁ ନେଇ ଗର୍ବ ଅନୁଭବ କରିବେ, ନୂତନ କିଛି ପ୍ରାପ୍ତିହେବ, ପ୍ରତି ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ପରିମାଣରେ ବୃଦ୍ଧି ପାଇବ ।

ସିଂହ– ସାମଜିକସ୍ତରରେ ମାନସମ୍ମାନ ବୃଦ୍ଧି ହେବ । ଧନ ସଂଚୟର ବାଟ ଖୋଲିବ । ଚାକିରିରେ ପଦ ମର୍ଯ୍ୟଦା ପ୍ରାପ୍ତି ଯୋଗ ସୃଷ୍ଟି ହେବ । ବିବାହ ଯୋଗ୍ୟ ପିଲାଙ୍କର ସୁଯୋଗ ସୃଷ୍ଟି ହେବ ।

କନ୍ୟା – ମାନସିକ ଅବସାଦ ଦେହ ଓ ମନକୁ ଦୁର୍ବଳ କରିଦେବ । ତଥାପି କିଛି ଶୁଭପ୍ରଭାବ ବଳରେ ନିଜର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ।ବିଦ୍ୟାର୍ଥୀମାନେ ନିଜ ମନମୁତାବକ ପରିବେଷରେ ସମୟ କାଟିବେ।

ତୁଳା – ଶୁଭ ସମୟ ହେତୁ କର୍ମକ୍ଷେତ୍ରରେ ଶତ୍ରୁମାନେ ପରାହତ ହେବେ ଓ ବ୍ୟବସାୟରେ ଲାଭ ବୃଦ୍ଧି ପରିଲିକ୍ଷିତ ହେବ । ବ୍ୟୟଠାରୁ ଆୟ ବଢିବ ତେଣୁ ମାନସିକ ତୃପ୍ତି ବଢିବ।

ବିଛା – ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ନୂତନ ଯାନ କିମ୍ବା କିଛି ନୂଆ ଦ୍ରବ୍ୟ କ୍ରୟ କରିବେ। ମନମୁତାବକ ପ୍ରତି କାର୍ଯ୍ୟ ପୁରଣ ହେବ।

ଧନୁ – ପରିସ୍ଥିତି ଆପଣଙ୍କ ବିପକ୍ଷରେ ଯିବ, କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦ୍ଦମାର ସମାଧାନ ହେବାର ସମ୍ଭାବନା ସୃଷ୍ଟି ହେବ । ପିଲାମାନେ ଚଞ୍ଚଳମନା ହୋଇ ଭୁଲ କରିବେ ।

ମକର – ଦେହ ମନ ଭଲ ରହିବ, ଆୟ ବୃଦ୍ଧି ହେବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମକ୍ଷେତ୍ର ତଥା ପାରିବାରିକ ପରିବେଷରେ ସମସ୍ତ ଦିଗରୁ ଶୁଭତ୍ୱ ବଢିବ । ଛାତ୍ରଛାତ୍ରୀମାନେ ପାଠ ପଢ଼ାରେ ମନ ଦେବେ ।

କୁମ୍ଭ – ଦିନଟି ଆତ୍ମଶାନ୍ତିଭରା ପରିବେଷରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ବୃଦ୍ଧି ହେବ । ପ୍ରସାଶନିକ ସେବା, ଆଇନ ବିଭାଗ, ଯାନ୍ତ୍ରିକ ବିଭାଗ, ପ୍ରକାଶକ, ଲେଖକ, କଳାକାର ଆଦି କ୍ଷେତ୍ରରେ କର୍ମରତମାନେ ଶୁଭଫଳ ଅଧିକ ପାଇବେ ।

ମୀନ – ବ୍ୟବସାୟ ତଥା ଚାକିରିରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ । କ୍ରୀଡା, ଔଷଧ, ସାମରିକ, ଇନ୍ଧନ ସମ୍ବନ୍ଧୀୟ କ୍ଷେତ୍ରରେ ଅଧିକ ଶୁଭ ।

Get real time updates directly on you device, subscribe now.