fbpx

ରାଶିଫଳ (ରବିବାର, ୭ ମାର୍ଚ୍ଚ ୨୦୨୧)

ମେଷ: ଯୋଜନାରେ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ, ଅର୍ଥଚିନ୍ତା ଦୂର ହେବ ଏବଂ ମାନସିକ ଶାନ୍ତି ବଢିବ, ଯଥାସାଧ୍ୟ ଅର୍ଥ ପ୍ରାପ୍ତି ହେବ ଏବଂ ଆଶାଜନକ ପରିବେଶ ପରିସ୍ଥିତି ରହିବ, କିଛିଖାଦ୍ୟ କାଉଙ୍କୁ ଦିଅନ୍ତୁ ଶୁଭତ୍ୱ ବୃଦ୍ଧି ହେବ ।

ବୃଷ: ଶୁଭଦିନ ରହିବ, ତେଣୁ ଟଙ୍କାପଇସାକୁ ନେଇ ଚିନ୍ତା କମିବ, ଲୋକସମ୍ପର୍କ ବଢିବ ଏବଂ କର୍ମକ୍ଷେତ୍ରରେ ଆଶାଜନକ ସ୍ଥିତି ରହିବ, ଆଜି ସକାଳୁ ସ୍ନାନସାରି ଗୁରୁଜନମାନଙ୍କର ଆଶୀର୍ବାଦ ନିଅନ୍ତୁ । ଶୁଭରେ ଶୁଭରେ ଦିନ କଟିବ ।

ମିଥୁନ: ଚାକିରି ହେଉ କିମ୍ବା ବ୍ୟବସାୟ କିଛି କିଛି ବାଧାବିଘ୍ନ ରହିବ, ପରିବାରରେ ଭୁଲବୁଝାବଣା ରହିବ । ମନ ଅସ୍ଥିର ରହିବ ତେଣୁ ସତର୍କ ରହିଥିବେ । ଆଜି ପରିଶ୍ରମ ମୁତାବକ ଫଳ ପାଇବେ ନାହିଁ ଓ ମନ ଆନନ୍ଦରେ ସମୟ କଟିବ ।

କର୍କଟ: ମାନ ସମ୍ମାନ, ଟଙ୍କାପଇସା କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ପ୍ରକାର କର୍ମ ସମ୍ବନ୍ଧୀୟ ଶୁଭ ଖବର ମିଳିବ । ମନମୁତାବକ ଯୋଜନାରେ ସଫଳ ହେବେ ଚେଷ୍ଟା କାରି ରଖନ୍ତୁ ଓ ବିବାହଯୋଗ୍ୟ ପିଲାଙ୍କର ସମ୍ଭାବନା ସୃଷ୍ଟି ହେବ ।

ସିଂହ: କୌଣସି ଅତୀତର ଯୋଜନାରେ ସଫଳ ହେବେ, ପାରିବାରିକ ପରିବେଶ ଭଲ ରହିବ, ଆଜି ପରିଶ୍ରମ ମୁତାବକ ଫଳ ମିଳିବ । କିନ୍ତୁ ମନ ବିଚଳିତ ରହିବ । ତେଣୁ ଜଳରେ ହଳଦୀ ମିଶାଇ ସ୍ନାନ କରିବେ, କୌଣସି ପ୍ରକାରର ଆଶା ପୂରଣ ହେବ ।

କନ୍ୟା: କର୍ମ ଏବଂ ଅର୍ଥ ଚିନ୍ତା ବଢିବ । ତେଣୁ ସ୍ନାନ ପରେ ମହୁଖାଇ ଦିନ ଆରମ୍ଭ କରନ୍ତୁ ରିଷ୍ଟ କମିବ । କର୍ମସ୍ଥଳରେ ଆଶାଜନକ ପରିସ୍ଥିତି ରହିବ । ଜାଗାବାଡି ଏବଂ ନୂତନ ଯାନବାହାନ କ୍ରୟ ନିମନ୍ତେ ସୁଯୋଗ ସୃଷ୍ଟି ହେବ ।

ତୁଳା: କୌଣସି ଚିନ୍ତା ମନକୁ ଦୁର୍ବଳ କରିଦେବ । ଲୁଣ ଖାଇବେ ନାହିଁ ଏବଂ ସୁନ୍ଦରକାଣ୍ଡ ପଢନ୍ତୁ କିମ୍ବା ଶୁଣନ୍ତୁ । ଏତେ ଶୁଭଦିନ ନୁହେଁ ତେଣୁ ମଥାରେ ଚନ୍ଦନ ଲଗାଇଲେ ମନ ଶାନ୍ତ ରହିବ । ମହିଳା ମାନଙ୍କର ମନର ଆଶା ପୂରଣ ହେବ ।

ବିଛା: ଆଜି ଦିନଟି ଶୁଭରେ ଶୁଭରେ କଟିବ । ଆଶାଜନକ ସମସ୍ତ ପରିବେଶ ପରିସ୍ଥିତି ରହିବ, ଚାକିରିରେ ଶୁଭତ୍ୱ ଏବଂ ବ୍ୟବସାୟରେ ଲାଭ ବଢିବ । ପୁରୁଣା ରୋଗରୁ ଉପଶମ ମିଳିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ । ଆତ୍ମବଳ ଅଧିକ ରହିବ ।

ଧନୁ: ଆଜି ପରିବାର ସହିତ ସମୟ କାଟନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ ଆତ୍ମଶାନ୍ତି ମିଳିବ, ଆଜି ଶୁଭ ଦିନ ରହିଛି । ତଥାପି କୌଣସି ପ୍ରକାର କିଛି ଖାଦ୍ୟ କୌଣସି ଭୋକିଲାକୁ ଦିଅନ୍ତୁ ମନର ଆଶା ପୂରଣ ହେବ, ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୂରଣ ହେବ ।

ମକର: କୌଣସି ପ୍ରକାରର ଚେଷ୍ଟା କରୁଥିବା କାମ ହେଇଯିବ । ବକେୟା ଅର୍ଥ ଏବଂ ଅଟକିଥିବା କାମ ପ୍ରାପ୍ତ ହେବ, କିନ୍ତୁ ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ୍ ନିଷ୍ପତ୍ତି ନେଇ ନପାରି ମନ ଦୁଃଖ ହେବ । ପ୍ରିୟ ଠାକୁରଙ୍କୁ ଘୃତଦୀପ ଦେଇ ମନର କଥା ଜଣାନ୍ତୁ କଲ୍ୟାଣ ହେବ ।

କୁମ୍ଭ : ମନର ଆଶା ପୂରଣ ହେବ ନାହିଁ । ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ । କିଛି ବିରିଡାଲି ପକ୍ଷୀଙ୍କୁ ଖୁଆଇବେ କଲ୍ୟାଣ ହେବ । ଆଜି ବାଧାବିଘ୍ନ ରହିବ । ପିଲାମାନଙ୍କର ଭବିଷ୍ୟତର ପାଠପଢା ଏବଂ କର୍ମନିଯିକ୍ତିକୁ ନେଇ ଚିନ୍ତିତ ରହିବେ । ଯାନ୍ତ୍ରିକ ଜିନିଷ ଖରାପ ହୋଇ ଅଯଥା ଖର୍ଚ୍ଚାନ୍ତ ହେବେ ।

ମୀନ : ପାରିବାରିକ ପରିବେଶରେ ଖୁସି ମିଳିବ । ପିଲାଙ୍କର ଚାକିରିରେ ସୁଯୋଗ ଆସିବ । କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ । କୌଣସି କ୍ଷେତ୍ରରୁ ସହାୟତା ମିଳିବ । ପରିବାରରେ ଦାୟିତ୍ୱ ବୃଦ୍ଧି ହେବ । ପାରିବାରିକ ସମ୍ପର୍କରେ ଆନନ୍ଦ ମିଳିବ । କର୍ମଜୀବୀ ମହିଳା ଅଧିକ ଶୁଭଫଳ ପାଇବେ ।

Get real time updates directly on you device, subscribe now.