fbpx

ରାଶିଫଳ(ଶନିବାର,୨୪ ଡ଼ିସେମ୍ବର,୨୦୨୨)

ମେଷ : ଭଗବାନଙ୍କ ଆଶୀର୍ବାଦରେ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସଫଳତା ପୂର୍ବକ ସମ୍ପର୍ଣ୍ଣ ହେବ। ଚାକିରି ଏବଂ ବ୍ୟବସାୟରେ ପ୍ରମୋଶନ ଏବଂ ବୃଦ୍ଧି ହେବ। ବ୍ୟାପାରିମାନଙ୍କ ରୋକିଥିବା ଧନ ମିଳିବ। ପିତା ତଥା ବୃଦ୍ଧବର୍ଗଙ୍କଠାରୁ ଲାଭ ହେବ। ଆର୍ଥିକ ଲାଭ ଏବଂ ପରିବାରରେ ଆନନ୍ଦ ରହିବ। ସରକାରଙ୍କର ତରଫରୁ ଲାଭ ମିଳିବ। ଶତ୍ରୁମାନଙ୍କଠାରୁ ସାବଧାନ ରୁହନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।
ବୃଷ : ହାତକୁ ନେଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବାଯୋଗୁଁ ହତାଶା ଅନୁଭବ କରିପାରନ୍ତି। ସମୟରେ କାର୍ଯ୍ୟରେ ସଫଳତା ମିଳିବ। ଖାଇବା ପିଇବା ଏବଂ ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ସମୟ ଉଚିତ ନୁହେଁ। ଅଫିସ୍ କିମ୍ବା ବ୍ୟବସାୟରେ ଅତ୍ୟଧିକ କାର୍ଯ୍ୟର କାରଣରୁ ଥକା ଲାଗିବ। ଚାକିରି କରୁଥିବା ଲୋକଙ୍କୁ ଯଶ ଏବଂ ସଫଳତା ମିଳିବ। ଆର୍ଥିକ ଲାଭ ହେବ।
ମିଥୁନ : ଦିନର ଆରମ୍ଭ ଭଲ ରହିବ। ମିତ୍ରମାନଙ୍କ ସହିନୂଆ କପଡ଼ା, ଗହଣା ଏବଂ ବାହନ କ୍ରୟର ଯୋଗ ଅଛି। ମନ ଆନନ୍ଦପୂର୍ଣ୍ଣ ରହିବ। ସାର୍ବଜନିକ ଜୀବନରେ ସମ୍ମାନ ମିଳିବ। ବ୍ୟାପାରରେ ଭାଗିଦାରୀଙ୍କ ଠାରୁ ଲାଭ ହେବ। ଆଜି ଆପଣଙ୍କ ଦିନ ବୌଦ୍ଧିକ କାର୍ଯ୍ୟ ଏବଂ ଚର୍ଚ୍ଚାରେ କଟିବ। ଆପଣ ନିଜର କଳ୍ପନାଶକ୍ତି ଏବଂ ସୃଜନଶକ୍ତିକୁ କାର୍ଯ୍ୟରେ ଜୋଡ଼ିବେ।।। ଘରେ ଶାନ୍ତିର ବାତାବରଣ ବନି ରହିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସମକ୍ଷରେ ବିଜୟୀ ହେବେ।
କର୍କଟ : ଆଜିର ଦିନ ଆପଣଙ୍କୁ ଚିନ୍ତା ରହିତ ଏବଂ ଖୁସି ମିଳିବ। ପାରିବାରିକ ସଦସ୍ୟମାନଙ୍କ ସହିତ । କାର୍ଯ୍ୟରେ ସଫଳତା ଏବଂ ଯଶ ମିଳିବ। ଚାକିରିକରୁଥିବା ଲୋକମାନଙ୍କୁ ଚାକିରିରେ ଲାଭ ହେବ। ସହକର୍ମିମାନଙ୍କର ସହଯୋଗ ମିଳିବ। ସ୍ଵାସ୍ଥ୍ୟ ଭଲ ରହିବ। ଶାରୀରିକ ଏବଂ ମାନସିକ ରୂପରେ ଚିନ୍ତାଗ୍ରସ୍ତ ହୋଇପାରନ୍ତି। ମଧ୍ୟାହ୍ନ ପରେ ଆପଣ ସୁଖ-ଶାନ୍ତିରେ ଅନୁଭବ କରିବେ। ମିତ୍ରମାନଙ୍କଠାରୁ ଲାଭ ହେବ, ଶାରୀରିକ ଫୁର୍ତ୍ତି ଅନୁଭବ ହେବ।
ସିଂହ : ଆଜିର ଦିନ ଆପଣ ହୃଦୟ ଏବଂ ମନରେ ସୁସ୍ଥ ରହିବେ। ସାହିତ୍ୟରେ ଆପଣଙ୍କ ରୁଚି ରହିବ, ଲେଖନ କାର୍ଯ୍ୟ କରିପାରନ୍ତି। ପ୍ରିୟ ବ୍ୟକ୍ତିଙ୍କର ସହିତ ସାକ୍ଷାତକରି ଖୁସି ରହିବେ। ସନ୍ତାନମାନଙ୍କର ପ୍ରଗତିର ସମାଚାର ମିଳିବ। ବିଦ୍ୟାର୍ଥିମାନଙ୍କପାଇଁ ବହୁତ ଭଲ ଯୋଗ ଅଛି। ବିଦେଶରୁ ଭଲ ସମାଚାର ମିଳିବ। ଧନ ଲାଭ ହେବ। ନୂଆ କାର୍ଯ୍ୟ ପାଇଁ ଭଲ ସମୟ ଅଟେ। ନିବେଶକାରୀମାନଙ୍କ ପାଇଁ ଦିନ ଲାଭଦାୟୀଅଟେ।
କନ୍ୟା : ଆଜି କିଛି ମାମଲାରେ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ମାତାଙ୍କ ସହିତ ସମ୍ବନ୍ଧରେ ଚିନ୍ତା ହୋଇପାରେ। ସ୍ଵଜନମାନଙ୍କ ସହିତ ବାଦ-ବିବାଦ ନ ହେଉ, ଏହାର ଧ୍ୟାନ ରଖିବେ। ଆଜିର ଦିନ ଶୁଭ ଫଳଦାୟୀ ଅଟେ। କାର୍ଯ୍ୟରେ ସଫଳତା ମିଳିବ, ଧନ ଲାଭ ହୋଇପାରେ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଆନନ୍ଦିତ ରହିବେ। ମଧ୍ୟାହ୍ନ ପରେ କିଛି ଦ୍ୱନ୍ଦ୍ୱ ରହିବ। ଅଧିକ ଖର୍ଚ୍ଚ ହୋଇପାରେ। ବାହନ ସୁଖ ମିଳିବ।
ତୁଳା : ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଦିନ ଅନୁକୂଳ ଅଟେ। ଭାଗ୍ୟବୃଦ୍ଧି ଏବଂ ଧନଲାଭର ସମ୍ଭାବନା ଅଛି। ନିକଟସ୍ଥ ସ୍ଥାନକୁ ଧାର୍ମିକ ଯାତ୍ରାର ସଫଳ ଆୟୋଜନ ହେବ। ଶାରୀରିକ ଏବଂ ମାନସିକ ରୂପରେ ସଂପୂର୍ଣ୍ଣ ସୁସ୍ଥ ରହିବେ। ବସ୍ତ୍ରାଭୂଷଣ ତଥା ମନୋରଞ୍ଜନ ପଛରେ ଧନ ଖର୍ଚ୍ଚ ହୋଇପାରେ। ପରିବାରରେ ଆନନ୍ଦ ଏବଂ ଉଲ୍ଲାସମୟ ବାତାବରଣ ରହିବ। ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି।
ବିଚ୍ଛା : ମାଙ୍ଗଳିକ କାର୍ଯ୍ୟ ଏବଂ ନୂଆ କାର୍ଯ୍ୟଗୁଡ଼ିକର ଆୟୋଜନ କରିବା ପାଇଁ ଅତ୍ୟନ୍ତ ଶୁଭ ଦିନ ଅଟେ। ଅବିବାହିତମାନଙ୍କର ବିବାହର ପ୍ରସଙ୍ଗ ବନିବ। ଜୀବନସାଥୀ ଏବଂ ସନ୍ତାନମାନଙ୍କଠାରୁ ଶୁଭ ସମାଚାର ପ୍ରାପ୍ତ ହେବ। ଗୃହସ୍ଥ ଜୀବନ ଏବଂ ଦାମ୍ପତ୍ୟ ଜୀବନରେ ସୁଖ ଏବଂ ସନ୍ତୋଷର ଭାବନାର ଅନୁଭବ ହେବ। ନୂଆ କାର୍ଯ୍ୟର ଆଜି ପ୍ରାରମ୍ଭ କରିପାରନ୍ତି । ବ୍ୟବସାୟରେ ଲାଭର ଅବସର ମିଳିବ।
ଧନୁ : ସନ୍ତାନମାନଙ୍କର ପାଠପଢ଼ାରେ ସଫଳତା ପାଇଁ ଉତ୍ତମ ସମୟ । ବିଦେଶ ବ୍ୟାପାରରେ ଲାଭ ହେବ। ଆପଣଙ୍କ ହାତରେ ଧାର୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟ ହେବ । ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ତରଫରୁ ସୁଖ ମିଳିବ। ବ୍ୟବସାୟ କ୍ଷେତ୍ରରେ ଆଜି ଆପଣଙ୍କପାଇଁ ଲାଭକାରୀ ଦିନ ଅଟେ। ପାରିବାରିକ ଜୀବନରେ ଆନନ୍ଦର ବାତାବରଣ ରହିବ। ମିତ୍ରମାନଙ୍କ ସହିତ ବାହର ଯିବାକୁ ହେବ।
ମକର : ସ୍ଵାସ୍ଥ୍ୟ ସମ୍ବନ୍ଧୀତ ଅସୁବିଧା ହୋଇପାରେ। ବ୍ୟବସାୟରେ ସରକାରଙ୍କର ହସ୍ତକ୍ଷେପ ବଢ଼ିବ। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହେବ। ଆଧ୍ୟାତ୍ମିକ ଏବଂ ଧାର୍ମିକ ବ୍ୟବହାରରେ ବୃଦ୍ଧି ହେବ। ବାମ ଆଖିରେ ଅସୁବିଧା ଏବଂ ଯନ୍ତ୍ରଣାର ଆଶଂକା ଅଛି। ସ୍ତ୍ରୀ ତଥା ସନ୍ତାନଙ୍କର ଚିନ୍ତା ରହିବ। ଚାକିରିରେ ପ୍ରମୋସନର ଯୋଗ ଅଛି। ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଅନୁକୂଳ ବାତାବରଣ ରହିବ।
କୁମ୍ଭ : ପରିବାରରେ ସୁଖ-ଶାନ୍ତି ରହିବ। ପରିଜନ ଏବଂ ମିତ୍ରମାନଙ୍କ ଆଗମନ ହେବ। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଖର୍ଚ୍ଚ ହୋଇପାରେ। ବାଣୀର ପ୍ରଭାବରୁ ଅନ୍ୟ ଲୋକମାନଙ୍କୁ ମୋହିତ କରି ପାରିବେ। ଧନ ଲାଭ ହେବ। ବିଦ୍ୟାର୍ଥିମାନଙ୍କ ପାଇଁ ସଫଳତା ମିଳିବ। ଆଜି ଶାରୀରିକକ୍ଷେତ୍ରରେ ଉର୍ଜାର ଅଭାବ ଅନୁଭବ କରିବେ।
ମୀନ :  ଆଜି ଆପଣ ଧାର୍ମିକ ଏବଂ ମାଙ୍ଗଳିକ ମୁହୂର୍ତ୍ତ ଉପସ୍ଥିତ ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। କ୍ରୋଧର କାରଣରୁ ଅପିସ୍ କିମ୍ବା ଘରେ ମନମାଳିନ୍ୟ ହେବାର ଆଶଙ୍କା ରହିବ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ। ମଧ୍ୟାହ୍ନ ପରେ ନୂଆ କାର୍ଯ୍ୟର ପ୍ରାରମ୍ଭ ନ କରିବାପାଇଁ ଉପଦେଶ ଦିଆଯାଉଛି। ବାଣୀ ଏବଂ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟ ଧ୍ୟାନ ଦେବେ।

Get real time updates directly on you device, subscribe now.