fbpx

ନୂତନ ବର୍ଷରେ ଗତି ପରିବର୍ତ୍ତନ କରିବେ ଶୁକ୍ର; ଏହିସବୁ ରାଶିମାନଙ୍କ ଉପରେ ପଡିବ ପ୍ରଭାବ, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟେତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନକ୍ଷତ୍ର ଏକ ନିର୍ଦ୍ଧିଷ୍ଟ ସମୟରେ ରାଶି ଏବଂ ଗତି ପରିବର୍ତ୍ତନ କରିଥାନ୍ତି । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତି ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ । ତେବେ ଆଗକୁ ନୂତନ ବର୍ଷ ଆସିବାକୁ ଥିବା ବେଳେ ଏହାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏଥିସହିତ ଏହି ନୂତନ ବର୍ଷ ସେମାନଙ୍କପାଇଁ କିପରି ରହିବ ତାହା ମଧ୍ୟ ଜାଣିବାକୁ ଇଚ୍ଛୁକ ଅଛନ୍ତି । ଯାହାକି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଶାସ୍ତ୍ର ମତରେ ନୂତନ ବର୍ଷର ଆରମ୍ଭରୁ ହିଁ ଗ୍ରହ ନକ୍ଷତ୍ରମାନେ ସେମାନଙ୍କ ଗତି ଏବଂ ସ୍ଥିତି ପରିବର୍ତ୍ତନ କରିବେ । ତେବେ ଜାନୁଆରୀ ୧୪ ତାରିଖ ୨୦୨୩ ମସିହାରେ ଶନି ତାଙ୍କ ରାଶି ପରିବର୍ତ୍ତନ କରୁଥିବା ବେଳେ ଶୁକ୍ର ମଧ୍ୟ ୨୦୨୩ ମସିହା ଫେବୃଆରୀ ୧୫ ତାରିଖ ତାଙ୍କ ଗତି ଓ ରାଶି ପରିବର୍ତ୍ତନ କରିବେ । ଫଳରେ ଏହା ସମସ୍ତ ୧୨ଟି ରାଶି ଉପରେ ପ୍ରଭାବ ପକାଇବ । ଯେଉଁ କାରଣରୁ କିଛି ରାଶିର ବ୍ୟକ୍ତି ଅନେକ ସମସ୍ୟା ଦେଇ ଗତି କରିବା ବେଳେ କିଛି ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହା ଶୁଭ ଫଳ ପ୍ରଦାନ କରିବ । ତେବେ ଶୁକ୍ର ଗ୍ରହଙ୍କ ରାଶି ପରିବର୍ତ୍ତନ ଖାସ କରି ୩ଟି ରାଶି ଉପରେ ଅଧିକ ପ୍ରଭାବ ପକାଇବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କ ଜୀବନରେ ଅନେକ ସଫଳତା ପାଇବା ସହ ୨୦୨୩ ବର୍ଷଟି ସେମାନଙ୍କ ପାଇଁ ମଙ୍ଗଳମୟ ହେବ । ବର୍ତ୍ତମାନ ।ସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ୩ଟି ରାଶି ବିଷୟରେ…

ମିଥୁନ:ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନ କାରଣରୁ ମାଲବ୍ୟ ରାଜଯୋଗ ସୃଷ୍ଟି ହେଉଛି । ଯାହାକି ମିଥୁମନ ରାଶିର ବ୍ୟକ୍ତିମାନଙ୍କୁ ଅନେକ ଶୁଭ ଫଳ ପ୍ରଦାନ କରିବ । ଫଳରେ ହଠାତ୍ ଧନ ପ୍ରପ୍ତିର ଯୋଗ ରହିବା ସହ ନୂତନ ଚାକିରୀର ମଧ୍ୟ ସୁଯୋଗ ମିଳିବ । ଏଥିସହିତ କର୍ମ କ୍ଷେତ୍ରରେ ପ୍ରଶଂସା ମିଳିବା ସହ ମାଲିକ ଆପଣଙ୍କ ଉପରେ ପ୍ରଶନ୍ନ ରହିବେ । ଏତତ୍ ବ୍ୟତୀତ ଏହି ରାଶିର ବ୍ୟକ୍ତିମାନଙ୍କୁ ଜୀବନରେ ଅନେକ ସଫଳତା ମିଳିବା ସହ ଅବିବାହିତ ବ୍ୟକ୍ତି ଏବଂ ଝିଅମାନଙ୍କର ବାହାଘର ପ୍ରସ୍ତାବ ।ସିବାର ଯଥେଷ୍ଟ ସମ୍ଭାବନା ରହିଛି । ସର୍ବମୋଟରେ କହିବାକୁ ଗଲେ ୨୦୨୩ ମସିହା ଆରମ୍ଭ ମିଥୁନ ରାଶି ପାଇଁ ଶୁଭ ରହିବ ।

କନ୍ୟା: ଶାସ୍ତ୍ର ମତରେ ମାଲବ୍ୟ ରାଜଯୋଗ କନ୍ୟା ରାଶିର ବ୍ୟକ୍ତିମାନଙ୍କୁ ପାରିବାରି ଏବଂ ଅର୍ଥିକ କ୍ଷେତ୍ରରେ ଅନେକ ସଫଳତା ପ୍ରଦାନ କରିବ । ଫଳରେ ଘରେ ସୁଖ ଶାନ୍ତି ଲାଗି ରହିବା ସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ଉନ୍ନତି ହେବ । ଏହି ରାଶିର ବ୍ୟକ୍ତିମାନଙ୍କ ବୈବାହିକ ଜୀବନ ସଫଳ ରହିବ । ଏଥିସହିତ ଯେଉଁମାନଙ୍କର ବିବାହ ହୋଇନାହିଁ ସେମାନଙ୍କ ବାହାଘର ପ୍ରସ୍ତାବ ଆସିବା ସହ ବିବାହର ମଧ୍ୟ ଯୋଗ ରହିଛି ।

ଧନୁ:ଶୁକ୍ରଙ୍କ ରାଶି ପରିବର୍ତ୍ତନ ଏହି ରାଶିର ବ୍ୟକ୍ତିମାନଙ୍କୁ ସେମାନଙ୍କ ଜୀବନରେ ଅନେକ ସଫଳତା ପ୍ରଦାନ କରିବ । ଫଳରେ ଧନୁ ରାଶିର ବ୍ୟକ୍ତିମାନେ ଯାନବାହାନ ଏବଂ ସମ୍ପତ୍ତି କିଣିବାର ଯୋଗ ରହିଛି । ଏତିସହିତ ଚାକିରୀ କରୁଥିବା ବ୍ୟକ୍ତିମାନଙ୍କର ପ୍ରମୋଶନ ହେବାର ଯୋଗ ରହିଛି । ଏତତ୍ ବ୍ୟତୀତ ଯେଉଁ ବ୍ୟକ୍ତିମାନେ ବାଣିଜ୍ୟ ବ୍ୟବସାୟ କରୁଛନ୍ତି ସେମାନଙ୍କର ବେପାରରେ ଲାଭ ହେବା ସହ ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଛି । ତେବେ ୨୦୨୩ ପ୍ରରମ୍ଭ ହେି ରାଶିର ବ୍ୟକ୍ତିମାନହ୍କୁ ଅନେକ ଶୁଭ ଫଳ ପ୍ରଦାନ କରିବ ।

Get real time updates directly on you device, subscribe now.