fbpx

ରାଶିଫଳ(ମଙ୍ଗଳବାର,୨୮ ମାର୍ଚ୍ଚ,୨୦୨୩)

ମେଷ: ଆଜି ଆପଣଙ୍କୁ କୌଣସି ପ୍ରକାରେ ସମ୍ମାନିତ କରାଯିବାର ସମ୍ଭାବନା ଅଛି । ଆଜି ପତ୍ନୀଙ୍କ ପକ୍ଷରୁ ଉତ୍ତମ ସହଯୋଗ ପ୍ରାପ୍ତ ହୋଇପାରେ । ରାତ୍ରି ସମୟ ଆମୋଦ-ପ୍ରମୋଦରେ ବିତିବ । ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ । ଅଚାନକ ଧନ ଲାଭ ହେବ ।

ବୃଷ: ଆଜିର ଦିନ ଆପଣ ବ୍ୟସ୍ତ ରହିବେ, ଅଧିକ ଦୌଡ଼ଦୌଡ଼ି କରିବାରେ ସାବଧାନ ରୁହନ୍ତୁ । ରହିଯାଇଥିବା କାର୍ଯ୍ୟଗୁଡ଼ିକ ପୂରଣ ହେବ । କୌଣସି କାମରେ ଅର୍ଥ ବିନିଯୋଗ କରିବାକୁ ପଡ଼ିଲେ ହୃଦୟ ଖୋଲିକରି, ଆଗକୁ ଚାଲନ୍ତୁ ଭରପୂର ଲାଭ ମିଳିବ । ଗୃହସ୍ଥ ଜୀବନରେ ସୁଖ-ଶାନ୍ତି ଅନୁଭବ କରିବେ । ସନ୍ତାନମାନେ ଶୁଭ ସମାଚାର ଦେବେ ।

ମିଥୁନ: ଆଜି ଆପଣ ଅଯଥା ଖର୍ଚ୍ଚରୁ ବଞ୍ଚନ୍ତୁ । ସାମାଜିକ କ୍ରିୟା କଳାପରେ ବ୍ୟବଧାନ ଆସିପାରେ । କିଛି ଅକସ୍ମାତ୍ ଲାଭ ହେବାରୁ ଆପଣଙ୍କ ଧର୍ମ, ଆଧ୍ୟାତ୍ମ ପ୍ରତି ରୁଚି ସୁଦୃଢ଼ ହେବ । ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ ।

ବିଛା: ଆପଣ ନିଜର ମାନମର୍ଯ୍ୟାଦା ଏବଂ ଆମୋଦ ପ୍ରମୋଦ ପାଇଁ ଧନ ଖର୍ଚ୍ଚ କରିବେ । ଯେଉଁଥିରେ ଆପଣଙ୍କ ପାଖରେ ଥିବା ଶତ୍ରୁର ବ୍ୟଥା ବଢ଼ାଇବ । ଦିନର ଆରମ୍ଭ ଚିନ୍ତା ଏବଂ ଉଦ୍ୱେଗର ସହିତ ହେବ, ସ୍ୱାସ୍ଥ୍ୟରେ ଅଭିଯୋଗ ମଧ୍ୟ ରହିବ । ଆକସ୍ମିକ ଧନ ଖର୍ଚ୍ଚ ହେବ । ଆଜି ବାଦ-ବିବାଦ ହେବାରେ ମନମାଳିନ୍ୟ ହୋଇପାରେ ।

ସିଂହ: ଆଜିର ଦିନରେ ମିଶ୍ରିତ ଫଳ ମିଳିବ । ଶ୍ୱଶୁରଘର ପକ୍ଷରୁ ଆଜି ଅସନ୍ତୋଷର ସଂକେତ ମିଳିବ । ମଧୁର ବାଣୀର ପ୍ରୟୋଗ କରନ୍ତୁ ଅନ୍ୟଥା ସମ୍ବନ୍ଧ ଖରାପ ହୋଇପାରେ । ଯଦି ନେତ୍ର ସମ୍ବନ୍ଧିତ କୌଣସି କଷ୍ଟ ଅଛି ତେବେ ସେଥିରେ ସୁଧାର ହେବା ନିଶ୍ଚତ ଅଟେ । ନକାରାତ୍ମକ ବିଚାର ହତାଶା ସୃଷ୍ଟି କରିପାରେ । ଶାରୀରିକ ଅସୁସ୍ଥତା ଅନୁଭବ କରିବେ ।

କନ୍ୟା: ଆଜି ଆପଣଙ୍କମଧ୍ୟରେ ନିର୍ଭୀକତାର ଭାବ ରହିବ ତଥା ସାହସ ପୂର୍ବକ ନିଜର କଠିନ କାର୍ଯ୍ୟ ଗୁଡ଼ିକ ସମ୍ପନ୍ନ କରିବାରେ ସକ୍ଷମ ରହିବେ । ଆପଣଙ୍କୁ ନିଜର ମାତା-ପିତାଙ୍କର ସୁଖ ସହଯୋଗ ଯଥେଷ୍ଠ ରୂପରେ ପ୍ରାପ୍ତ ହେବ । ବ୍ୟର୍ଥ ବ୍ୟୟର ଯୋଗ ମଧ୍ୟ ଅଛି । କାର୍ଯ୍ୟରେ ସଫଳତା ମିଳିବ । ସାର୍ବଜନିକ ମାନସମ୍ମାନ ମିଳିବ । ଚିତ୍ତରେ ପ୍ରସନ୍ନତା ରହିବ ।

ତୁଳା: ଦିନଟି ଆପଣଙ୍କ ପାଇଁ ଶୁଭ ଫଳଦାୟୀ । ଆପଣ ଅନ୍ୟମାନଙ୍କର ହୃଦୟଭରି ସେବା ମଧ୍ୟ କରିବେ । ଆଜି ନୂଆ କାର୍ଯ୍ୟଗୁଡ଼ିକ ଯଦି କରିବାକୁ ପଡ଼େ ତେବେ ଶୁଭ ରହିବ । ଆପଣ ଜିଦ୍ଦୀ ବ୍ୟବହାର ଛାଡ଼ିକରି ସମାଧାନ ପୂର୍ଣ୍ଣ ବ୍ୟବହାର ଆଜି ଆପଣାଇବାକୁ ହେବ ।

ବିଚ୍ଛା: ଆଜି ଆପଣଙ୍କ ମନ ଅଶାନ୍ତ ଏବଂ ଚିନ୍ତିତ ରହିବ । ଯଦି କୌଣସି ବାଦ ବିବାଦ ଲମ୍ବିତ ଅଛି ତେବେ ସେଥିରେ ସଫଳତା ମିଳିବାର ସଂପୂର୍ଣ୍ଣ ସମ୍ଭାବନା ଅଛି । ତନ-ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବେ । ପରିଜନମାନଙ୍କ ଏବଂ ମିତ୍ରମାନଙ୍କ ସହିତ ଉତ୍ତମ ଭୋଜନ ଯାତ୍ରା କିମ୍ବା ସାକ୍ଷାତର ଅବସର ଆସିବ । ଜୀବନସାଥୀଙ୍କ ସହିତ ଆତ୍ମୀୟତାର ଅବସର ଆସିବ । ଆର୍ôଥକ ଲାଭ ହେବ ଏବଂ ଆନନ୍ଦଦାୟକ ସମାଚାର ପ୍ରାପ୍ତ ହେବ ।

ଧନୁ: ଆଜି ଆପଣଙ୍କ ବିଦ୍ୟା, ବୁଦ୍ଧି, ଜ୍ଞାନର ବୃଦ୍ଧି ହେବ । ଭାଗ୍ୟର ମଧ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ ମିଳିବ, ଆର୍ôଥକ ସ୍ଥିତି ସୁଦୃଢ଼ ହେବ । ସନ୍ଧ୍ୟା କାଳରୁ ନେଇକରି ରାତ୍ରି ପର୍ଯ୍ୟନ୍ତ ପେଟର ଯନ୍ତ୍ରଣା ହେବାର ସମ୍ଭାବନା ଅଛି । ସାବଧାନ ରୁହନ୍ତୁ ତଥା ଖାଇବା ପିଇବା ଉପରେ ନିୟନ୍ତ୍ରଣ ରଖନ୍ତୁ । ପାରିବାରିକ ସଦସ୍ୟମାନଙ୍କ କାରଣରୁ ମନ ଦୁଃଖୀ ହେବ । ମାନସିକ ରୂପରେ ଆପଣ ଅସୁସ୍ଥ ରହିପାରନ୍ତି ।

ମକର: ଆଜି ଆପଣଙ୍କୁ ମୂଲ୍ୟଯୁକ୍ତ ବସ୍ତୁ ପ୍ରାପ୍ତି ଯୋଗ ରହିବ । ବ୍ୟବସାୟରେ ମନ ଲାଗିବ ଏବଂ ସ୍ଥଗିତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । କୌଣସି ନୂଆ କାର୍ଯ୍ୟରେ ଅର୍ଥ ବିନିଯୋଗ କରିବାକୁ ପଡ଼ିଲେ ଅବଶ୍ୟ କରନ୍ତୁ, ଭବିଷ୍ୟତରେ ଲାଭ ହେବ । ସାମାଜିକ କ୍ଷେତ୍ରରେ ଚାକିରି ଏବଂ ଅନ୍ୟ କ୍ଷେତ୍ରରେ ଲାଭଦାୟକ ରହିବ । ମିତ୍ର ଓ ପରିଜନଙ୍କ ସହ ବାହରକୁ ଯିବେ । ମାଙ୍ଗଳିକ ପ୍ରସଙ୍ଗ ନେଇ ଚର୍ଚ୍ଚା ହେବ ।

କୁମ୍ଭ: ଦିନଟି ବୁଦ୍ଧି ବିବେକରେ ନୂଆ-ନୂଆ ଖୋଜ କରିବାରେ କଟିବ । ଆପଣ ସୀମିତ ଏବଂ ଆବଶ୍ୟକତାନୁସାରେ ହିଁ ବ୍ୟୟ କରନ୍ତୁ । ସାଂସାରିକ ସୁଖ ଭୋଗ, ଚାକରମାନଙ୍କର ସୁଖ ସମ୍ପୂର୍ଣ୍ଣ ରୂପରେ ମିଳିବ । ଆଜି ଆପଣଙ୍କ ପାଖରେ ପ୍ରତ୍ୟେକ କାର୍ଯ୍ୟ ନିର୍ବିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିରେ ଆପଣ ଖୁସି ହେବେ । ଗୃହସ୍ଥ ଜୀବନରେ ଆନନ୍ଦ ରହିବ । ଧନପ୍ରାପ୍ତି ଯୋଗ ଅଛି ।

ମୀନ: ଆଜି ଶୁଭଗ୍ରହ ସ୍ଥିତି କାରଣରୁ ବହୁତ ସମୟରେ ଲଟକି ରହିଥିବା ବିବାଦର ସମାଧାନ ହେବ । ଖୁସିମିଜାଜ ବ୍ୟକ୍ତିତ୍ୱ ହେବାର କାରଣରୁ ଅନ୍ୟ ବ୍ୟକ୍ତି ଆପଣଙ୍କ ସହିତ ସମ୍ବନ୍ଧ ବନାଇବା ପାଇଁ ଚେଷ୍ଟା କରିବେ । ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧାରେ ପକାଇପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ । ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିବ ।

Get real time updates directly on you device, subscribe now.