fbpx

ରାଶିଫଳ(ବୁଧବାର,୧୦ ଅଗଷ୍ଟ,୨୦୨୨)

ମେଷ: ଆପଣଙ୍କର ଧାର୍ମିକ ଏବଂ ଆଧ୍ୟାତ୍ମିକ ପ୍ରବୃତ୍ତିଗୁଡ଼ିକରେ ଆଜି ବୃଦ୍ଧି ହେବ । ବ୍ୟବସାୟ ଏବଂ ବ୍ୟାପାରରେ ମଧ୍ୟ ବାତାବରଣ ଅନୁକୂଳ ରହିବ । ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ସରଳତାରେ ପୂର୍ଣ୍ଣ ହେବ । ଜୀବନରେ ମଧ୍ୟ ଆନନ୍ଦର ମାତ୍ରା ବଢିବ ।

ବୃଷ: ନକାରାତ୍ମକ ବିଚାରକୁ ମନରୁ ଦୂର କରିବା ପାଇଁ ଉପଦେଶ । ଖାଇବା ପିଇବାରେ ଧ୍ୟାନ ରଖିବେ । ବାହନ ଚଲାଇବା ସମୟରେ ଅନିଷ୍ଟ ଘଟଣା ନ ହେଉ ଏହାର ଧ୍ୟାନ ରଖିବେ । ଆକସ୍ମିକ ଧନ ଖର୍ଚ୍ଚ ହେବ । କୌଣସି କାରଣବଶତଃ ବାହରକୁ ଯାତ୍ରା କରିପାରନ୍ତି ।

ମିଥୁନ: ଅନୁକୂଳତା ଏବଂ ପ୍ରତିକୂଳତାରେ ମିଳାମିଶା ଆଜିର ଦିନ ରହିବ । ବ୍ୟବସାୟରେ ଆପଣ ନୂଆ ବିଚାରଧାରା ପ୍ରୟୋଗ କରିବେ । ଆଳସ୍ୟ ଏବଂ ବ୍ୟଗ୍ରତା ରହିବ । ଏଥିପାଇଁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ । ଶତ୍ରୁମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ । ଅଗ୍ନି, ଜଳ ଏବଂ ଅକସ୍ମାତରେ ସାବଧାନ ରହିବେ ।

କର୍କଟ: ଅର୍ଥ ଆଦାୟ ଯାତ୍ରା ପାଇଁ ଆଜିର ଦିନ ଭଲ ଅଟେ । ବ୍ୟାପାର ସମ୍ବନ୍ଧିତ କାର୍ଯ୍ୟଗୁଡ଼ିକ ପାଇଁ ଲାଭ ଦାୟୀ ଦିବସ ଅଟେ । ଘରେ ଶୁଭ ପ୍ରସଙ୍ଗର ଆୟୋଜନ ହେବ । ଶେୟାର-ସଟ୍ଟାରେ ଆର୍ôଥକ ଲାଭ ହେବ । ପତ୍ନୀଙ୍କର ସ୍ୱାସ୍ଥ୍ୟକୁ ନେଇକରି ଚିନ୍ତା ରହିବ ।

ସିଂହ: ସ୍ୱାଦିଷ୍ଟ ଏବଂ ଉତ୍ତମ ଭୋଜନ, ସୁନ୍ଦର ବସ୍ତ୍ର ଏବଂ ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କ ସହିତ ଆପଣ ପ୍ରସନ୍ନ ରହିବେ । ଆପଣଙ୍କ ଆର୍ôଥକ ବିଷୟ ସୁଦୃଢ଼ ହେବାର ପ୍ରବଳ ଯୋଗ ଅଛି । ବିଚାରରେ ନିର୍ଣ୍ଣୟ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ । ଅଚାନକ ଧନ ଖର୍ଚ୍ଚ ହେବ । ଭାଗୀଦାରମାନଙ୍କ ସହିତ ଆନ୍ତରିକ ମତଭେଦ ବଢ଼ିବ ।

କନ୍ୟା: ଆପଣଙ୍କର ବ୍ୟାପାରର ବିସ୍ତାର ହେବ । ଉଚିତ କାରଣ ପାଇଁ ଧନ ଖର୍ଚ୍ଚ ହେବ । ବିଦେଶ ସ୍ଥିତ ବ୍ୟବସାୟୀ ମାନଙ୍କର ଲାଭ ହେବ । ନୂଆ ସମ୍ପର୍କ ଲାଭର ମଧ୍ୟ ଯୋଗ ଅଛି । ତଥାପି ମଧ୍ୟ ବିଚାରରେ ଅନିର୍ଣ୍ଣାୟକ ପରିସ୍ଥିତି ରହିବ । ଆକସ୍ମିକ ଧନ ଖର୍ଚ୍ଚ ହେବ ।

ତୁଳା: ଆଜିର ଆପଣଙ୍କର ଦିନ ସୁଖ-ଶାନ୍ତିପୂର୍ବକ ବିତିବ । ଆଭୂଷଣର କ୍ରୟ କରିବେ ଏବଂ ସାଥିରେ କଳା ପ୍ରତି ମଧ୍ୟ ରୁଚି ରହିବ । ବ୍ୟାପାର ପାଇଁ ଆଜିର ଦିନ ବହୁତ ଭଲ । ଧନ ସମ୍ବନ୍ଧିତ ବିଷୟଗୁଡ଼ିକରେ ସରଳତା ରହିବ । ଘରେ ଶାନ୍ତି ଏବଂ ଆନନ୍ଦ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟରେ ବାତାବରଣ ଭଲ ରହିବ ଏବଂ ସହକର୍ମୀଙ୍କର ସାହାଯ୍ୟ ମିଳିବ ।

ବିଚ୍ଛା: ଆଜିର ଦିନ ଆପଣ ପାଇଁ ମଧ୍ୟମ ଫଳଦାୟୀ ରହିବ । ଶାରୀରିକ ଫୂର୍ତ୍ତି ଏବଂ ମାନସିକ ପ୍ରସନ୍ନତାର ଅଭାବ ରହିବ । ପରିବାରରେ ଉଗ୍ର ବାତାବରଣ ରହିବ । ବ୍ୟାବହାରିକ ଜୀବନରେ ମାନହାନିର ପ୍ରସଙ୍ଗ ନବନୁ ଏହାର ଧ୍ୟାନ ରଖିବେ । ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କର ଶାରୀରିକ ଏବଂ ମାନସିକ ସ୍ଥିତିରେ ସୁଧାର ହେବ । ଆପଣ ସୃଜନାତ୍ମକ ଏବଂ କଳାତ୍ମକ ପ୍ରବୃତ୍ତିଗୁଡ଼ିକରେ ନିବୃତ୍ତ ରହିବେ ।

ଧନୁ: ବ୍ୟବସାୟାମାନଙ୍କ ପାଇଁ ଆଜିର ଦିନ ଅନୁକୂଳଅଟେ । ଭାଇ-ବନ୍ଧୁମାନଙ୍କର ବ୍ୟବହାର ସହକାରପୂର୍ଣ୍ଣ ରହିବ । ଶତ୍ରୁ ପରାସ୍ତ ହେବେ । ପରନ୍ତୁ ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ପ୍ରତିକୂଳତା ରହିବ । ବ୍ୟାବହାରିକ ଜୀବନରେ ଅପଯଶ ମିଳିବାର ସମ୍ଭାବନା ଅଛି । କୌଟୁମ୍ବିକମାନଙ୍କ ସହିତ ମନଦୁଃଖ ଭରା ପ୍ରସଙ୍ଗ ବନିବାର ସମ୍ଭାବନା ଅଛି । ଖାଇବା ପିଇବାର ବ୍ୟବସ୍ଥା ସମୟାନୁସାରେ ରହିବ ନାହିଁ ।

ମକର: ନିଜର ବନ୍ଧୁମାନଙ୍କ ସହିତ ମନଦୁଃଖ ନ ହେଉ ଏହାର ଧ୍ୟାନ ରଖିବାକୁ ଉପଦେଶ । ସ୍ୱାସ୍ଥ୍ୟ ଭଲ ରହିବ । ଆଜିର ଦିନ ଆଧ୍ୟାତ୍ମିକ ପ୍ରବୃତ୍ତିଗୁଡ଼ିକ ପାଇଁ ବହୁତ ଭଲ ଅଟେ । ଆର୍ôଥକ ଲାଭ ମଧ୍ୟ ହେବ । ବିଦ୍ୟାର୍ଥୀମାନଙ୍କୁ ବିଦ୍ୟା-ଅଭ୍ୟାସରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଅଛି । ମଧ୍ୟାହ୍ନ ପରେ ସ୍ଥିତି ଅନୁକୂଳ ହେବାପରି ଆପଣଙ୍କୁ ଲାଗିବ ।

କୁମ୍ଭ: ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ବିବାହୋତ୍ସୁକମାନଙ୍କର ବିବାହର ପ୍ରଶ୍ନର ନିରାକରଣ ଆସିବ । ଯାତ୍ରା କରିବେ ତଥା ମିତ୍ରମାନଙ୍କଠାରୁ ଉପହାର ଆଦି ମିଳିବ । ମଧ୍ୟାହ୍ନ ପରେ ପ୍ରତ୍ୟେକ କାର୍ଯ୍ୟରେ କିଛି ସାବଧାନ ରହିବାକୁ ଆବଶ୍ୟକ ଅଟେ । ବ୍ୟବସାୟ କାର୍ଯ୍ୟରେ ସରକାରୀ ପ୍ରଭାବ ଆପଣ ଉପରେ ବଢିପାରେ ।

ମୀନ: ଧାର୍ମିକ ଏବଂ ସାମାଜିକ କାର୍ଯ୍ୟଗୁଡ଼ିକରେ ଅଧିକ ଆଧ୍ୟାତ୍ମିକତା ଆପଣଙ୍କର ବ୍ୟବହାରରେ ଦେଖିବାକୁ ମିଳିବ । ମଧ୍ୟାହ୍ନ ପରେ ଆଜିର ପ୍ରତ୍ୟେକ କାର୍ଯ୍ୟ ସରଳତା ପୂର୍ବକ ସମ୍ପନ୍ନ ହେବ । ଦଫ୍‌ତରରେ ଆପଣଙ୍କର ପ୍ରଭାବ ବଢ଼ିଲା ପରି ଦେଖାଯିବ । ଉପର ଅଧିକାରୀମାନଙ୍କର କୃପାଦୃଷ୍ଟି ଆପଣଙ୍କ ଉପରେ ରହିବ ।

Get real time updates directly on you device, subscribe now.