fbpx

ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା, ଛାନିଆ ଶତ୍ରୁ ସେନା: ରୁଷ୍‌ରୁ ଆସିବ ସୁପରସୋନିକ ‘ବ୍ଲାକ୍‌ ଜ୍ୟାକ୍‌ ବମ୍ବର’

ନୂଆଦିଲ୍ଲୀ: ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଯଦିଓ ବେଶ୍‌ ସୁଦୃଢ଼ ରହିଛି ତଥାପି ବର୍ତ୍ତମାନ ସୁଦ୍ଧା ବାୟୁସେନା ନିକଟରେ କୌଣସି ବୋମା ବର୍ଷଣକାରୀ ବମ୍ବର ନାହିଁ । ଏହି ବମ୍ବର ହେଉଛି ସେହି ବିମାନ ଯାହା ଅନେକ ଦୂର ଯିବା ସହ ଶତ୍ରୁ ଉପରେ ବୋମା ବର୍ଷଣ କରି ନିରାପଦରେ ଫେରିଆସିବାର ସାମର୍ଥ୍ୟ ରଖିଥାଏ । ଏହି ବମ୍ବରକୁ ହାଇପରସୋନିକ, କ୍ରୁଜ୍‌ ଏବଂ ସୁପରସୋନିକ ପରମାଣୁ ମିସାଇଲ୍‌ ଲଞ୍ଚିଂ ପାଇଁ ବ୍ୟବହାର କରାଯାଇଥାଏ । ଭାରତର ଏହି ଆବଶ୍ୟକତା ଖୁବ୍‌ଶୀଘ୍ର ପୂରଣ ହେବାକୁ ଯାଉଛି ।

ରୁଷିଆରୁ ଏହି ‘ବ୍ଲାକ୍‌ ଜ୍ୟାକ୍‌ ବମ୍ବର’ ଆସିବା ନେଇ ସୂଚନା ଦିଆଯାଇଛି । ରୁଷ ସହ ହୋଇଥିବା ଏସ୍‌-୪୦୦ ଟ୍ରାୟମ୍ପ ଏୟାର ଡିଫେନ୍ସ ଡିଲ୍‌ର ସଫଳତା ହେବା ପରେ ଏନେଇ ଡିଲ୍‌ ହେବାର ଆଶା ସଞ୍ଚାର ହୋଇଛି । ଏନେଇ ପୂର୍ବତନ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ୍‌ ଅରୂପ ରାହା ସୂଚନା ଦେଇଛନ୍ତି । ତେବେ ରୁଷ ପାଖରୁ ଭାରତକୁ ଟୁପୋଲେବ ଟିୟୁ-୧୬୦ ବ୍ଲାକ୍‌ ଜ୍ୟାକ୍‌ ବମ୍ବର ମିଳିବା ଆଶା କରାଯାଉଛି । ଏହା ହେଉଛି ଗୋଟିଏ ସୁପର ସୋନିକ ସ୍ୱି୍‌ପ ୱିଙ୍ଗ୍‌ ହେଭି ଷ୍ଟ୍ରାଟେଜିକ୍‌ ବମ୍ବର । ଏହାର ଡିଜାଇନ୍‌ ୧୯୭୦ରେ ସୋଭିଏଟ୍‌ ୟୁନିୟନର ଟୁପୋଲେବ ଡିଜିଆଇନ ବ୍ୟୁରୋ ଦ୍ୱାରା ନିର୍ମିତ ହୋଇଥିଲା । ୧୯୮୧ରେ ଏହାର ପ୍ରଥମ ଉଡ଼ାଣ କରାଯାଇଥିବାବେଳେ ୧୯୮୭ରୁ ଏହା ରୁଷର ବାୟୁସେନାରେ ନିୟୋଜିତ ରହିଛି ।

ଏହି ବମ୍ବରକୁ ଏକାସାଙ୍ଗରେ ୪ ଜଣ ଉଡ଼ାଇଥାନ୍ତି । ଏଥିରେ ଜଣେ ପାଇଲଟ୍‌, ଜଣେ ସହ ପାଇଲଟ୍‌, ଜଣେ ବୋମ୍ବାଡିଅର ଏବଂ ଜଣେ ଡିଫେନ୍ସ ସିଷ୍ଟମ ଅଫିସର ରହିଥାନ୍ତି । ଏହି ବିମାନର ଲମ୍ବ ୧୭୭.୬ ଫୁଟ୍‌ ଏବଂ ଓଜନ ୧.୧୦ ଲକ୍ଷ କିଲୋଗ୍ରାମ୍‌ । ଏହା ସାଧାରଣ ଭାବେ ୯୬୦ କି.ମି. ପ୍ରତି କିଲୋମିଟର ବେଗରେ ଉଡ଼ାଣ କରିଥାଏ । ଗୋଟିଏ ଥରେ ୧୨,୩୦୦ କି.ମି. ଉଡ଼ାଣ କରିାରେ । ଯୁଦ୍ଧ ସମୟରେ ଏହାର କମ୍ବାକ୍ଟ ରେଞ୍ଜ ୨,୦୦୦ କି.ମି. । ଏହାର ସବ୍‌ସୋନିକ ଗତି ବଢ଼ାଯାଇ ୭୩ଶହ କି.ମି. କରାଯାଇପାରିବ । ଯଦି ଏହା ଭାରତ ବାୟୁସେନାରେ ସାମିଲ ହୁଏ ତେବେ ଦେଶର ଯେ କୌଣସି ସ୍ଥାନରେ କିଛି ମିନିଟ୍‌ ଭିତରେ ଏହା ପହଞ୍ଚିପାରିବ ।

Get real time updates directly on you device, subscribe now.