fbpx

ରାଶିଫଳ(ଶନିବାର,୨୪ ଅପ୍ରିଲ,୨୦୨୧)

ମେଷ ମନୋବଳ ଦୃଢ ରହିବ, ସମସ୍ତ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ ମାତ୍ର କିଛି ବାଦବିବାଦରେ ଫସି ପାରନ୍ତି ସତର୍କ ରହିବେ, ମାନସମ୍ମାନ, ଅର୍ଥ, ଲୋକପ୍ରିୟତା ଏବଂ ପାରିବାରିକ ସୁଖରେ କମି ରହିବ, ମନ ଅଶାନ୍ତ ରହିବ, ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଏବଂ ବିରୋଧର ସାମନା କରିବେ, ଅର୍ଥଚିନ୍ତା ଦ୍ବୀଗୁଣିତ ହେବ॥
ବୃଷପ୍ରତି କାମରେ ମନମୁତାବକ ଲାଭ ପ୍ରାପ୍ତି, ସରକାରି ସହାୟତା କିମ୍ବା ଯୋଜନାରେ ସଫଳ, ରାଜନିତିରେ ଲୋକସଂପର୍କ ବଢିବ, ଭବିଷ୍ୟତର ଯୋଜନାରେ ସଫଳ ହେବେ,ପାରିବାରିକ ପରିବେଷରେ ମନ ଆନନ୍ଦ ରହିବ, ବ୍ୟବସାୟରେ ଲାଭ ବୃଦ୍ଧି ହେବ, ଛୋଟମୋଟ ଦୁର୍ଘଟଣା କିମ୍ବା ଚୋରିର ସମ୍ଭାବନା ରହିବ॥
ମିଥିନକର୍ମକ୍ଷେତ୍ର ଏବଂ ନିଜର ସ୍ବାସ୍ଥ୍ୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବେ, କୌଣସି ନିଷ୍ପତି ନେବା ପୂର୍ବରୁ ଗୁରୁଜନଙ୍କ ସହିତ ଆଲୋଚନା କରିବେ, ଉତ୍ସାହ ଉଦ୍ଦିପନା ବୃଦ୍ଧି, ପ୍ରତି ଉଦ୍ୟମରେ ସଫଳ ହେବେ, କିଛି ଠୋକାଦାରି କାମରେ ଲାଭ ପାଇବେ, ମାନସମ୍ମାନ ଲାଭ, ଆର୍ଥିକ ସଫଳତା ଓ ଉତ୍ତରାଧିକାରୀ ସୁତ୍ରେ ସମ୍ପତ୍ତି ଲାଭର ସୂଚନା॥
କର୍କଟଶୁଭକାର୍ଯ୍ୟରେ ଯୋଗଦାନ କରିବେ, କିଛି ଭବିଷ୍ୟତର ଯୋଜନା କରି ସଫଳ ହେବେ, ବହୁଦିନରୁ ଅଟକିଥିବା କାର୍ଯ୍ୟ ପୁରଣ ହେବ, ନିଜ କର୍ମକ୍ଷେତ୍ରରେ ଆତ୍ମତୃପ୍ତୋ ମିଳିବ, କୌଣସି ପ୍ରକାରର ବିଦେଶ ସହିତ ଜଡିତ ଧନଲାଭ, ଧାର୍ମିକ କ୍ଷେତ୍ର ସହିତ ଜଡିତ ରହି ମାନସିକ ଶାନ୍ତି ପାଇବେ ॥
ସିଂହସନ୍ତାନ ମାନଙ୍କ ଲାଗି କୌଣସି ପ୍ରକାରର ମନସ୍ତାପ ହେବ, ଅଚାନକ ଋଣ କରିବାକୁ ପଡିବ, ବୈବାହିକ କିମ୍ବା ପ୍ରେମ ଜୀବନରେ ମତାନ୍ତର ହେବ, ବୃଥା କଥାରେ ଝଗଡା ଷୃଷ୍ଟି ହେବ, ଆଇନି ଅଦାଲତର କିମ୍ବା କୌଣସି ପ୍ରକାରର ବିଶୃଙ୍ଖଳା ହେବ, କର୍ମଚାପ ରହିବ ॥
କନ୍ୟାପ୍ରତ୍ୟେକ କାର୍ଯ୍ୟରେ ଲାଭ ମିଳିବ, ବ୍ୟବସାୟ ବାଣିଜ୍ୟ ତଥା ଚାକିରି ଓ ପାରିବାରିକ ପରିବେଷ ଭଲ ରହିବ, ବନ୍ଧୁମିଳନ ଓ ଜନସମ୍ପର୍କ ବୃଦ୍ଧିହେବ, କିଛି ଶୁଭ ଖବର କୌଣସି କ୍ଷେତ୍ରରୁ ମିଳିବ, ମନୋବଳ ଦୃଢ ରହିବ ତେଣୁ ସମସ୍ତ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ, ବ୍ୟବସାୟରେ ଲାଭ ବଢିବ, ହଜିଥିବା ଦ୍ରବ୍ୟ ମିଳିବ॥
ତୁଳାସନ୍ତାନ ମାନଙ୍କର, ଲୋକ ସମ୍ପର୍କ ଏବଂ ଆର୍ଥିକ ପରିସ୍ଥିତି ଭଲ ରହିବ, ରାଜନିତିରେ ପତିଆରା ବୃଦ୍ଧିହେବ, ସମସ୍ତ କ୍ଷେତ୍ରରେ ଶୁଭଫଳ ମିଳିବ, ସ୍ବାସ୍ଥ୍ୟ ଭଲ ରହିବ, ନୂତନ ଦ୍ରବ୍ୟ ପ୍ରାପ୍ତ ହେବ, ଭ୍ରମଣ ସୁଖ ମିଳିବ,ଆର୍ଥିକ ସ୍ଥିତି ସ୍ବଛଳ ରହିବ,ଚାକିରି ବ୍ୟବସାୟରେ ଉର୍ଣ୍ଣତି ହେବ॥
ବିଛାସ୍ତାବର ସମ୍ପତ୍ତି ବୃଦ୍ଧି ହେବ, ଆଥିକ ବିକାଶ ସହିତ କର୍ମକ୍ଷେତ୍ରରେ ଶୁଭ ଅନୁଭୁତ ହେବ, ମାଲିମକୋଦ୍ଦମାରେ ସଫଳ ହେବେ, ଭାତୃବର୍ଗରେ ସୁ-ସଂପର୍କ ବଢିବ, ପାରିବାରିକ ସହଯୋଗରେ ସମସ୍ତ ଯୋଜନାରେ ସଫଳ ହେବେ, ଆର୍ଥିକ ଉର୍ଣ୍ଣତି ପରିଲିକ୍ଷିତ ହେବ ॥
ଧନୁଚର୍ମରୋଗ, ଅଗ୍ନିଭୟ କିମ୍ବା ବିଦ୍ୟୁତ ଜନିତ ଭୟ ରହିଛି, ବ୍ୟବସାୟରେ ଅବନତି ବା କ୍ଷତି ହେବ, ବନ୍ଧୁପରିଜନଙ୍କର ଅସହଯୋଗ ମିଳିବ ଓ ଭବିଷ୍ୟତର ଶୁଭକର୍ମରେ ବାଧାବିଘ୍ନର ସୁଚନା ପ୍ରାପ୍ତ ହେବ, ଜିବନସାଥି ସହିତ ମତାନ୍ତର କିମ୍ବା ମନାନ୍ତର ହେବ, ଦେହମନ ଦୁର୍ବଳ ଅନୁଭୁତ ହେବ॥
ମକରବ୍ୟବସାୟରେ ବିକ୍ରି ବୃଦ୍ଧି ହେବ, ଚାକିରିଆ ମାନେ ମାନସମ୍ମନ ପାଇବେ, ମହିଳାମାନେ ନିଜର ମନମୁତାବକ ପରିବେଷରେ ସମୟ କାଟିବେ, ବନ୍ଧୁବର୍ଗରେ ସାହାଯ୍ୟ ମିଳିବ,ଉଦ୍ୟମ ସଫଳ ହେବ, କର୍ମ କ୍ଷେତ୍ରରେ ସହଯୋଗ ମିଳିବ, ଅଧୟନ ରତ ପିଲାଙ୍କର ବିଦ୍ୟା ଅଧ୍ଯନରେ ସଫଳତା ମିଳିବ, ଲେଖକ ପ୍ରକାଶକ ସମ୍ମାନିତ ହେବେ, ଶୁଭରେ ଶୁଭରେ ଦିନଟି କଟିବ ॥
କୁମ୍ଭଜିବନସାଥିର ସ୍ବାସ୍ଥ୍ୟ ବିଗିଡିବ,  ବ୍ୟବସାୟ ସହଯୋଗୀଙ୍କ ସହ ମତାନ୍ତର, ବ୍ୟୟ ବୃଦ୍ଧି ହେବ, ବିଦ୍ୟାଶିକ୍ଷାରେ ସଫଳ ହେବେ, ସୁଖାଦ୍ୟ ପ୍ରାପ୍ତି ହେବ, ପିଲାମାନେ ବିଦେଶ ଯିବାର ସୁଯୋଗ ଆସିବ, ପ୍ରତିକ୍ଷେତ୍ରରେ ଯୋଗ୍ୟତା ଅନୁଯାୟୀ ଫଳ ମିଳିବ, ଗୁରୁଜନ ମାନଙ୍କର ସ୍ନେହଶ୍ରଦ୍ଧା ମିଳିବ, ମନ ଶାନ୍ତ ରହିବ ॥
ମୀନକର୍ମକ୍ଷେତ୍ରରେ ଲାଭ ଓ ପ୍ରତିଷ୍ଠା ମିଳିବ, କୌଣସି ମନମୁତାବକ ଇଛା ପୂରଣ ହେବ, କୌଣସି ଶୁଭକର୍ମରେ ଯୋଗଦେବେ, ପିଲା ମାନେ ବିଦ୍ୟାରେ ଭଲ କରିବେ, ଆର୍ଥିକ ଲାଭ ହେବ, ନିଜର କଥାରେ ଆଜି ସମସ୍ତେ ତୃପ୍ତ ରହିବେ, ସବୁକ୍ଷେତ୍ରରେ ସାହାର୍ଯ୍ୟ ସହଯୋଗ ଭଲପାଇବା ମିଳିବ ॥

Get real time updates directly on you device, subscribe now.