fbpx

(ଭିଡିଓ) ଦୁଇ ଚଳନ୍ତା ଟ୍ରେନ ମଧ୍ୟରେ ଫସିଲା ଘୋଡ଼ା, ଭିଡିଓ ଭାଇରାଲ…

ଘୋଡ଼ା ଦୌଡ ତ ସମସ୍ତେ ଦେଖିଥିବେ । ଏହି ଖେଳ ଦେଖିବାପାଇଁ ସମସ୍ତେ ବହୁତ ଉତ୍ସାହିତ ହୁଅନ୍ତି । ହେଲେ ଟ୍ୱିଟରରେ ଏବେ ଘୋଡା ଦୌଡୁଥିବାର ଗୋଟିଏ ଏମିତି ଭିଡିଓ ଭାଇରାଲ ହେଉଛି । ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ ।

ଭିଡିଓରେ ପାଖାପାଖି ଟ୍ରାକରେ ଦୁଇଟି ଟ୍ରେନ ଦ୍ରୁତ ଗତିରେ ଯାଉଛନ୍ତି । ଆଉ ଏହାର ମଝିରେ ଗୋଟିଏ ଧଳା ରଙ୍ଗର ଘୋଡା ଜୋରରେ ଦୌଡୁଛି । ଭିଡିଓଟି ଦେଖିଲେ ଆପଣ ଜାଣିପାରବେ କେତେ ଜୋରରେ ଏବଂ କିଭଳି ପରିସ୍ଥିତିରେ ଘୋଡାଟି ଦୌଡୁଛି, କାରଣ ଟିକିଏ ଏପାଖ ସେପାଖ ହୋଇଗଲେ କିଛିବି ହୋଇପାରେ । ସେପଟେ ଟ୍ରେନରେ ଯାତ୍ରା କରୁଥିବା ଲୋକମାନେ ମଧ୍ୟ ଟ୍ରେନ ଝରକା ବାହାରକୁ ଚାହିଁ ପାଟି କରୁଛନ୍ତି । ସମସ୍ତଙ୍କ ମନରେ ଭୟ, କାଳେ ଘୋଡା ସହ କିଛି ଅଘଟଣ ଘଟିଯିବ କି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.