fbpx

ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ ମାମଲା: ବହିଷ୍କାର ଦାବି କଲା ବିଜେଡି

ବାରିପଦା: ସରକାରୀ କର୍ମଚାରୀଙ୍କୁ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମାଡ଼ ମାମଲା । ମାମଲାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବର୍ଷିଲା ବିଜେଡି । ଘଟଣାକୁ ନିନ୍ଦା କରିବା ସହ କେନ୍ଦ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ବିଜେଡି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜସ୍ୱମନ୍ତ୍ରୀ ସୁଦାମ ମାର୍ଣ୍ଡି । ସେ କହିଛନ୍ତି ଯଦି ମନ୍ତ୍ରୀଙ୍କୁ ବହିଷ୍କାର ନ କରାଯାଏ ତେବେ ରାସ୍ତାକୁ ଓହ୍ଲାଇବ ବିଜେଡି । ମନ୍ତ୍ରୀଙ୍କୁ ବହିଷ୍କାର କରା ନ ଗଲେ ମୟୂରଭଞ୍ଜ ବିଜେଡି ରାସ୍ତାକୁ ଓହ୍ଲାଇବ । ସରକାରୀ ଅଧିକାରୀଙ୍କୁ ଶାରୀରିକ ନର୍ଯ୍ୟାତନା ମୟୂରଭଞ୍ଜ ନିନ୍ଦିତ କରିଛି । ମନ୍ତ୍ରୀ କର୍ମଚାରୀଙ୍କୁ ଡରେଇ ଧମକେଇ ବେଆଇନ କାମ କରିବାକୁ କହୁଥିଲେ ।

ସେପଟେ ଘଟଣାକୁ ବିରୋଧ କରିବା ସହ ସୋମବାର ଠାରୁ ମୟୂରଭଞ୍ଜ ଜିଲ୍ଲାର ସରକାରୀ କର୍ମଚାରୀମାନେ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରିବା ନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏଡିଏମ୍ ରୁଦ୍ର ନାରାୟଣ ମହାନ୍ତି ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦୁଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଫିସର ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଦୁଇ ସରକାରୀ କର୍ମଚାରୀଙ୍କୁ ବିଧାୟକ ମାଡ଼ ମାରିବା ନେଇ ଅଭିଯୋଗ ହୋଇଥିଲା । ଯାହାକୁ ଖଣ୍ଡନ କେନ୍ଦ୍ରମନ୍ତ୍ରୀ ଏବଂ ତାଙ୍କୁ ବଦନାମ୍ କରିବାକୁ ଏପରି କରାଯାଉଥିଲା ବୋଲି କହିଥିଲେ । ଓଏସ ସଂଘ ତରଫରୁ କେନ୍ଦ୍ର ମନ୍ତ୍ରୀ ନାଁରେ ବିଭିନ୍ନ ଦଫାରେ ମାମଲା ମଧ୍ୟ ରୁଜୁ ହୋଇଥିଲା ।

Get real time updates directly on you device, subscribe now.