fbpx

ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ, ଦୁଇ ମହିଳାଙ୍କ ସମେତ ୫ ମୃତ

Advertisement

ନୂଆଦିଲ୍ଲୀ: ନ୍ୟୁ-ୟର୍କରେ ଘଟିଛି ଏକ ଅଭାବନୀୟ ଘଟଣା । ଶନିବାର ଦିନ ସକାଳ ୭ଟା ସମୟରେ ଗୋଟିଏ ହଟ୍ ଏୟାର ବେଲୁନ୍ ରେ ନିଆଁ ଲାଗି ଯାଇଥିଲା । ଫଳରେ ସେଥିରେ ଥିବା ଦୁଇ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମିଡିଆ ରିପୋର୍ଟ ମୁତାବକ, ହଟ୍ ଏୟାର ବେଲୁନ୍ ଟି ଉଡୁଥିବା ସମୟରେ ହଠାତ୍ ସେଥିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ପୁଲିସ୍ ପ୍ରବକ୍ତାଙ୍କ କହିବା ମୁତାବକ, ପାଇଲଟ୍ ଙ୍କ ସମତେ ତିନି ଜଣ ପୁରୁଷ ଏବଂ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଯାଇଛି । ବେଲୁନ୍ ଟିରେ ନିଆଁ ଲାଗିବା ଫଳରେ ତାହା ତଳେ ପଡିଯାଇଥିଲା ।

ମୃତ୍ୟୁବରଣ କରିଥିବା ସମସ୍ତଙ୍କ ପରିଚୟ ମିଳିପାରି ନଥିବା ବେଳେ ପୁଲିସ୍ ଦୁଇଜଣଙ୍କ ବିଷୟରେ ଜାଣିବାରେ ସଫଳ ହୋଇଛି । ସେଥି ମଧ୍ୟରେ ଜଣେ ୫୯ ବର୍ଷିୟା ମାର୍ଟିନ୍ ମାର୍ଟିନେଜ୍ ଏବଂ ଅନ୍ୟ ଜଣେ ୬୨ ବର୍ଷୀୟା ମେରୀ ମାର୍ଟିନେଜ୍ । ବେଲୁନ୍ ଟି ପ୍ରାୟ ୧୦୦ ଫୁଟ୍ ଉଚ୍ଚରୁ ତଳକୁ ଖସିଥିବା ଜଣାପଡିଥିବା ପୁଲିସ୍ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.