fbpx

ଏମିତି ଏକ ହୋଟେଲ ଯେଉଁଠି ଖୋଲା ଆକାଶ ତଳେ ଦମ୍ପତି ବିତାଇଥାନ୍ତି ସାରା ରାତି

ଅଧିକାଂଶ ଦମ୍ପତି ବିବାହ ପରେ ବାହାରକୁ ବୁଲିବାକୁ ଯାଇଥାନ୍ତି । ଏହି ସମୟରେ ଉଭୟେ ହୋଟେଲରେ ରହିଥାନ୍ତି । ଆପଣ ମାନେ ହୁଏତ ଜାଣିନଥିବେ, ଏପରି ଏକ ହୋଟେଲ ଅଛି, ଯେଉଁଠି ଆପଣଙ୍କୁ ଖୋଲା ଆକାଶ ତଳେ ସବୁକିଛି ମିଳିଯାଇଥାଏ । ଏହି ହୋଟେଲରେ ରୁମ, ଦିବାର, ଛାତ ନଥାଏ, ଆପଣଙ୍କୁ ଖୋଲା ଆକାଶ ତଳେ ଶୋଇବାକୁ ପଡ଼ିବ ।

ସ୍ୱିଜରଲ୍ୟାଣ୍ଡରେ ଥିବା ‘The Null Stern Hotel’ରେ ଏହିସବୁ ସୁବିଧା ରହିଛି । ଅଧିକାଂଶ ଲୋକ ଏହି ହୋଟେଲକୁ ପସନ୍ଦ କରୁଥିବା ଦେଖାଯାଉଛି । ଗୋଟିଏ ରାତି ଏହି ହୋଟେଲରେ ବିତାଇବାକୁ ହେଲେ ଆପଣଙ୍କୁ ପ୍ରାୟ ୨୩ ହଜାର ଟଙ୍କା ବ୍ୟୟ କରିବାକୁ ପଡ଼ିବ । ଆକର୍ଷଣୀୟ ପରିବେଶ, ତାଜା ପବନ, ପରିଷ୍କାର ପରିଚ୍ଛନ୍ନତା, ପାହାଡ଼ର ମନୋରମ ଦୃଶ୍ୟ, ପ୍ରାକୃତିକ ମେଘମାଳା ଆଦି ଦେଶ ବିଦେଶର ଲୋକଙ୍କୁ ଆକର୍ଷିତ କରେ । ୨୦୨୦ ମସିହାରେ କେବଳ ଗୋଟିଏ ଦିନରେ ଦୁଇଟି ହୋଟେଳ ରୁମ୍ ବିକ୍ରି ହୋଇଥିଲା । ବର୍ତ୍ତମାନ ସମୟରେ ଏହି ହୋଟେଲ ରୁମ ବୁକ୍ କରିବାକୁ ୯୦୦୦ ଲୋକ ୱେଟିଂ ଲିଷ୍ଟରେ ରହିଛନ୍ତି । ହୋଟେଲକୁ ନେଇ ଲୋକଙ୍କ ମଧ୍ୟରେ ରହିଥିବା ପାରମ୍ପରିକ ଧାରଣାକୁ ହଟାଇବା ଥିଲା ଏହି ହୋଟେଲ ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏହାର ପ୍ରତିଷ୍ଠାତା କହିଛନ୍ତି ।

Get real time updates directly on you device, subscribe now.