fbpx

ଆସନ୍ତାକାଲି ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି

ଭୁବନେଶ୍ୱର,୨୭ ।୧୧(ଓଡିଶା ଭାସ୍କର): ନୟାଗଡର ‘ପରୀ’ ମାମଲାକୁ ନେଇ ବିଧାନସଭା ହୁଲସ୍ତୁଲ । ବିଧାନସଭାରେ ନିଜ ଜିଦରେ ଅଟଳ ରହି ନାରାବାଜି କରିଛନ୍ତି ବିଜେପି ସଦସ୍ୟ । ପରୀ ମାମଲାରେ ମନ୍ତ୍ରୀଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ନାରାବାଜି ହୋଇଛି । ଫଳରେ ଆସନ୍ତାକାଲି ଯାଏଁ ଗୃହ ମୁଲତବୀ ହୋଇଛି । ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଗୃହ ଓ ସାଧାରଣ ପ୍ରଶାସନର ଖର୍ଚ୍ଚଦାବି କାଲି ଗିଲୋଟିନରେ ଗୃହୀତ ହେବ ।

Get real time updates directly on you device, subscribe now.