fbpx
BSKY
BJD MS SKY
BJD YOUTH SKY

ବୁଲା କୁକୁରଙ୍କୁ ଖାଇବାକୁ ଦେବା ପଡ଼ିଲା ମହଙ୍ଗା, ମହିଳାଙ୍କ ଉପରେ କଲୋନୀ ଲଗାଇଲା ୮ ଲକ୍ଷ ଟଙ୍କା ଜୋରିମାନା

ମୁମ୍ବାଇ: ନଭୀ ମୁମ୍ବାଇର ଏକ ଆବାସିକ କମ୍ପେ୍ଲକ୍ସରେ ରହୁଥିବା ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯେ, ସୋସାଇଟିର ପ୍ରବନ୍ଧନ ସମିତି ପକ୍ଷରୁ କଲୋନୀ ପରିସରରେ ବୁଲା କୁକୁରଙ୍କୁ ଖାଇବାକୁ ଦେବାରୁ ତାଙ୍କ ଉପରେ ୮ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି । ଏହି ଜୋରିମାନା ଏନଆରଆଇ କମ୍ପେ୍ଲକ୍ସର ପ୍ରବନ୍ଧ ସମିତି ପକ୍ଷରୁ ଲଗାଯାଇଛି । ଏଠାରେ ୪୦ରୁ ବିଲ୍ଡିଂ ରହିଛି ।

ଏହି ଅଭିଯୋଗ ଆଣିଥିବା ମହିଳାଙ୍କ ନାମ ହେଉଛି ଅଂଶୁ ସିଂହ । ସେ କହିଛନ୍ତି ଯେ, ଏଠାରେ ବୁଲା କୁକୁରଙ୍କୁ ଖାଇବା ଦେଲେ ଲୋକଙ୍କ ଉପରେ ଦୈନିକ ୫୦୦୦ ଟଙ୍କା ହିସାବରେ ଜୋରିମାନା ଲଗାଯାଏ । ଅଂଶୁ କହିଛନ୍ତି ଯେ, ସୋସାଇଟି ପକ୍ଷରୁ ମୋ ଉପରେ ଯେଉଁ ଜୋରିମାନା ଲଗାଯାଇଛି ତାର ମୋଟ ରାଶି ୮ ଲକ୍ଷ ଟଙ୍କାରୁ ଅଧିକ । ତେବେ ବୁଲା କୁକୁରଙ୍କୁ ଖାଦ୍ୟ ଦେଲେ ଜୋରିମାନା ଲଗାଯିବା ନିୟମ ଜୁଲାଇ ୨୦୨୧ରେ ଲଗାଯାଇଥିଲା । ତେବେ ଖାଲି ଅଂଶୁ ନୁହନ୍ତି ବରଂ କଲୋନୀର ଅନ୍ୟ ଜଣଙ୍କ ଉପରେ ମଧ୍ୟ ଜୋରିମାନା ଲଗାଯାଇଛି । ଅନ୍ୟ ଜଣଙ୍କ ଉପରେ ୬ ଲକ୍ଷ ଟଙ୍କା ଜୋରିମାନା ଲଗାଇଛି ସମିତି ।

ଅନ୍ୟପଟେ ଆବାସିକ କମ୍ପେ୍ଲକ୍ସର ସଚିବ ବିନୀତା ଶ୍ରୀନନ୍ଦନ କହିଛନ୍ତି ଯେ, ଏହି ନିଷ୍ପତ୍ତି ଛୋଟ ପିଲା ଓ ବୃଦ୍ଧଙ୍କ ପାଇଁ ନିଆଯାଇଛି । କାରଣ ପିଲାମାନେ ଟ୍ୟୁସନ୍ ସ୍କୁଲ ଯିବା ସମୟରେ ଏହି କୁକୁର ମାନେ ହଇରାଣ କରିଥାନ୍ତି । ସେହିପରି ବୃଦ୍ଧବୃଦ୍ଧା ମାନେ ଚଲାବୁଲା କରିବା ସମୟରେ କୁକୁର ମାନେ ସମସ୍ୟା ସୃଷ୍ଟି କରିଥାନ୍ତି । ତେଣୁ ଏହି ନିୟମ ଲାଗୁ କରାଯାଇଛି ।

 

Get real time updates directly on you device, subscribe now.