fbpx

ଶୀତ ଲହରି ଜାରି, ୧୧ ଡିଗ୍ରୀ ତଳେ ୮ ସହରର ପାରଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶୀତର ଲହର ଜାରି ରହିଛି । ପାରଦ କମିବା ଫଳରେ ବଢ଼ୁଛି ଶୀତ । ରାଜ୍ୟର ସବୁଠାରୁ ଥଣ୍ଡାର ସହର ପାଲଟିଛି ଦାରିଙ୍ଗବାଡ଼ି । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୬.୫ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ୭.୫ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଛି । ୧୧ ଡିଗ୍ରୀ ତଳେ ରହିଛି ୮ଟି ସହରର ପାରଦ । କୋରାପୁଟରେ ୯, ଟିଟଲାଗଡ଼ରେ ୯.୩, ଝାରସୁଗୁଡ଼ାରେ ୯.୬ ଡିଗ୍ରୀ, କେନ୍ଦୁଝରରେ ୯.୬, ସୁନ୍ଦରଗଡ଼ରେ ୧୦, ଭବାନୀପାଟଣାରେ ୧୦ ଡିଗ୍ରୀ, ଭୁବନେଶ୍ୱରରେ ୧୨.୨, କଟକରେ ୧୨ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.