fbpx

Jio ଲଞ୍ଚକଲା ୧ ଟଙ୍କିଆ ପ୍ରିପେଡ୍ ପ୍ଲାନ: ୩୦ ଦିନ ଭାଲିଡିଟି ସାଙ୍ଗକୁ ଡାଟା ବି ମିଳୁଛି

AAKASH

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ଏକ ଧମାକାଦାର ଅଫର ଲଞ୍ଚ କରିଛି । ନିକଟରେ ଜିଓ ୧ ଟଙ୍କିଆ ପ୍ରିପେଡ୍ ରିଚାର୍ଜ ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନ ମାଇ ଜିଓ ଆପରେ ଲିଷ୍ଟ କରାଯାଇଥିବା ବେଳେ କମ୍ ଡାଟା ବ୍ୟବହାର କରୁଥିବା ଲୋକଙ୍କୁ ଏହି ଅଫର ଫାଇଦା ଦେବ । ଏହି ପ୍ଲାନର ଭାଲିଡିଟି ୩୦ ଦିନ ରହିଥିବା ବେଳେ ୧୦୦ ଜିବିର ହାଇ ସ୍ପିଡି ଡାଟା ମିଳୁଛି । ଏହି ଡାଟା ସମାପ୍ତ ହୋଇଯିବା ପରେ ଇଣ୍ଟରନେଟ ସ୍ପିଡ ୬୦ କେବିପିଏସକୁ ହ୍ରାସ ପାଇବ । ତେବେ ଏହି ପ୍ଲାନରେ କଲିଂ ଓ ମେସେଜିଂ ସୁବିଧା ଦିଆଯାଇନାହିଁ । ଯେଉଁମାନେ ନିଜର ସିମକୁ କେବଳ ଆକ୍ଟିଭ ରଖିବାକୁ ଚାହୁଁଥିବେ, ସେମାନଙ୍କ ପାଇଁ ଏହି ପ୍ଲାନ ବହୁତ ଲାଭକାରୀ ହେବ ବୋଲି କୁହାଯାଉଛି ।

ଏହି ପ୍ଲାନଟି ଜିଓର ସବୁଠାରୁ ଶସ୍ତା ପ୍ଲାନ ହୋଇଥିବା ବେଳେ ଭୋଡାଫୋନ-ଆଇଡିଆ, ଏୟାରଟେଲ, ବିଏସଏନଏଲ, ଏମଟିଏନଏଲ ପରି ଟେଲିକମ୍ କମ୍ପାନୀମାନେ ଏ କ୍ଷେତ୍ରରେ ପଛରେ ପଡ଼ିଯାଇଛନ୍ତି । ଜିଓର ୧୧୯ ଟଙ୍କିଆ ପ୍ଲାନର ଭାଲିଡିଟି ୧୪ ଦିନ ପାଇଁ ରହିଥାଏ । ୨୦୯ ଟଙ୍କିଆ ପ୍ଲାନରେ ଦୈନିକ ୧.୫ ଜିବି ଡାଟା ମିଳିଥାଏ । ଏଥିସହ ସମସ୍ତ ନେଟୱାର୍କକୁ ଅସୀମିତ କଲିଂ, ଦୈନିକ ୩୦୦ ଏସଏମଏସ, ଜିଓ ଆପର ଫ୍ରି ସବସ୍କ୍ରିପସନ ମିଳିଥାଏ । ଏଥିରେ ଜିଓ ଟିଭି, ଜିଓ ସିନେମା, ଜିଓ ସେକ୍ୟୁରିଟି, ଜିଓ କ୍ଲାଉଡ ପରି ଆପ ସାମିଲ ରହିଛି ।

Get real time updates directly on you device, subscribe now.