fbpx

Drishyam 2ର ଟିକେଟ୍ ଉପରେ ୨୫%ର ଡିସକାଉଣ୍ଟ, ଜାଣନ୍ତୁ କେମିତି ବୁକ୍ କରିବେ ଟିକେଟ୍ ?

ନୂଆଦିଲ୍ଲୀ: ଅଜୟ ଦେବଗନଙ୍କ ଫିଲ୍ମ ଦୃଶ୍ୟମ ୨ ପାଇଁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇ ଯାଇଛି। ଦୀପାବଳିର ଖାସ୍ ଅବସରରେ ନିର୍ମାତା ଦର୍ଶକଙ୍କକୁ ଏକ ବିଶେଷ ଅଫର ଦେଇଛନ୍ତି। ଏହା ଅନୁଯାୟୀ, ଏହି ଦୁଇ ଦିନରେ ଟିକେଟ୍ ୨୫ ପ୍ରତିଶତ ଶସ୍ତା ଦାମରେ ମିଳିବ। ଅର୍ଥାତ ଅକ୍ଟୋବର ୨୪ ଏବଂ ୨୫ ତାରିଖରେ ଯିଏ ବି ଦୃଶ୍ୟମ ୨ ପାଇଁ ଟିକେଟ୍ ବୁକ୍ କରିବେ ସେମାନଙ୍କୁ ୨୫ ପ୍ରତିଶତ ଶସ୍ତା ପଡିବ।

ଏହା ପୂର୍ବରୁ ଅକ୍ଟୋବର ୨ ଏବଂ ୩ ତାରିଖରେ ନିର୍ମାତା ଏକ ଅଫର ଚଲାଇଥିଲେ ଏବଂ ଏଥିରେ ଦର୍ଶକଙ୍କ ଉତ୍ସାହଜନକ ପ୍ରତିକ୍ରିୟା ମିଳିଥିଲା। ଏଥିପାଇଁ ନିର୍ମାତା ଆଉ ଏକ ଅଫର ନେଇ ସାମ୍ନାକୁ ଆସିଛନ୍ତି। ଅଜୟ ଦେବଗନଙ୍କ ଫିଲ୍ମ ଦୃଶ୍ୟମ ୨ ନଭେମ୍ବର ୧୮ରେ ସିନେମାଘରକୁ ଆସୁଛି। ଭୂଷଣ କୁମାରଙ୍କ ପ୍ରଡକ୍ସନରେ ନିର୍ମିତ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ପାଠକ।

କେମିତି ମିଳିବ ଅଫର
ଫିଲ୍ମର ଟିକେଟ୍ ୨୫ ପ୍ରତିଶତ କମ ଦାମରେ ପାଇବା ପାଇଁ କୌଣସି ବି ମଲଟିପ୍ଲେକ୍ସ ଯେମିତି ପିଭିଆର, ଆଇନକ୍ସ କିମ୍ବା କାର୍ଣ୍ଣିଭାଲର ଓ୍ଵେବସାଇଟ କିମ୍ବା ଟୁଇଟର ହ୍ୟାଣ୍ଡେଲକୁ ଯାଆନ୍ତୁ। ସେଠାରେ ଦିଆଯାଇଥିବା ସବିଶେଷ ତଥ୍ୟ ଆଧାରରେ ଟିକେଟ୍ ବୁକ୍ କରି ପାରିବେ ଏବଂ ଏହି ଅଫରର ଲାଭ ପାଇ ପାରିବେ। ଏହା ବ୍ୟତୀତ ବୁକ୍ ମାଇଁ ଶୋ ପରି ସାଇଟରେ ବି ଅଫରର ସବିଶେଷ ତଥ୍ୟ ଉପଲବ୍ଧ ରହିଛି।
ଉଲ୍ଲେଖନୀୟ ଫିଲ୍ମର ପ୍ରଥମ ଭାଗ ସୁପରହିଟ୍ ହୋଇଥିଲା। ଦୃଶ୍ୟମ-୨ର ଘୋଷଣା ପରଠୁ ଫିଲ୍ମ ଲଗାତାର ଚର୍ଚ୍ଚାରେ ରହି ଆସିଛି। ଗତ ଦିନରେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇ ସାରିଛି। ଏଥିରେ ଦର୍ଶକଙ୍କ ଖୁବ୍ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଏବେ ଦେଖିବା ବାକି ରହିଲା ଯେ, ସିନେମାଘରେ ଫିଲ୍ମକୁ କେମିତି ପ୍ରତିକ୍ରିୟା ମିଳୁଛି। କୁହାଯାଉଛି ଓପନିଂ ଡେରେ ଫିଲ୍ମ ବେଶ ଭଲ ବ୍ୟବସାୟ କରିବ।

Get real time updates directly on you device, subscribe now.