fbpx
BSKY SKY
BSKY SKY

Cyclone Update: ୧୨ ଘଣ୍ଟା ପରେ ଭୀଷଣ ବାତ୍ୟା, ବର୍ଷା ପାଇଁ ଚିନ୍ତାରେ ଚାଷୀ ଓ ମତ୍ସ୍ୟଜୀବୀ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ସିତ୍ରାଙ୍ଗ’କୁ ନେଇ ରାଜ୍ୟ ପାଇଁ ବିପଦ ହଟିଯାଇଥିବା ବେଳେ ଏବେ ରହିଛି କେବଳ ବର୍ଷା ଭୟ । ଆସନ୍ତା ୧୨ ଘଣ୍ଟାରେ ବାତ୍ୟା ଭୟଙ୍କର ରୂପ ନେବ । ବର୍ତ୍ତମାନ ଉତ୍ତର ଉତ୍ତର-ପୂର୍ବ ଦିଗରେ ବାତ୍ୟା ଗତି କରୁଛି । ବାଂଲାଦେଶର ବରିସଲଠାରୁ ୫୨୦ କିମି ଦୂରରେ ରହିଛି ବାତ୍ୟା । ସାଗର ଦ୍ୱୀପପୁଞ୍ଜଠାରୁ ଦକ୍ଷିଣ ଦିଗରେ ୩୮୦ କିମି ଦୂରରେ ବାତ୍ୟା ରହିଥିବା ଜଣାପଡ଼ିଛି ।

ଗତକାଲି ବାତ୍ୟା ଗଭୀର ଅବପାତରେ ପରିଣତ ହୋଇଥିଲା । ବାତ୍ୟା ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳର ପାଗରେ ପରିବର୍ତ୍ତନ ଘଟିଛି । କିଛି ସ୍ଥାନରେ ବର୍ଷା ମଧ୍ୟ ଦେଖିବାକୁ ମିଳିଛି । ବାତ୍ୟା ପ୍ରଭାବରେ ରାଜ୍ୟର ୮ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ଘଣ୍ଟା ପ୍ରତି ୭୦ କିମିରୁ ଅଧିକ ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ସମ୍ଭାବ୍ୟ ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ ଓ ମତ୍ସ୍ୟଜୀବୀ । ଏହି ସମୟରେ ବର୍ଷା ଜାରି ରହିଲେ ଫସଲ ହାନୀ ହେବା ଅବଶ୍ୟମ୍ଭାବୀ । ତେଣୁ ଉପକୂଳବର୍ତ୍ତୀ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଏବେ ଭାଳେଣି ପଡ଼ିଯାଇଛି । ୨୫ ତାରିଖରେ ଜଳେଶ୍ୱର, ଭୋଗରାଇ, ବସ୍ତା ଆଦି ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୭୦ କିମି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

Get real time updates directly on you device, subscribe now.