fbpx

ବିଜେପିର ମିଶନ ୨୦୨୪, ତାମିଲନାଡୁରେ ଖୋଲିବ ନୂତନ ମାର୍ଗ, ଜାଣନ୍ତୁ କଣ ରହିଛି ଯୋଜନା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ଏବଂ ଗୁଜରାଟର ବିଧାନସଭା ନିର୍ବାଚନ ପୂର୍ବରୁ ବଡ ଗେମ୍ ଖେଳିବାକୁ ଯାଉଛି ବିଜେପି। ଗେରୁଆ ପାର୍ଟିର ନଜର ୨୦୨୪ ଲେକାସଭା ନିର୍ବାଚନରେ କେମିତି ଅଧିକରୁ ଅଧିକ ଆସନ ଜିତିବ ତା ଉପରେ ରହିଛି। ସେଥିପାଇଁ ଦଳ ତାମିଲନାଡୁରେ ନିଜର ସ୍ଥିତି ଜାହିର କରିବାକୁ ଉଦ୍ୟମ ଆରମ୍ଭ କରି ଦେଇଛି। ରାଜ୍ୟରେ ଏଆଇଏଡିଏମକେ ସହ ମେଣ୍ଟ ଭଲ ଚାଲିଥିଲେ ବି ନିଜ ଗୋଡରେ ଦୃଢ ଭାବେ ଛିଡା ହେବା କିଛି ଖରାପ ନୁହେଁ ବୋଲି ପାର୍ଟି ହାଇକମାଣ୍ଡ ତାମିଲନାଡୁ ବିଜେପି ସଭାପତିଙ୍କୁ ଜଣାଇ ଦେଇଛନ୍ତି। ଆଗାମୀ ବିଧାନସଭା ନିର୍ବାଚନ ସୁଦ୍ଧା ବିଜେପି ନିଜ ଦମରେ ତାମିଲନାଡୁରେ ଲଢିବାକୁ ଚାହୁଁଛି। ଏହି କାରଣରୁ ବର୍ଷର ଶେଷ ସୁଦ୍ଧା ୭୬ କେନ୍ଦ୍ରୀୟ ମନ୍ତ୍ରୀ ରାଜ୍ୟ ଗସ୍ତ କରି ପାରନ୍ତି।

ବିଜେପି କହିଛି ଏଆଇଏଡିଏମକେ ସହ ଆମର ଭଲ ମେଣ୍ଟ ଚାଲିଛି। ଏଥିରେ କୌଣସି ସମସ୍ୟା ବି ନାହିଁ। ମାତ୍ର ପାର୍ଟିର ବିକାଶ ପାଇଁ ମହତ୍ଵାକାଂକ୍ଷୀ ରଖିବା ଏଥିରେ କିଛି ଭୁଲ୍ ନାହିଁ। ଆମେ ନିଶ୍ଚିତ ଭାବେ ପୂର୍ବାପେକ୍ଷା ଅଧିକ ମଜବୁତ ହେବାକୁ ଚେଷ୍ଟା କରିବୁ। ଚଳିତ ମାସ ଆରମ୍ଭରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ ଏବଂ ସ୍ମୃତି ଇରାନୀ କେନ୍ଦ୍ରୀୟ ଯୋଜନାର ପ୍ରଗତୀର ସମୀକ୍ଷା ପାଇଁ କ୍ରମଶଃ ଚେନ୍ନାଇ ଏବଂ କୋଏମ୍ବାଟୁର ପହଞ୍ଚିଥିଲେ। ଗତ ରବିବାର ଦୁଇ ମନ୍ତ୍ରୀ ଚେନ୍ନାଇର ଏକ ବସ ଷ୍ଟାଣ୍ଡରେ କେନ୍ଦ୍ର ସରକାରଙ୍କ ଯୋଜନାର ଏକ ଷ୍ଟଲର ଉଦଘାଟନ କରିଥିଲେ।

କଣ ରହିଛି ବିଜେପିର ରଣନୀତି
ବିଜେପିର ଜଣେ ନେତାଙ୍କ ଅନୁସାରେ ଆମ ଯୋଜନାକୁ ଜନତାଙ୍କ ନିକଟରେ ପହଞ୍ଚାଇବାକୁ ଚାହୁଁଛୁ। ଆମର ଉଦ୍ଦେଶ୍ୟ ଲାଭାର୍ଥୀଙ୍କୁ ମତଦାତାରେ ପରିବର୍ତ୍ତନ କରିବା। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଏଆଇଏଡିଏମକେ ମେଣ୍ଟର ନେତୃତ୍ଵ ନେଉଛୁ। ମାତ୍ର ଆଗାମୀ ବିଧାନସଭା ନିର୍ବାଚନ ସୁଦ୍ଧା ବିଜେପି ନିଜ ଦମରେ ତାମିଲନାଡୁରେ ଆସିବାକୁ ଚାହିଁବ। ତେଣୁ ପାର୍ଟି ରାଜ୍ୟରେ ଏବେ ସକ୍ରିୟତାର ସହ କାମ କରିବ।

ନିକଟରେ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଡିଏମକେର ପ୍ରମୁଖ ଏମକେ ଷ୍ଟାଲିନଙ୍କ ଉପରେ ବର୍ଷିଥିଲା। ସଭିଙ୍କ ଉପରେ ହିନ୍ଦୀ ଭାଷାକୁ ଥୋପା ଯାଉଥିବା ଷ୍ଟାଲିନ ବିଜେପି ବିରୋଧରେ ଅଭିଯୋଗ କରିଥିଲେ। ହିନ୍ଦୀ ଭାଷାକୁ ନେଇ ବିଜେପି ଏବଂ ଷ୍ଟାଲିନଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଗୃହ ମନ୍ତ୍ରୀ ଅମିତ୍ ଶାହ କହିଥିଲେ, ହିନ୍ଦୀ ଭାଷା ସଭିଙ୍କୁ ଏକଜୁଟ୍ କରୁଥିବା ଭାଷା ହେବା ଉଚିତ୍। ନିକଟରେ ଶାହଙ୍କ ନେତୃତ୍ଵାଧୀନ ସଂସଦୀୟ ରାଷ୍ଟ୍ର ଭାଷା କମିଟି ଦ୍ଵାରା ସମସ୍ତ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟରେ ହିନ୍ଦୀ ଭାଷାରେ ଶିକ୍ଷାଦାନ କରାଯିବା ନେଇ ସୁପାରିସ କରାଯାଇଥିଲା। ଏହା ବିରୋଧ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ। ତାମିଲନାଡୁ ବିଧାନସଭାରେ ଗତ ସୋମବାର ଏ ନେଇ ଏକ ପ୍ରସ୍ତାବ ବି ଉପସ୍ଥାପନ କରାଯାଇଥିଲା।

Get real time updates directly on you device, subscribe now.