fbpx
BJD SKY
BJD SKY

ଆପଣଙ୍କ ଜିଲ୍ଲାକୁ ମିଳିପାରିବ ୩ କୋଟି ଟଙ୍କା, ଏଭଳି ପୁରସ୍କାର ରାଶି ଜିତିବା ପାଇଁ ଆପଣଙ୍କୁ କରିବାକୁ ହେବ ବାସ ଏହି କାମ; ଜାଣନ୍ତୁ

BJD

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ବିପୁଳ ପରିବର୍ତ୍ତନ ସହ ସଫଳ ରୂପାୟନ ପାଇଁ ୫ଟି ସରକାର ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି । କିପରି ପିଲାମାନଙ୍କ ଶିକ୍ଷା କ୍ଷେତ୍ରକୁ ଆହୁରି ମଜବୁତ କରାଯାଇ ପାରି ସେହି ଦିଗରେ କାର୍ଯ୍ୟ କରାଯାଉଛି । ସ୍ମାର୍ଟ କ୍ଲାସ ରୁମ ଠାରୁ ଆରମ୍ଭ କରି ପିଲାଙ୍କୁ ଘରୋଇ ସ୍କୁଲ ଠାରୁ ଉନ୍ନତ ଶିକ୍ଷା କିପରି ଦିଆଯାଇ ପାରି ତାହା ଉପରେ ଅଧିକ ଧ୍ୟାନ ଦିଆଯାଉଛି ।

ରାଜ୍ୟରେ ପର୍ଯ୍ୟାୟ କ୍ରମେ ସ୍କୁଲ ରୂପାନ୍ତରିତ କରାଯାଉଛି । ତେବେ ଗତକାଲି ଫାଇଭ-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ୪ଟି ଜିଲ୍ଲାର ୩୩୫ଟି ରୂପାନ୍ତରିତ ସ୍କୁଲ୍‍ର ଲୋକାର୍ପଣ କରାଯାଇଛି । ଏଥିରେ କଟକର ୯୮ଟି ହାଇସ୍କୁଲ, କଳାହାଣ୍ଡିର ୧୧୫ଟି, ମାଲକାନଗିରିର ୪୯ଟି ଏବଂ ଯାଜପୁରର ୭୩ଟି ସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି। ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହିସବୁ ବିଦ୍ୟାଳୟର ଲୋକାର୍ପଣ କରିଛନ୍ତି । ରୂପାନ୍ତରିତ ସ୍କୁଲ ସମ୍ପତ୍ତିର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ଵ ଦିଆଯାଉଛି ।

ସେଥିପାଇଁ ସ୍କୁଲ ରୂପାନ୍ତରଣର ଉଲ୍ଲେଖନୀୟ କାର୍ଯ୍ୟରେ ଖୁସି ପ୍ରକାଶ କରି ଏଥିରେ ଭଲ କାମ କରୁଥିବା ଜିଲ୍ଲାମାନଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ୧ମ ପୁରସ୍କାର ଭାବେ ୩ କୋଟି ଟଙ୍କା, ୨ୟ ପୁରସ୍କାର ଭାବେ ୨ କୋଟି ଓ ୩ୟ ପୁରସ୍କାର ଭାବେ ୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ସମସ୍ତଙ୍କୁ ପ୍ରୋଚ୍ଛାହନ ମିଳିବ ଏବଂ ସେମାନେ ଆଗକୁ ଆହୁରି ଭଲ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

କେବଳ ଏତିକି ନୁହେଁ ସ୍କୁଲ ରୂପାନ୍ତରଣ କ୍ଷେତ୍ରରେ ଭଲ କାମ କରିଥିବା ବ୍ଲକମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଦଶଟି ବ୍ଲକକୁ ପୁରସ୍କାର ରାଶି ଆକାରରେ ୫୦ ଲକ୍ଷ ତାଙ୍କ ପ୍ରଦାନ କରାଯିବ। ରାଜ୍ୟସ୍ତରରେ ଏକ ବର୍ଣ୍ଣାଢ୍ୟ ଉତ୍ସବର ଆୟୋଜନ କରାଯାଇ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଶିକ୍ଷା ଉପରେ ଯେତେ ଅଧିକ ପ୍ରତିଯୋଗିତା ହେବ, ଶିକ୍ଷାର ଗୁଣାତ୍ମକ ମାନ ସେତେ ବୃଦ୍ଧି ପାଇବ ବୋଲି ଫାଇଭ-ଟି ସଚିବ ଭି କେ ପାଣ୍ଡିଆନ ସୂଚନା ଦେଇଛନ୍ତି । ତେଣୁ ଶିକ୍ଷାକୁଏକ ମହୋତ୍ସବ ଭାବେ ପାଳିବା ସହିତ କେବଳ ଜିଲ୍ଲା କି ବ୍ଲକ ନୁହେଁ ବରଂ ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ପ୍ରଧାନ ଶିକ୍ଷକ, ପଞ୍ଚାୟତ ପ୍ରତିନିଧି ଏବଂ ସ୍କୁଲ ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.