fbpx

ଓମିକ୍ରନ ଭାରିଆଣ୍ଟରୁ କିପରି ବର୍ତ୍ତିବେ ଡାଇବେଟିସ୍ ରୋଗୀ ? ଜାଣନ୍ତୁ କ’ଣ କହିଲେ ଡାକ୍ତର

ନୂଆଦିଲ୍ଲୀ: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ ପୁଣି ଥରେ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରୁଛି । ଓମିକ୍ରନ ମାମଲାର ଦ୍ରୁତ ବୃଦ୍ଧି ଯୋଗୁଁ ଖୁବଶୀଘ୍ର ଟିକା ନେବା ସହିତ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଡାଇଟ୍ ମାଧ୍ୟମରେ ପ୍ରାକୃତିକ ଉପାୟରେ ଇମ୍ୟୁନିଟି ବଢ଼ାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ଟିକା ଲଗାଇ ଦ୍ୱାରା ଆପଣଙ୍କୁ ଟି-ସେଲ ଇମ୍ୟୁନିଟି ମିଳିଥାଏ, କିନ୍ତୁ ପୁଷ୍ଟକର ଖାଦ୍ୟ ଖାଇବା ଦ୍ୱାରା ପ୍ରାକୃତିକ ଉପାୟରେ ଇମ୍ୟୁନିଟି ବଢ଼ିଥାଏ ।

ବିଶେଷଜ୍ଞଙ୍କ କହିବା ମୁତାବକ, ଡାଇବେଟିସ୍ ଓ ବ୍ଲଡ ପ୍ରେସରରେ ଆକ୍ରାନ୍ତ ଲୋକମାନେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଅଧିକ ସତର୍କ ରହିବା ଆବଶ୍ୟକ । ଇନ୍ଦ୍ରପ୍ରଥ ଆପୋଲୋ ହସ୍ପିଟାଲ କ୍ରିଟିକାଲ କେୟାରର ଡାକ୍ତର ଭିନି ୟୁଟ୍ୟୁବର ଏକ ଲାଇଭ ଅଧିବେଶନରେ କହିଛନ୍ତି ଯେ, ଡାଇବେଟିସ୍ ଲୋକଙ୍କ ଇମ୍ୟୁନିଟି ସ୍ତର କମ୍ ରହିଥାଏ । ସେମାନଙ୍କୁ ନିଜର ବ୍ଲଡ ସୁଗର କେଣ୍ଟ୍ରାଲରେ ରଖିବାକୁ ପଡିଥାଏ । ଏପରି ଲୋକମାନେ ଡାକ୍ତରଙ୍କ ସଂସ୍ପର୍ଶରେ ଆସିବା, ଇନସୁଲିନ୍ ନେବା ଓ ଟିକାକରଣ କରିବା ଆବଶ୍ୟକ ।’

କୋଭିଡ ସଂକ୍ରମଣ ମାମଲାରେ ମୋଟାପଣ ବି ଗୁରୁତର ଲକ୍ଷଣର କାରଣ ହୋଇପାରେ । ମୋଟାପଣ ଓ ଡାଇବେଟସର ତୁଳନା ଅଧିକ ଘାତକ ହୋଇଥାଏ । ଡାକ୍ତର ଭିନିଙ୍କ ପରାମର୍ଶ ଅନୁସାରେ, ଡାଇବେଟିସରେ ପୀଡିତ ଲୋକମାନେ ନିୟମିତ ନିଜର ଓଜନ ମାପିବା ଦରକାର । କାହିଁକି ନା ମୋଟାପଣ ଶରୀର ପାଇଁ ଅଧିକ କ୍ଷତିକାରକ । କୋଭିଡ ଯୋଗୁଁ ଏପରି ଲୋକଙ୍କୁ ଅଧିକ ସମସ୍ୟା ହୋଇପାରେ । ଯଦି ଆପଣଙ୍କ ଓଜନ ଅଧିକ ରହିଛି, ତେବେ ଆପଣଙ୍କୁ କରୋନା ସଂକ୍ରମଣ ହେବାର ସମ୍ଭାବନା ବି ଅଧିକ ରହିଛି ବୋଲି ଡାକ୍ତର ଭିନି କହିଛନ୍ତି ।

Get real time updates directly on you device, subscribe now.