fbpx

ସ୍କୁଲ ଭିତରେ ବୁଲିଲେ ଭାଲୁ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଖଇରପୁଟ (ଭାସ୍କର ନ୍ୟୁଜ୍‌):ସ୍କୁଲ ଭିତରେ ଭାଲୁ ଗୋଟିଏ କି ଦୁଇଟି ନୁହେଁ ତିନୋଟି ଭାଲୁ ସ୍କୁଲ ହତା ଭିତରେ ପଶିଥିବା ଦେଖିବାକୁ ମିଳିଛି । ତା ପୁଣି ସିସିଟିଭିରେ କଏଦ ହୋଇଛି । ଏହି ଦୃଶ୍ୟ ହେଉଛି ମାଲକାନଗିରି ଜିଳ୍ଲା ଗୋବିନ୍ଦପାଲ୍ଲୀ ଅଞ୍ଚଳରେ ଦେଖିବାକୁ ମିଳିଛି । ଗତ କାଲିରାତି ସମୟରେ ଏହି ତିନି ଭାଲୁ ସ୍କୁଲ ଗେଟ୍‌ ଦେଇ ଭିତରକୁ ପଶିଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଭାଲୁ ସ୍କୁଲକୁ ପଶିଥିଲେ ବି କାହାର କୌଣସି କ୍ଷତି କରିନଥିବା ଜଣାପଡିଛି । ସେପଟେ କୌଣସି ଅଘଟଣ ଘଟିବା ପୂର୍ବରୁ ବନବିଭାଗ ପକ୍ଷରୁ ସଜାଗ ହେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Get real time updates directly on you device, subscribe now.