fbpx

(Video) କେମିତି ଘଟିଲା କରମଣ୍ଡଳ ଦୁର୍ଘଟଣା? ଲାଇଭ ଦୃଶ୍ୟ ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ ଆହତ

AAKASH

ବାଲେଶ୍ୱର: କରମଣ୍ଡଳ ଦୁର୍ଘଟଣା ଯୋଗୁଁ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଭୟଙ୍କର ଦୁର୍ଘଟଣାରେ ଆହତ ସଂଖ୍ୟା ୯୦୦ ଅତିକ୍ରମ କରି ସାରିଥିବା ବେଳେ ମୃତ୍ୟୁସଂଖ୍ୟା ୩୦୦ ପାଖାପାଖି ପହଞ୍ଚିଲାଣି । ଯାହାକୁ ନେଇ ସାରା ଦେଶ ବର୍ତ୍ତମାନ ଦୁଃଖରେ ଭାଙ୍ଗି ପଡିଛି । ତେବେ ଏହି ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ତେବେ ଏହାମଧ୍ୟରେ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଯାତ୍ରୀ ଏହି କାଳ ସମୟର ଘଟଣା ବଖାଣିଛନ୍ତି । କରମଣ୍ଡଳ ଦୁର୍ଘଟଣା ସମୟର ସେହି ଛାତିଥରା ଦୃଶ୍ୟକୁ ଶୁଣାଇଛନ୍ତି ଏହି ଆହତ ।

ସେ କହିଛନ୍ତି ଯେ, ବାଲେଶ୍ୱର-ଚେନ୍ନାଇ ରୁଟରେ କରମଣ୍ଡଳ ଏକ୍ସପ୍ରେସ ଯାଉଥିବା ବେଳେ ଅନ୍ୟପଟରୁ ଯଶୋବନ୍ତପୁର-ହାୱଡା ଟ୍ରେନ ଦ୍ରୁତ ଗତିରେ ଆଗେଇ ଚାଲିଥିଲା । ଏହି ସମୟରେ ଟ୍ରେନ ଲାଇନଚ୍ୟୁତ ହୋଇଯିବାରୁ ମାତ୍ର କେଇଟା ସେକେଣ୍ଡ ଭିତରେ ଏହି ଦୁର୍ଘଟଣା ଘଟି ଯାଇଥିଲା । ଏହାପରେ ଚାହୁଁ ଚାହୁଁ ଶହ ଶହ ଯାତ୍ରୀ ମୃତ୍ୟୁମୁଖକୁ ଚାଲି ଯାଇଥିଲେ ଏବଂ ଅନେକ ଏବେ ପର୍ଯ୍ୟନ୍ତ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତେବେ ଏଭଳି ଏକ ଛାତିଥରା ଘଟଣାର ଲାଇଭ ଦୃଶ୍ୟ ପ୍ରକାଶ କରିଛନ୍ତି ଦୁର୍ଘଟରାରେ ଆହତ ହୋଇଥିବା ଯାତ୍ରୀ ।

Get real time updates directly on you device, subscribe now.