fbpx

କିପରି ସାଧାରଣ ଝିଅ ବିଷକନ୍ୟାରେ ପରିବର୍ତ୍ତନ ହୁଅନ୍ତି? କ’ଣ ଥାଏ ଏମାନଙ୍କ କାର୍ଯ୍ୟ, ଜାଣନ୍ତୁ ରହସ୍ୟ

AAKASH

ଅଧିକାଂଶ ଲୋକ ହନିଟ୍ରାପ୍ ନାମକ ଶବ୍ଦ ସହିତ ଭଲ ଭାବରେ ପରିଚିତ ଥିବେ । ଯେଉଁମାନେ ଏ ବିଷୟରେ କିଛି ଜାଣନ୍ତି ନାହିଁ, ସେମାନେ ଜାଣି ରଖନ୍ତୁ କି ଜଣେ ଝିଅ ମାଧ୍ୟମରେ ନିଜ ଶତ୍ରୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବାହାର କରିବା ପ୍ରକ୍ରିୟାକୁ ହନିଟ୍ରାପ୍ କୁହାଯାଏ । ଏଥିରେ ଝିିଅଟି ନିଜ ଶୈଳୀ ମାଧ୍ୟମରେ ପ୍ରେମର ଜାଲରେ ନିଜ ଶତ୍ରୁକୁ ଫସାଇଥାଏ । ଏବଂ ପରେ ସେମାନଙ୍କ ଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡିକୁ ବାହାର କରିଥାଏ । ଜାଲରେ ଫସି ଲୋକମାନେ ଶତ୍ରୁକୁ ଅନେକ ସମୟରେ ନିଜ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଅନ୍ତି, ଯାହା ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ ସାଂଘାତିକ ହୋଇଯାଏ । ନିକଟରେ ପାକିସ୍ତାନରେ ହନିଟ୍ରାପକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । କିନ୍ତୁ ହନିଟ୍ରାପ କେବଳ ଆଜିର କାହାଣୀ ନୁହେଁ । ବହୁ ବର୍ଷ ପୂର୍ବେ, ଏପରି ଜିନିଷ ମଧ୍ୟ ଶତ୍ରୁକୁ ପରାସ୍ତ କରିବା ପାଇଁ ବ୍ୟବହୃତ ହେଉଥିଲା । ଆପଣ ନିଶ୍ଚିତ ଭାବରେ ଅନେକ କାହାଣୀରେ ବିଶକନ୍ୟାଙ୍କ ବିଷୟରେ ଶୁଣିଥିବେ । ପ୍ରାଚୀନ କାଳରେ, ସେମାନେ ହନିଟ୍ରାପ ଦ୍ୱାରା ଶତ୍ରୁକୁ ନିଜ ଜାଲରେ ଫସାଉଥିଲେ ।

କୌଟିଲ୍ୟଙ୍କ ଆର୍ଥଶାସ୍ତ୍ରରେ ବିଷକନ୍ୟାଙ୍କ ବିଷୟରେ ଉଲ୍ଲେଖ କରାଯାଇଛି । ଚାଣକ୍ୟ ଚନ୍ଦ୍ରଗୁପ୍ତଙ୍କ ଶାସନ କାଳରେ ହିଁ ବିଷକନ୍ୟାଙ୍କ ଆବଶ୍ୟକତା ବୁଝିଥିଲେ । ଏହି ବିଷକନ୍ୟାମାନଙ୍କୁ ଗୁପ୍ତଚର କିମ୍ବା ପ୍ରଲୋଭନକାରୀ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଥିଲା । ଏମାନେ ନିଜର ଚିତ୍ତାକର୍ଷକ ଏବଂ ସୁନ୍ଦର ଶୈଳୀ ଦ୍ୱାରା ଶତ୍ରୁମାନଙ୍କୁ ଆକର୍ଷିତ କରୁଥିଲେ । ଶତ୍ରୁମାନଙ୍କୁ ନିଜ ଶୈଳୀର ଦାସ ଭାବରେ ବ୍ୟବହାର କରୁଥିଲେ ଏବଂ ସେମାନଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବାହାର କରି ସେମାନଙ୍କର ହତ୍ୟା କରୁଥିଲେ ।

ବିଷକନ୍ୟାଙ୍କୁ ପ୍ରସ୍ତୁତ କରିବା ପାଇଁ କମ୍ ବୟସର ଝିଅମାନଙ୍କୁ ବଛା ଯାଇଥାଏ । ଏହି ଛୋଟ ଝିଅମାନଙ୍କୁ ଅଳ୍ପ ପରିମାଣର ବିଷ ଦିଆଯାଉଥିଲା । ଏତେ କମ୍ ପରିମାଣର ବିଷ ସେମାନଙ୍କୁ ଦିଆଯାଉଥିଲା ଯେପରି ସେମାନଙ୍କର ମୃତ୍ୟୁ ହେବନାହିଁ । ଏହା ପରେ ଧୀରେ ଧୀରେ ବିଷର ପରିମାଣ ବଢା ଯାଉଥିଲା ଏବଂ ପରେ ଏପରି ଏକ ସମୟ ଆସୁଥିଲା ଯେତେବେଳେ ବିଷ ତାଙ୍କ ଶରୀରରେ ସମ୍ପୂର୍ଣ୍ଣ ବ୍ୟାପି ଯାଇଥିଲା । ଏହି ବିଷକନ୍ୟାଙ୍କୁ ନୃତ୍ୟ, ସଙ୍ଗୀତ ଏବଂ ରାଜନୀତି ଭଳି ସମସ୍ତ ପ୍ରକାରର ଶିକ୍ଷା ଦିଆଯାଉଥିଲା । ତାଲିମ ପରେ ସେମାନଙ୍କୁ ଗୁପ୍ତଚର କିମ୍ବା ଅସ୍ତ୍ର ଭାବରେ ବ୍ୟବହାର କରାଯାଉଥିଲା । ସର୍ବପ୍ରଥମେ, ଶତ୍ରୁଙ୍କ ବିଶ୍ୱାସ ଜିତି ସେମାନଙ୍କୁ ନିଜ ପ୍ରେମର ଜାଲରେ ପକାଉଥିଲେ ଏବଂ ନିଜ ଶୈଳୀରେ ସେମାନଙ୍କୁ ବାନ୍ଧି ସେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବାହାର କରୁଥିଲେ । ଏହି ବିଷକନ୍ୟାମାନଙ୍କର ପ୍ରତ୍ୟେକ ରକ୍ତ ବୁନ୍ଦା ଏବଂ ଛେପରେ ବିଷ ରହିଥିଲା । ଯେଉଁମାନେ ତାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ ସେମାନେ ସିଧାସଳଖ ମୃତ୍ୟୁକୁ ଗ୍ରହଣ କରୁଥିଲେ ।

Get real time updates directly on you device, subscribe now.