fbpx
BSKY
BJD MC SKY
BJD YOUTH SKY

ଟୋକିଓ ଛାଡ଼ୁଥିବା ପରିବାରକୁ ସରକାର ଦେଉଛନ୍ତି ୬.୫ ଲକ୍ଷ; କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ବଢୁଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ, ବିଶ୍ୱର ବିଭିନ୍ନ ସରକାର ସମୟ ସମୟରେ ଅନେକ ପଦକ୍ଷେପ ନେଇଥାନ୍ତି । ଏହି ସମୟରେ, ଜାପାନ ନିଜର ସହରଗୁଡିକରେ ଜନସଂଖ୍ୟାର ସଠିକ ସନ୍ତୁଳନ ବଜାୟ ରଖିବା ପାଇଁ ପ୍ରସ୍ତୁତ ହେଉଛି । ଜାପାନ ଜନସଂଖ୍ୟାକୁ ଠିକ ରଖିବା ପାଇଁ କରୁଥିବା ଅନନ୍ୟ ପଦ୍ଧତି ବିଷୟରେ ଆଲୋଚନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

ଜାପାନ ସରକାର ଦୀର୍ଘ ଦିନ ଧରି ଟୋକିଓରେ ରହୁଥିବା ଲୋକଙ୍କୁ ରାଜଧାନୀ ଛାଡିବାକୁ ଉତ୍ସାହିତ କରିଆସୁଛନ୍ତି । ଏଥିପାଇଁ ସେ ପରିବାରକୁ ପ୍ରୋତ୍ସାହନ ମଧ୍ୟ ଦେଉଥିଲେ । ଏହି ପ୍ରୋତ୍ସାହନ ନୀତି ୨୦୧୯ ମସିହାରେ ଆରମ୍ଭ ହୋଇଥିଲା, ଯାହାର ଉଦ୍ଦେଶ୍ୟ ହେଉଛି ସେହି ଅଞ୍ଚଳରେ ପିଲାମାନଙ୍କର ସଂଖ୍ୟା ବୃଦ୍ଧି କରିବା ଯେଉଁଠାରେ ଜନ୍ମ ହାର କମ୍ ଅଛି । କାରଣ ସେଠାରେ ଥିବା ବାକି ଜନସଂଖ୍ୟା ବୃଦ୍ଧ ଅବସ୍ଥାକୁ ଆସିଯାଇଛନ୍ତି । ଏହାପୂର୍ବରୁ ଜାପାନ ସରକାର ଏହି ଯୋଜନାରେ ଅଂଶଗ୍ରହଣ କରିଥିବା ପ୍ରତି ପିଲାଙ୍କୁ ୭ ଲକ୍ଷ ୟେନ ପ୍ରୋତ୍ସାହନ ରାଶି ଦେଉଥିଲେ । ବର୍ତ୍ତମାନ ଏହାକୁ ୧୦ ଲକ୍ଷ ୟେନକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ଅର୍ଥାତ୍ ପ୍ରତି ପିଲାଙ୍କ ପାଇଁ ପ୍ରାୟ ୬.୫ ଲକ୍ଷ ଟଙ୍କା ।

ମିଳିଥିବା ସୂଚନା ଅନୁଯାୟୀ, ୨୦୧୯ ରେ କେବଳ ୭୧ ପରିବାର ଏହି ଯୋଜନାର ଅଂଶ ହୋଇଥିଲେ । ଯାହା ୨୦୨୦ ସୁଦ୍ଧା ୨୯୦ କୁ ବୃଦ୍ଧି ପାଇଥିଲା । ବର୍ତ୍ତମାନ ଜାପାନ ସରକାରଙ୍କ ପ୍ରୟାସ ହେଉଛି ଏହି ଯୋଜନାରେ ଅଂଶଗ୍ରହଣ କରୁଥିବା ପରିବାର ସଂଖ୍ୟାକୁ ଆସନ୍ତା ୫ ବର୍ଷରେ ୧୦ ହଜାରରୁ ଅଧିକ ବୃଦ୍ଧି କରିବା । ଏଥିପାଇଁ ଜାପାନ ସରକାର ବିଶେଷକରି ଗ୍ରାମାଞ୍ଚଳର ଜନସଂଖ୍ୟାକୁ ଶୀଘ୍ର ବୃଦ୍ଧି କରିବାକୁ ଚାହୁଁଛନ୍ତି ।

ଏହି ଯୋଜନାର ଫାଇଦା ନେଉଥିବା ଲୋକ ନୂତନ ସ୍ଥାନକୁ ଯାଇ ଆସନ୍ତା ତିନିମାସରୁ ଏକ ବର୍ଷ ମଧ୍ୟରେ ରହିବାର ସୂଚନା ପ୍ରଦାନ କରିବେ । ଏବଂ ସେମାନେ ସେଠାରେ ପାଞ୍ଚ ବର୍ଷ ରହିବେ । ଯଦି ସେମାନେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ରୁହନ୍ତି ନାହିଁ । ତେବେ ସରକାର ସେମାନଙ୍କଠାରୁ ଏହି ପ୍ରୋତ୍ସାହନ ରାଶି ପ୍ରତ୍ୟାହାର କରିବେ । ଏହି କାର୍ଯ୍ୟକ୍ରମରେ, ସେହି ପରିବାରମାନଙ୍କୁ ଅଧିକ ଆର୍ôଥକ ସହାୟତା ଦିଆଯିବ ଯେଉଁମାନଙ୍କର ଏକରୁ ଅଧିକ ସନ୍ତାନ ଅଛନ୍ତି । ୨୦୨୧ ମସିହାରେ, ୧୧୮୪ ପରିବାର ଟୋକିଓ ଛାଡିଥିଲେ ଯାହାକୁ ଆର୍ଥିକ ସାହାଯ୍ୟ ଦିଆଯାଇଥିଲା । ଯିଏ ଏହି ଯୋଜନାର ଲାଭ ଉଠେଇବେ, ତାଙ୍କୁ ନିଜ ରୋଜଗାରର ଦାୟିତ୍ୱ ନେବାକୁ ପଡ଼ିବ ।

Get real time updates directly on you device, subscribe now.