Cold drinks ପିଉଥିଲେ ସାବଧାନ! ସତର୍କ କରାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ, ଖରାପ ହୋଇ ଯାଇପାରେ…

କୋଲ୍ଡ ଡ୍ରିଙ୍କ୍ସ ଶରୀର ପକ୍ଷେ ହାନିକାରକ ହୋଇଥାଏ । ଅନେକ ରୋଗର କାରଣ ସାଜିଥାଏ ।

ନୂଆଦିଲ୍ଲୀ: କୋଲ୍ଡ ଡ୍ରିଙ୍କ୍ସ ପିଉଛନ୍ତି କି ? ବର୍ତ୍ତମାନ ମହିଳା, ଯୁବବର୍ଗ ଏବଂ ଛୋଟ ଛୁଆମାନେ କୋଲ୍ଡ ଡ୍ରିଙ୍କ୍ସ ପିଇବା ପାଇଁ ପସନ୍ଦ କରିଥାନ୍ତି । ବିଶେଷକରି ଖାଇବା ପରେ ଏହା ପିଇବା ପାଇଁ ଇଚ୍ଛା ହୋଇଥାଏ । କିନ୍ତୁ ଏନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଆଲର୍ଟ ଜାରି କରିଛନ୍ତି । ଏହା ସ୍ବାସ୍ଥ୍ୟପକ୍ଷେ ହାନିକାରକ ବୋଲି କୁହାଯାଇଛି ।

ଦେଶର ସୁନାମଧନ୍ୟ ଲିଭର ସ୍ପେସାଲିଷ୍ଚ ଡା.ଏସ କେ ସରିନ୍ ଏକ ପୋଡକାଷ୍ଟରେ କୋଲ୍ଡ ଡ୍ରିଙ୍କ୍ସକୁ ନେଇ ବଡ଼ ଖୁଲାସା କରିଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ, ଏହା ପିଇବା ଦ୍ବାରା ଲିଭର ଉପରେ ପ୍ରଭାବ ପଡିଥାଏ । ବିଶେଷକରି ଫ୍ୟାଟି ଲିଭର ସମସ୍ୟା ଉପଜିପାରେ । କୋଲ୍ଡ ଡ୍ରିଙ୍କ୍ସରେ ଆର୍ଟିଫିସିଆଲ ଚିନି ରହିଥାଏ । ପ୍ରଥମ ହେଲା ଗ୍ଲୁକୋଜ ଏବଂ ଦ୍ବିତୀୟଟି ହେଲା ପ୍ରୁକ୍ଟଜ ।

ଶରୀରରେ ଅଧିକ ମାତ୍ରାରେ ପ୍ରୁକ୍ଟଜ କ୍ଷତିକାରକ ହୋଇଥାଏ । ଅଧିକମାତ୍ରାରେ କୋଲ୍ଡ ଡ୍ରିଙ୍କ୍ସ ପିଇବା ଦ୍ବାରା ଲିଭର ପ୍ରୁକ୍ଟୋଜକୁ ଫ୍ୟାଟରେ ପରିବର୍ତ୍ତନ କରିଥାଏ । ଯାହା ଲିଭରରେ ଜମା ହୋଇଯାଇଥାଏ । ଏହା ଫ୍ୟାଟି ଲିଭରର କାରଣ ହୋଇପାରେ । ଅନ୍ୟପଟେ ଓଜନ ମଧ୍ୟ ବୃଦ୍ଧି ପାଇଥାଏ । କାରଣ ଶରୀରରେ କ୍ୟାଲୋରୀ ମଧ୍ୟ ବୃଦ୍ଧି ପାଇଥାଏ ।

ଅଧିକ ପରିମାଣରେ ଚିନି ଶରୀର ପାଇଁ ଠିକ୍ ନୁହେଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ତେଣୁ ଏହାର ବ୍ୟବହାର ସୀମିତ କରିବା ପାଇଁ କୁହାଯାଇଛି ।