fbpx
BJD SKY
BJD SKY

ମଣିଷ ଶାରୀରିକ ଓ ମାନସିକ ଭାବେ ଫିଟ୍ ରହିବ କିପରି: ଫଲୋ କରନ୍ତୁ ଏହି ଟିପ୍ସ

BJD

ସାଧାରଣ ଭାବେ ସୁସ୍ଥ ରହିବାକୁ ସମସ୍ତେ ଚାହାନ୍ତି । ମାତ୍ର ସମୟ ଅଭାବରୁ ବା ଅବହେଳାକୁ ଅନେକ ନିଜର ଶରୀରର ଉପଯୁକ୍ତ ଧ୍ୟାନ ଦେଇପାରନ୍ତି ନାହିଁ । ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାର ଭିଟାମିନର ଆବଶ୍ୟକତା ରହିଛି । ତେଣୁ ନିୟମିତ ବିଭିନ୍ନ ଭିଟାମିନଯୁକ୍ତ ଖାଦ୍ୟ ଭୋଜନରେ ସାମିଲ କରିବା ଦରକାର । ଭିଟାମିନଯୁକ୍ତ ଖାଦ୍ୟ ସେବନ ଫଳରେ ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ ।

– ଭିଟାମିନ-ଏ ଅଭାବରେ ଶରୀରରେ ପାକସ୍ଥଳୀଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ଯଦି ଆପଣ ପର୍ଯ୍ୟାପ୍ତ ମାତ୍ରାରେ ଭିଟାମିନଯୁକ୍ତ ଖାଦ୍ୟ ସେବନ କରୁଥାନ୍ତି, ତେବେ ଆପଣଙ୍କଠାରେ ଅନ୍ତନଳୀ ସମ୍ବନ୍ଧୀୟ ସମସ୍ୟା ଦେଖାଦେବ ନାହିଁ । ଭିଟାମିନ-ଏ ପାଇବା ପାଇଁ ଗାଜର ଖାଇବା ଉଚିତ । ଏହା ଆମର ହଜମ କିୟାକୁ ଠିକ ରଖିବାରେ ସହାୟକ ହୋଇଥାଏ ।

– ଭିଟାମିନ-ବି ଆମ ଶରୀରେ ଲାଲ ରକ୍ତ କଣିକା ସୃଷ୍ଟି କରିବା ସହ ଖାଦ୍ୟରୁ ଶକ୍ତି ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ଆମର ପାଚନ ତନ୍ତ୍ରକୁ ଠିକ୍ ରଖିବା ସହ ଭୋକକୁ ନିୟନ୍ତ୍ରଣ କରିଥାଏ । ଏହି ଭିଟାମିନର ଅଭାବରେ ଡାଇରିଆ, ବାନ୍ତି ଆଦି ସମସ୍ୟା ଦେଖାଦେଇଥାଏ ।

– ଭିଟାମିନ-ସି’ରେ ଆଣ୍ଟିଅକ୍ସିଡେଣ୍ଟ ରହିଥିବାରୁ ତାହା ଖାଦ୍ୟରୁ ଆଇରନ ଗ୍ରହଣ କରିବାରେ ସହାୟକ ହୋଇଥାଏ । ଏହି ଭିଟାମିନ ଦାନ୍ତକୁ ସୁସ୍ଥ ରଖିଥାଏ । ଷ୍ଟ୍ରବେରୀ, ବ୍ରୋକଲି, ଖଟା ଫଳ ଆଦିରେ ଏହି ଭିଟାମିନ ମିଳିଥାଏ । ଭିଟାମିନ-ସି ହଜମ କ୍ରିୟାକୁ ଠିକ୍ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ ।

– ଆଇରନ ଆମ ଶରୀରରେ ଉପକାରୀ ବ୍ୟାକ୍ଟେରିଆ ବୃଦ୍ଧିରେ ସହାୟକ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । କଦଳୀ, ବ୍ରୋକଲି ଆଦି ସେବନ କରିବା ଫଳରେ ଆଇରନ ମିଳିଥାଏ । ତେବେ ମଣିଷ ଶାରୀରିକ ଭାବେ ଫିଟ୍ ରହିବା ଯେତିକି ଜରୁରୀ ମାନସିକ ଭାବେ ଠିକ୍ ରହିବା ମଧ୍ୟ ସେତିକି ଜରୁରୀ । ତେଣୁ ନିୟମିତ ଧ୍ୟାନ, ଯୋଗ ଆଦି କରିବା ଆବଶ୍ୟକ ।

Get real time updates directly on you device, subscribe now.