fbpx
BJD SKY
BJD SKY

ମହିଳାଙ୍କୁ ଅନ୍ଧ କଲା ଟାଟୁ; ବଦଳାଇବାକୁ ପଡ଼ିଲା ଆଖି

BJD

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଟାଟୁ କରିବାକୁ ପସନ୍ଦ କରନ୍ତି । ଏହି ଲୋକମାନେ ନିଜ ଶରୀରର ସମସ୍ତ ଅଙ୍ଗରେ ଟାଟୁ କରିଥା’ନ୍ତି । କିନ୍ତୁ ଶରୀରର ସମ୍ବେଦନଶୀଳ ଅଙ୍ଗଗୁଡ଼ିକରେ ଟାଟୁ କରିବା କେତେ ଭାରୀ ହୋଇପାରେ ତାହା ପୋଲାଣ୍ଡର ଆଲେକ୍ସଜାଣ୍ଡାର ସାଡୋସ୍କାଙ୍କ ବ୍ୟତୀତ କେହି ଭଲ ଭାବରେ କହିପାରିବେ ନାହିଁ । ଆଲେକ୍ସଜାଣ୍ଡାର ନିଜକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆଖିରେ ଏକ କଳା ଟାଟୁ କରିବାକୁ ଯାଇଥିଲେ କିନ୍ତୁ ପରେ ସେ ସମସ୍ୟାରେ ପଡ଼ି ଯାଇଥିଲେ ।

୨୧ ବର୍ଷୀୟ ଆଲେକ୍ସଜାଣ୍ଡାର କହିଛନ୍ତି, ଏପ୍ରିଲ ୨୦୧୭ ରେ ସେ ଅନଲାଇନରେ ଜାଣିବାକୁ ପାଇଥିଲେ ଯେ ୱାର୍ସର ଏକ ଷ୍ଟୁଡିଓରେ ଏପରି ଟାଟୁ ତିଆରି କରାଯାଉଛି । ସେ ସବୁବେଳେ ଆଖିରେ ଟାଟୁ ଚାହୁଁଥିଲେ । ସେ ଭାବିଥିଲେ ଯେ ଏହି ସ୍ଥାନଟି ତାଙ୍କ ପାଇଁ ଉପଯୁକ୍ତ ସ୍ଥାନ । ସେ ଏହାର ରିଭ୍ୟୁ ପଡି ଏକ ବିଶେଷଜ୍ଞ ବାଛିଥିଲେ, ଯିଏ ହଜାର ହଜାର ଟାଟୁ କରିଛନ୍ତି ଏବଂ କେହି କୌଣସି ଅଭିଯୋଗ କରି ନାହାନ୍ତି । ତେଣୁ ସେ ଭାବିଥିଲେ ଯେ ଏହା ତାଙ୍କ ପାଇଁ ଠିକ୍ ହେବ ।

ମିଳିଥିବା ସୂଚନା ଅନୁଯାୟୀ, ସାଡୋସ୍କା କହିଛନ୍ତି ଯେ ଟାଟୁ ନିର୍ମତା ଜଣକ ତାଙ୍କ ଆଖିର ଚାରି ପାଶ୍ୱର୍ରେ କାଳି ଲଗାଇଥିଲେ ଏବଂ ପରେ ମେସିନ୍ ଦ୍ୱାରା ଟାଟୁ ତିଆରି କରିବା ଆରମ୍ଭ କରିଥିଲେ । ସେହି ସମୟରେ ଅଳ୍ପ ଯନ୍ତ୍ରଣା ଅନୁଭବ ହୋଇଥିଲା କିନ୍ତୁ ଏହା ସ୍ୱାଭାବିକ ଭାବି ସେ ଗୁରୁତ୍ତ୍ୱ ଦେଇ ନଥିଲେ । ପ୍ରାୟ ଏକ ଘଣ୍ଟା ମଧ୍ୟରେ, ସେ ତାଙ୍କ ଆଖିର ଉଭୟ ପାର୍ଶ୍ୱରେ ଆକର୍ଷଣୀୟ ଟାଟୁ ତିଆରି କରିଥିଲେ । କିନ୍ତୁ ଧୀରେ ଧୀରେ ମହିଳାଙ୍କ ଆଖିର ଦୃଷ୍ଟି ଶକ୍ତି ନଷ୍ଟ ହେବାକୁ ଲାଗିଥିଲା । ସେ ଟାଟୁ ନିର୍ମାତାଙ୍କୁ ପଚାରିଥିଲେ ଏପରି କାହିଁକି ହେଉଛି, ଏବଂ ସେ କହିଥିଲେ ଯେ ଏହା ସ୍ୱାଭାବିକ ଏବଂ ଭଲ ହୋଇଯିବ । ପରେ ସେ ଘରକୁ ଯାଇଥିଲେ ।

ହଠାତ୍ ସନ୍ଧ୍ୟାରେ ତାଙ୍କ ଆଖିର ଦୃଷ୍ଟି ଶକ୍ତି ଚାଲି ଯାଇଥିଲା । ପରେ ମହିଳା ଡାକ୍ତରଖାନାରେ ପହଞ୍ଚିଥିଲେ । ଯାଞ୍ଚ ପରେ ଡାକ୍ତରମାନେ କହିଥିଲେ ଯେ ଟାଟୁ ତିଆରି କରିବା ସମୟରେ ଛୁଞ୍ଚି ଆଖି ଭିତରକୁ ଚାଲି ଯାଇଥିଲା । ଉଭୟ ଆଖିରେ ବହୁତ କ୍ଷତି ହୋଇଛି । ତାଙ୍କୁ ମୋତିଆବିନ୍ଦୁ ସମସ୍ୟା ହୋଇଯାଇଛି । ଏହା ପରେ ତାଙ୍କର ତିନୋଟି ଅପରେସନ୍ କରାଯାଇଥିଲା । କିନ୍ତୁ ଏହି ଅପରେସନ ମଧ୍ୟରୁ କୌଣସିଟି ତାଙ୍କ ଦୃଷ୍ଟିଶକ୍ତିରେ ଉନ୍ନତି ଆଣିନଥିଲା । ତାଙ୍କର ଗୋଟିଏ ଆଖି ପ୍ରତିରୋପଣ କରାଯାଇଛି ଏବଂ ଅନ୍ୟ ଆଖିରେ ଅଳ୍ପ ଦେଖାଯାଉଛି । ପ୍ରାୟ ୬ବର୍ଷର ଚିକିତ୍ସା ପରେ ମଧ୍ୟ ଆଖି ଭଲ ହୋଇନଥିଲା । ଆଲେକ୍ସଜାଣ୍ଡାର ଟାଟୁ ଷ୍ଟୁଡିଓ ବିରୋଧରେ ଅଭିଯୋଗ କରିଛନ୍ତି ଏବଂ ତୁରନ୍ତ ସେହି ଦୋକାନ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.