fbpx

ବିବାହ ପରେ କେତେ ଜରୁରୀ Marriage Registration? ପଞ୍ଜୀକରଣ ନ କଲେ ହୋଇପାରେ ଏହି ସମସ୍ୟା

Advertisement

ଓଡ଼ିଶା ଭାସ୍କର: ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ବିବାହ ପଞ୍ଜୀକରଣକୁ ନେଇ ବଡ଼ ରାୟ ଦେଇଛନ୍ତି । ବିବାହ ପଞ୍ଜୀକରଣ ପ୍ରମାଣପତ୍ର ଥିଲେ ମଧ୍ୟ କୌଣସି ହିନ୍ଦୁ ପତୀ-ପତ୍ନୀଙ୍କ ବିବାହ କୋର୍ଟଙ୍କ ଦୃଷ୍ଟିରେ ଏହା ଗ୍ରହଣୀୟ ନୁହେଁ । ହିନ୍ଦୁ ମ୍ୟାରେଜ ଆକ୍ଟରେ କୁହଯାଇଛି ଯେ, ବିଧି-ବିଧାନ ଅନୁସାରେ ହୋଇଥିବା ବିବାହ ହିଁ ବୈଧ ବୋଲି ଗ୍ରହଣ କରାଯିବ । ଜଣେ ଦମ୍ପତ୍ତିଙ୍କ ଛାଡ଼ପତ୍ର ମାମଲାର ଶୁଣାଣି ସମୟରେ ଏପରି କହିଛନ୍ତି ସୁପ୍ରିମକୋର୍ଟ । ଧାର୍ମିକ ବିଧି-ବିଧାନକୁ ସମ୍ପନ୍ନ କରିବା ପୂର୍ବରୁ ବିବାହ ପଞ୍ଜୀକରଣ କରି ସାରିଥିଲେ । ତେବେ ଆଇନ ଅନୁସାରେ ଉଭୟ ଦମ୍ପତ୍ତି ହୋଇ ନଥିବାରୁ ସେମାନଙ୍କୁ ଛାଡ଼ପତ୍ର ଦିଆ ଯାଇ ପାରିବ ନାହିଁ ।

ଭାରତରେ ବିବାହ ଭାରତରେ ବିବାହ ମୁଖ୍ୟତଃ ବ୍ୟକ୍ତିଗତ ନିୟମ ଏବଂ ସ୍ୱତନ୍ତ୍ର ବିବାହ ଅଧିନିୟମ, ୧୯୫୪ (MSA) ଦ୍ୱାରା ପରିଚାଳିତ ହୋଇଥାଏ । ପ୍ରତ୍ୟେକ ଧର୍ମର ବ୍ୟକ୍ତିଗତ ନିୟମରେ ବିବାହ ସହିତ ଜଡିତ ଅନେକ ଧାର୍ମିକ ନିୟମ ଏବଂ ବ୍ୟବସ୍ଥା ରହିଛି । ସେଗୁଡିକ ସମ୍ପନ୍ନ କରିବା ପରେ ହିଁ ବିବାହକୁ ‘ବୈଧ’ ଭାବରେ ବିବେଚନା କରାଯାଏ । ତେବେ ବିବାହ ପଞ୍ଜୀକରଣ ଏବଂ ପଞ୍ଜୀକୃତ ବିବାହ ଉଭୟ ଭିନ୍ନ । ଯଦି କେହି ବ୍ୟକ୍ତିଗତ ନିୟମ ମୁତାବକ ବିବାହ କରିଥାନ୍ତି ଏବଂ ଏହି ନିୟମରେ ଥିବା ସମସ୍ତ ବିଧି-ବିଧାନକୁ ପାଳନ କରିଥାନ୍ତି, ତେବେ ସେ ନିଜ ବିବାହର ପଞ୍ଜୀକରଣ କରିପାରିବେ । ଏହାକୁ ବିବାହ ପଞ୍ଜୀକରଣ କୁହାଯାଏ । ପଞ୍ଜୀକୃତ ବିବାହର ଅର୍ଥ ଧର୍ମବିରୋଧୀ ବିବାହ ହୋଇଥାଏ । ଏହାକୁ କୋର୍ଟ ମ୍ୟାରେଜ ବୋଲି ମଧ୍ୟ କୁହାଯାଏ । କୌଣସି ଧାର୍ମିକ ଅନୁଷ୍ଠାନ ଏବଂ ବିଧି-ବିଧାନକୁ ବାଦ୍ ଦେଇ ରେଜିଷ୍ଟ୍ରାର ଅପିସରେ ଏହି ବିବାହକୁ ସ୍ୱୀକୃତି ଦିଆଯାଏ ।

ବିବହ ଏବଂ ଛାଡ଼ପତ୍ର ଉଭୟ ସମ୍ବିଧାନର ସମବର୍ତ୍ତୀ ସୂଚୀରେ ରହିଥାଏ । ସମବର୍ତ୍ତୀ ସୁଚୀର ଏଣ୍ଟ୍ରି ନମ୍ବର ୩୦ରେ ବିବାହ, ଜନ୍ମ ଏବଂ ମୃତ୍ୟୁର ପଞ୍ଜୀକରଣ ପାଇଁ ନିୟମ ରହିଛି । ଏହାବ୍ୟତୀତ ଏକ କେନ୍ଦ୍ରୀୟ କାନୁନ-ବର୍ଥ, ଡେଥ୍ ଆଣ୍ଡ ମ୍ୟାରେଜ ରେଜିଷ୍ଟ୍ରେସନ୍ ଆକ୍ଟ ୧୮୮୬ ମଧ୍ୟ ରହିଛି । ତେବେ ଏଥିରେ ବିବାହ ପଞ୍ଜୀକରଣକୁ ନେଇ କୌଣସି ନିୟମ ନାହିଁ । ତେବେ ଏହାକୁ ନେଇ ବିଭିନ୍ନ ରାଜ୍ୟ ଭିନ୍ନ ଭିନ୍ନ ନିୟମ ରହିଥାଏ । ତେବେ ଏହି ନିୟମର ପାଳନ ନ କଲେ ସାଧାରଣ ଜରିମାନା ଲାଗୁ କରାଯାଇପାରେ ।

Get real time updates directly on you device, subscribe now.