fbpx

ଉପ ବାଚସ୍ପତି ନିର୍ବାଚନ କିପରି ହୋଇଥାଏ ? ଉପ ବାଚସ୍ପତିଙ୍କ କାର୍ଯ୍ୟ ଏବଂ ପଦର ପାୱାର ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ: ୧୮ତମ ଲୋକସଭାର ପ୍ରଥମ ଅଧିବେଶନର ଦ୍ୱିତୀୟ ଦିନରେ ବାଚସ୍ପତି ଏବଂ ଉପ ବାଚସ୍ପତି ପଦକୁ ନେଇ ସରକାର ଏବଂ ବିରୋଧି ଦଳ ମଧ୍ୟରେ ବିବାଦ ବୃଦ୍ଧି ପାଇଛି । ଲୋକସଭା ବାଚସ୍ପତି ପଦ ପାଇଁ ବିରୋଧି ଦଳ ପକ୍ଷରୁ କଂଗ୍ରେସ ସାଂସଦ କେ. ସୁରେଶ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ସରକାରଙ୍କ ତରଫରୁ ଓମ୍ ବିର୍ଲା ନାମାଙ୍କନ ଭରିଛନ୍ତି । କହିରଖୁଛୁ ୧୭ତମ ଲୋକସଭାରେ କାହାକୁ ଉପ ବାଚସ୍ପତିଙ୍କ ପଦରେ ନିଯୁକ୍ତ କରାଯାଇନଥିଲା । କିନ୍ତୁ ଚଳିତ ବର୍ଷ ଉପ ବାଚସ୍ପତିଙ୍କ ପଦର ଗୁରୁତ୍ୱ ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା ଉପ ବାଚସ୍ପତିର ନିର୍ବାଚନ କିପରି ହୋଇଥାଏ ? ସେମାନଙ୍କ ପାଖରେ କେଉଁ ସବୁ ଶକ୍ତି ରହିଥାଏ ଏବଂ ଦାୟିତ୍ୱ କ’ଣ ?

ଉପ ବାଚସ୍ପତିଙ୍କ ପଦ ସାମ୍ବିଧାନିକ ଅଟେ ଏବଂ ଲୋକସଭା ବାଚସ୍ପତିଙ୍କ ସହ ଉପ ବାଚସ୍ପତିଙ୍କ ପଦ ବିଷୟରେ ମଧ୍ୟ ସମ୍ବିଧାନର ଧାରା ୯୩ ରେ ଉଲ୍ଲେଖ କରାଯାଇଛି । ଏହା ଅନ୍ତର୍ଗତ ନୂତନ ଲୋକସଭା ଗଠନ ହେବା ତୁରନ୍ତ ପରେ ଦୁଇ ସଦସ୍ୟଙ୍କୁ ବାଚସ୍ପତି ଏବଂ ଉପ ବାଚସ୍ପତି ଭାବରେ ଚୟନ କରିବାକୁ ପଡ଼ିଥାଏ । ଲୋକସଭା କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ କିମ୍ବା ମଧ୍ୟରେ ଦୁଇଟିରୁ କୌଣସି ପଦ ଖାଲି ରହିଲେ ଲୋକସଭାକୁ ପ୍ରାଥମିକତା ଆଧାରରେ ଅନ୍ୟ ସଦସ୍ୟଙ୍କୁ ବାଚସ୍ପତି କିମ୍ବା ଉପ ବାଚସ୍ପତି ଭାବରେ ଚୟନ କରିବାକୁ ପଡ଼ିଥାଏ । ସମ୍ବିଧାନ ଅନୁଯାୟୀ ରାଷ୍ଟ୍ରପତିଙ୍କ ପାଖରେ ଲୋକସଭା ବାଚସ୍ପତି ଚୟନ କରିବାର ଅଧିକାର ରହିଛି । ସେହିପରି ଲୋକସଭା ବାଚସ୍ପତିଙ୍କ ପାଖରେ ଉପ ବାଚସ୍ପତି ନିର୍ବାଚନ କରିବାର ଅଧିକାର ରହିଛି ।

ଲୋକସଭାରେ ଉପ ବାଚସ୍ପତିଙ୍କ ପଦ କାହିଁକି ଜରୁରୀ ?

ବାଚସ୍ପତି ଲୋକସଭା ଗୃହର ପରିଚାଳନା ଦାୟିତ୍ୱ ତୁଲାଇଥାନ୍ତି । କିନ୍ତୁ ବାଚସ୍ପତିଙ୍କ ଅନୁପସ୍ଥିତିରେ ଉପ ବାଚସ୍ପତି ଗୃହ ଦାୟିତ୍ୱ ସଂଚାଳନ କରିଥାନ୍ତି । କୌଣସି ବିଲ୍ ଫାଇନାନ୍ସ ବିଲ୍ ଅଟେ ନା ନାହିଁ ଉପ ବାଚସ୍ପତି ଏହାର ନିଷ୍ପତ୍ତି ନେଇଥାନ୍ତି । ଏହା ବ୍ୟତୀତ ଗୃହର ଅନୁଶାସନ ବଜାୟ ରଖିବା ତାଙ୍କ ଦାୟିତ୍ୱ ଅଟେ । ନିୟମର ଉଲ୍ଲଂଘନ କଲେ ଦଣ୍ଡ ଦେବାର ଅଧିକାର ମଧ୍ୟ
ସାମିଲ ରହିଛି ।

ଉପ ବାଚସ୍ପତି ନିର୍ବାଚନ କିପରି ହୋଇଥାଏ ?

ଲୋକସଭା ଉପ ବାଚସ୍ପତି ଚୟନ କରିବା ସହ ନିର୍ବାଚନର ତାରିଖ ଚୟନ କରିବାର ଅଧିକାର ଲୋକସଭା ବାଚସ୍ପତିଙ୍କ ପାଖରେ ରହିଛି । ଉପ ବାଚସ୍ପତି ନିର୍ବାଚନ ପାଇଁ ମଧ୍ୟ ସଂଖ୍ୟାଗରିଷ୍ଠତା ଆବଶ୍ୟକ ହୋଇଥାଏ । ଦେଖିବାକୁ ଗଲେ ବିପକ୍ଷ ଦଳକୁ ଉପ ବାଚସ୍ପତି ପଦ ଦିଆଯିବାର ପରମ୍ପରା ରହିଛି କିନ୍ତୁ ଏଥର ସରକାର ଏବଂ ବିପକ୍ଷ ମଧ୍ୟରେ ସହମତି ଦେଖାଯାଉନାହିଁ ।

Get real time updates directly on you device, subscribe now.