fbpx
BJD
BJD SKY
BJD SKY

କେତେ ଦିନ ପର୍ଯ୍ୟନ୍ତ କୋଚ୍ ପଦରେ ରହିବେ ରାହୁଲ ଦ୍ରାବିଡ଼? ସାଉଥ ଆଫ୍ରିକା ସିରିଜ ପରେ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ: ବିଶ୍ୱକପ ପରାଜୟର ଦୁଃଖକୁ ଭୁଲି ଦକ୍ଷିଣ ଆଫ୍ରିକା ଗସ୍ତରେ ପହଞ୍ଚିଛି ଟିମ ଇଣ୍ଡିଆ । ଆଜି ଉଭୟ ଦଳ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ତେବେ ଏହି ସିରିଜଭାରତୀୟ ଦଳ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ରହିଛି । କାରଣ ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳ ପାଖରେ ମାତ୍ର ୬ଟି ମ୍ୟାଚ ରହିଛି । ଏହାବ୍ୟତୀତ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ପାଇଁ ମଧ୍ୟ ଏହା ଶେଷ ସିରିଜ ହୋଇପାରେ । ଏହି ଗସ୍ତ ପରେ ଭାରତୀୟ କ୍ରିକେଟ ବୋର୍ଡ ନୂଆ କୋଚ୍ ନିଯୁକ୍ତ କରିପାରେ । ଦକ୍ଷିଣ ଆଫ୍ରିକା ଗସ୍ତରୁ ପେରିବା ପରେ ବିସିସିଆଇ ଦ୍ରାବିଡଙ୍କ କାର୍ଯ୍ୟକାଳକୁ ନେଇ ବଡ଼ ନିଷ୍ପତ୍ତି ନେଇପାରେ ।

୨୦୨୩ ବିଶ୍ୱକପରେ ଚମ୍ପିଆନ୍ ହୋଇ ନଥିଲେ ମଧ୍ୟ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଛି ଟିମ ଇଣ୍ଡିଆ । ଏହାସହିତ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ଭୂମିକା ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ ରହିଛି । କିନ୍ତୁ ବିଶ୍ୱକପ ପରେ ଦଳରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଛି । ତେବେ ଏହାପରେ ବିସିସିଆଇ କାର୍ଯ୍ୟକାଳକୁ ବୃଦ୍ଧି କରିଛି । କିନ୍ତୁ ଏହି ବର୍ଦ୍ଧିତ ସମସୟସୀମା ଉପରେ କୌଣସି ସୂଚନା ଦେଇନାହିଁ ବିସିସିଆଇ । ତେଣୁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଦ୍ରାବିଡଙ୍କ ନେତୃତ୍ୱରେ ଭାରତ ୩ଟି ଫର୍ମାଟରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ତେବେ ଏହି ଗସ୍ତ ରାହୁଲ ଦ୍ରାବଡଙ୍କ ପାଇଁ କୋଚ ଭାବରେ ଶେଷ ସିରିଜ ହୋଇପାରେ ।

ବିସିସିଆଇ ସଚିବ ଜୟ ଶାହ କହିଛନ୍ତି ଯେ, ଦ୍ରାବିଡଙ୍କ ସହ କାର୍ଯ୍ୟକାଳ ସମ୍ପର୍କରେ ଆଲୋଚନା କରିବାକୁ ସମୟ ମିଳିନାହିଁ । ତେଣୁ ଦକ୍ଷିଣ ଆଫ୍ରିକାରୁ ଫେରିଲେ ଏ ନେଇ ତାଙ୍କ ସହ ଆଲୋଚନା କରାଯିବ ଏବଂ କୌଣସି ଏକ ନିଷ୍ପତ୍ତି ନେଇପାରିବ ବିସିସିଆଇ । ତେବେ ଦ୍ରାବିଡଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି, କିନ୍ତୁ କେତେ ଦିନ ପାଇଁ ବୃଦ୍ଧି ହୋଇଛି ସେ ନେଇ କୌଣସି ସ୍ପଷ୍ଟ ହୋଇନାହିଁ ବୋଲି କହିଛନ୍ତି ଜୟ ଶାହ । ଦ୍ୱିତୀୟ ଥର ପାଇଁ ପାଇଁ ଏହି ଦାୟିତ୍ୱ ତାଙ୍କୁ କେତେ ଦିନ ପାଇଁ ଦିଆଯାଇଛି, ସେ ନେଇ କୌଣସି ଚୁକ୍ି ମଧ୍ୟ ହୋଇନାହିଁ । ତେବେ ସମୟ ଅଭାବରୁ ତାଙ୍କ କାଯ୍ୟକାଳ ବୃଦ୍ଧି ହୋଇଛି । ସେ ଦକ୍ଷିଣ ଆଫ୍ରିକାରୁ ପେରିଲେ ଏ ନେଇ ସମସ୍ତଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ଜୟ ଶାହ ପ୍ରକାଶ କରିଛନ୍ତି ।

 

Get real time updates directly on you device, subscribe now.