fbpx

ମିଳିବ ଶସ୍ତା ସୁନା, କିଣିବା ପାଇଁ ରଖନ୍ତୁ ଟଙ୍କା, ୫ଦିନ ପର୍ଯ୍ୟନ୍ତ ରହିବ ଅଫର

ନୂଆଦିଲ୍ଲୀ: ଯଦି ଆପଣ ସୁନା କିଣିବା ପାଇଁ ପ୍ଲାନ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ ଅଟେ । ଆପଣ ବଜାର ଠାରୁ ଶସ୍ତା ଦରରେ ଯଦି ସୁନା କିଣିବାକୁ ଚାହୁଁଛନ୍ତି ଏବଂ ତା ପୁଣି ସିଧା ସରକାରଙ୍କ ଠାରୁ ତେବେ ଏହି ମାସରେ Sovereign Gold Bondର ତୃତୀୟ କିସ୍ତି ଜାରି ହେବାକୁ ଯାଉଛି । ଏଥିରେ ମାତ୍ର ୫ ଦିନ ପାଇଁ ଶସ୍ତା ଦରରେ ସୁନା ନିବେଶ କରିବାର ସୁଯୋଗ ରହିଛି ।

ସରକାର ଏହି ମାସ ୧୮ ଡିସେମ୍ବର ୨୦୨୩-୨୪ ପାଇଁ Sovereign Gold Bondର ତୃତୀୟ କିସ୍ତି ଜାରି କରିବେ । ଏହି ପାଞ୍ଚ ଦିନ ଅର୍ଥାତ ୨୨ ଡିସେମ୍ବର ପର୍ଯ୍ୟନ୍ତ ସୁନା କିଣିପାରିବେ । ଏହା ପୂର୍ବରୁ ଚଳିତ ବର୍ଷର ପ୍ରଥମ କିସ୍ତି ୧୯ ଜୁନରୁ ୨୩ ଜୁନ ପର୍ଯ୍ୟନ୍ତ ଓପେନ ହୋଇଥିଲା । ଦ୍ୱିତୀୟ କିସ୍ତି ୧୧ ସେପ୍ଟେମ୍ବରରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଖୋଲା ଥିଲା । ଏହି ଯୋଜନା ଅନୁଯାୟୀ, ସରକାର ବଜାରରେ ଚାଲୁଥିବା ସୁନା ଦର ଠାରୁ ବହୁ କମ ଦରରେ ସୁନା କିଣିବାର ସୁଯୋଗ ଦେଇଥାନ୍ତି । ଏହା ବ୍ୟତୀତ ଆର୍ଥିକ ବର୍ଷର ୪ର୍ଥ କିସ୍ତି ଆସନ୍ତା ବର୍ଷର ଫେବୃଆରୀ ମାସ ପର୍ଯ୍ୟନ୍ତ ଖୋଲା ରହିବ ଏବଂ ଏଥିପାଇଁ ୧୨ ରୁ ୧୬ ଫେବୃଆରୀ ତାରିଖ ଧାର୍ଯ୍ୟ କରାଯାଇଛି ।

Sovereign Gold Bond Scheme ର ତୃତୀୟ କିସ୍ତି ପାଇଁ ବର୍ତ୍ତମାନ ଦର ସ୍ତିର କରାଯାଇନାହିଁ । ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ଜାରି ହୋଇଥିବା କିସ୍ତି ମାଧ୍ୟମରେ ସରକାର ୫ ହଜାର ୯ଶହ ୨୩ ଟଙ୍କା ପ୍ରତି ଗ୍ରାମ ପିଛା ସୁନା ବିକ୍ରି ହୋଇଥିଲା । ଏହି ଯୋଜନା ମାଧ୍ୟମରେ ସରକାର ଯେଉଁ ଗୋଲ୍ଡ ବିକ୍ରି କରୁଛନ୍ତି ତାହା ପେପର ଗୋଲ୍ଡ ବା ଡିଜିଟାଲ ଗୋଲ୍ଡ ଅଟେ । ଯେଉଁଥିରେ ଆପଣଙ୍କୁ ଏକ ସାର୍ଟିଫିକେଟ ଦିଆଯାଏ ଯାହା ଆପଣ କେଉଁ ରେଟରେ ସୁନା କେତେ ମାତ୍ରାରେ କିଣୁଛନ୍ତି । ଏହି ଡିଜିଟାଲ ଗୋଲ୍ଡକୁ କିଣିବା ପାଇଁ ରିଟର୍ଣ୍ଣ ମିଳିବାର ସମ୍ଭାବନା ଅଧିକ ରହିଛି ।

Get real time updates directly on you device, subscribe now.