fbpx

(Video) ବ୍ରହ୍ମାଣ୍ଡ ଆକାଶରେ ନାସା ଦେଖିଲା ଭୁତ! ଶୂନ୍ୟରେ ଏଭଳି ଦୃଶ୍ୟ ଦେଖି ଲାଗୁଛି ଭୟ

ନୂଆଦିଲ୍ଲୀ: ଶୂନ୍ୟ ଆକାଶରେ ଦେଖାଯାଉଛି ବିଭିନ୍ନ ପ୍ରକାରର ଅଲୌକିକ ଦୃଶ୍ୟ । ଏହି ସାରା ବ୍ରହ୍ମାଣ୍ଡ ଅନେକ ରହସ୍ୟରେ ଘେରି ରହିଥିବା ବେଳେ ଏବେ ସେହିଭଳି ଏକ ଅଦ୍ଭୁତ ରୂପ ଦେଖିବାକୁ ମିଳିଛି । ବ୍ରହ୍ମାଣ୍ଡ ଆକାଶରେ ଦେଖିବାକୁ ମିଳିଛି ଭୟଙ୍କର ଦୃଶ୍ୟ । ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ଏହି ଦୃଶ୍ୟକୁ ଦେଖିଥିବା କୁହାଯାଉଛି । ଏ ନେଇ ଏକ ରିପୋର୍ଟରେ ନାସା ସ୍ପଷ୍ଟ ସୂଚନା ଦେଇଛି । ଯାହାର ଫଟୋ ଏବେ ଭାିରାଲ ହେବାରେ ଲାଗିଛି ।

ଆମର ଏହି ବ୍ରହ୍ମାଣ ରହସ୍ୟରେ ଘେରି ରହିଛି । ତେଣୁ ବ୍ରହ୍ମାଣ୍ଡକୁ ଯେତେ ଜାଣିବାକୁ ଚେଷ୍ଟା କଲେବି ସେ ଅଜଣା ହୋଇ ରହିଯାଇଛି । ବ୍ରହ୍ମାଣ୍ଡକୁ ବୁଝିବା ଏତେ ସହଜ ନୁହେଁ । କୁହାଯାଏ ଦେହ ତ୍ୟାଗ କଲା ପରେ ମଣିଷର ଆତ୍ମା ବ୍ରହ୍ମାଣ୍ଡର କେଉଁ ଏକ ଅଂଶରେ ରହିଯାଏ । ବ୍ରହ୍ମାଣ୍ଡର ଶୂନ୍ୟ ଆକାଶରେ ଘୁରି ବୁଲେ ଏହି ଅଶରୀରି ଆତ୍ମା । ଯାହାର ପ୍ରମାଣ ପାଇଛି ସ୍ପେସ ସେଣ୍ଟର ନାସା । ନିକଟରେ ଆକାଶରେ ଦେଖିଥିବା ଏକ ଭୟଙ୍କର ଦୃଶ୍ୟ ସୋସିଆଲ ମିଡିଆରେ ସେୟାର କରିଛି । ଏଭଳି ଏକ ଦୃଶ୍ୟକୁ ଦେଖିଲେ ଯେ କେହି ବି ଭୟ କରିଯିବ । ବ୍ରହ୍ମାଣ୍ଡର ଶୂନ୍ୟ ଏବଂ ଅନ୍ଧାର ଆକାଶରେ ବଡ଼ ବଡ଼ ଆଖି ଏବଂ ବଡ଼ ପାଟି କରି କିଛି ଅଦ୍ଭୁତ ରୂପ ଘୁରି ବୁଲୁଛି ।

ମଣିଷ ନିଜ କଳ୍ପନାରେ ଭୂତକୁ ଯେମିତି ଦେଖିଥାଉ, ଠିକ ସେହିଭଳି ରହିଛି ଏ ଦୃଶ୍ୟ । ତେବେ ଏମିତି କିଛି ଦୃଶ୍ୟକୁ କଏଦ କରିଛି ନାସାର ଜେମ୍ସ ୱେବ୍ ଟେଲିସ୍କୋପ । ଏହି ଦୃଶ୍ୟ ଦେଖିଲେ ଏମିତି ଲାଗୁଛି ଯେମିତି ସ୍ପେସରେ ଭୁତ ହିଁ ବୁଲୁଛି । ନାସାର ଏହି ଟେଲିସ୍କୋପ ଆଡ଼କୁ ଆଁ କରି ମାଡ଼ି ଆସୁଥିବା ମନେ ହେଉଛି । ତେବେ ଏହି ଦୃଶ୍ୟକୁ ଏଡିଟ କରାଯାଇ ନାହିଁ । ବିଭିନ୍ନ ସିନେମା ବା ଟିଭି ଇତ୍ୟାଦିରେ ଦେଖିତିବା ଭୂତ କାହାରୀ ହୋଇଥିବା ବେଳେ ନାସାର ଏହି ପଟୋ ଏକଦମ୍ ସତ ।

କ’ଣ ଏହି ଦୃଶ୍ୟର ସତ୍ୟତା?

ଏ ହେଉଛି ଗୋଟିଏ ଆକାଶଗଙ୍ଗା, ଯିଏ ପ୍ରତିବର୍ଷ କୋଟି କୋଟି ତାରାଙ୍କୁ ଜନ୍ମ ଦେଇଥାଏ । ଶୂନ୍ୟରେ ଏହି ଆକାଶଗଙ୍ଗା ଅଚାନକ ଏଭଳି ଏକ ରୂପ ନେଇଛି ଯାହାକୁ ଦେଖିଲେ ଡର ଲାଗୁଛି । ତେବେ ଏହାକୁ ଟେକ୍ସାସ ବିଶ୍ୱବିଦ୍ୟାଳୟ ବିଶ୍ଳେଷଣ କରିଛି । ସେ କହିଛନ୍ତି କି ଆକାଶ ଗଙ୍ଗା AzTECC71  । ବିଗ ବ୍ୟାଙ୍ଗର ୯ଶହ ମିଲିୟନ ବର୍ଷ ପରେ ନିଜ ଅସ୍ତିତ୍ୱକୁ ଆସିଛି । ଯାହା ଏମିତି ଭୁତ ଭଳି ଦେଖା ଯାଉଛି । ଏହାର ଏକ ଦୃଶ୍ୟକୁ କଏଦ କରି ସେୟାର କରିଛି ଆମେରିକାର ସ୍ପେସ ଏଜେନ୍ସି ।

Get real time updates directly on you device, subscribe now.