fbpx

ଆଜିଠାରୁ ଆରମ୍ଭ ‘ଖେଲୋ ଇଣ୍ଡିଆ ପାରା ଗେମ୍ସ’

ଭାରତରେ ପ୍ରଥମ ଥର ପାଇଁ ‘ଖେଲୋ ଇଣ୍ଡିଆ ପାରା ଗେମ୍ସ୍’ ଆୟୋଜିତ ହେବାକୁ ଯାଉଛି । ଦିଲ୍ଲୀରେ ଡିସେମ୍ବର ୧୦ରୁ ୧୭ ପର୍ଯ୍ୟନ୍ତ ଏହି ଖେଳ ଆୟୋଜିତ ହେବ । ଏହି ଟୁର୍ଣ୍ଣାମେଣ୍ଟ ପାରା କ୍ରୀଡ଼ା କ୍ଷେତ୍ରରେ ‘ଗେମ୍ ଚେଞ୍ଜର’ ଭାବେ ପ୍ରମାଣିତ ହେବା ନେଇ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ । ଏହି ଖେଳରେ ୩୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରୁ ୧୩୫୦ରୁ ଉଦ୍ଧ୍ୱର୍ ଖେଳାଳୀ ଅଂଶଗ୍ରହଣ କରିବେ ।
‘ସ୍ପୋର୍ଟ୍ସ ଅଥୋରିଟି ଅଫ୍ ଇଣ୍ଡିଆ’ର ୩ଟି ଷ୍ଟାଡ଼ିୟମ ଯଥା ଆଇଜି ଷ୍ଟାଡିୟମ, ତୁଗଲକାବାଗ୍ ଶୁଟିଂ ରେଞ୍ଜ ଏବଂ ଜବାହରଲାଲ ନେହେରୁ ଷ୍ଟାଡ଼ିୟମରେ ଏହି କ୍ରିଡ଼ା ଖେଳାଯିବ । ଏହି କ୍ରୀଡ଼ାରେ ମୋଟ୍ ୭ଟି ଇଭେଣ୍ଟ ଖେଳାଯିବ ଯଥା ପାରା ଏଥଲେଟିକ୍ସ, ପାରା ସୁଟିଙ୍ଗ୍, ପାରା ତୀରନ୍ଦାଜ, ପାରା ଫୁଟବଲ, ପାରା ବ୍ୟାଡମିଣ୍ଟନ୍, ପାରା ଟେବୁଲ ଟେନିସ୍ ଏବଂ ପାରା ଭାରୋତ୍ତଳନ । ହାଙ୍ଗ୍ଜୋ ଏସୀୟାନ୍ ପାରା ଗେମ୍ସ ତାରକା ଶୀତଲ ଦେବୀ, ଭାବିନା ପଟେଲ, ଏକତା ଭୟାନ, ନୀରଜ ଯାଦବ, ମନୀଷ, ରାକେଶ କୁମାର, ସରିତାଙ୍କ ଭଳି ଅନ୍ୟ ଖେଳାଳୀ ନିଜ ନିଜ ରାଜ୍ୟର ପ୍ରତିନିଧିତ୍ୱ କରିବେ ବୋଲି ଆଶା କରାଯାଉଛି ।

କ୍ରୀଡ଼ା ଜଗତରେ ଭାରତ ସରକାରଙ୍କ ଏକ ନିଆରା ପଦକ୍ଷେପ ହେଉଛି ଖେଲୋ ଇଣ୍ଡିଆ ଯାହା ୨୦୧୭ରେ ଆରମ୍ଭ କରାଯାଇଥିଲା । ତୃଣମୂଳ ସ୍ତରରେ ଭାରତରେ କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଅଧିକରୁ ଅଧିକ ଯୁବବର୍ଗଙ୍କୁ ଏଥିରେ ସାମିଲ କରିବା ହେଉଛି ଖେଲୋ ଇଣ୍ଡିଆର ମୂଳ ଉଦ୍ଦେଶ୍ୟ ।

 

Get real time updates directly on you device, subscribe now.