fbpx

Modi 3.0 Cabinet: ମୋଦୀ କ୍ୟାବିନେଟରେ କେତେ ଜଣ ମନ୍ତ୍ରୀଙ୍କ ଶପଥପାଠ? ଜାଣନ୍ତୁ କେଉଁ ଜାତିରୁ କାହାକୁ ମିଳିଲା ମନ୍ତ୍ରୀପଦ

Advertisement

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଆଜି ମୋଦୀ ୩.୦ କ୍ୟାବିନେଟର ମୋଟ ୭୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରୁଛନ୍ତି । ଏଥିରେ ପ୍ରାୟ ୨୧ ଜଣ ସବର୍ଣ୍ଣ ରହିଥିବା ବେଳେ ୨୭ ଜଣ ଓବିସି, ୧୦ ଜଣ ଦଳିତ ଏବଂ ୫ ଜଣ ଲେଖାଏଁ ଆଦିବାସୀ ଓ ଅଳ୍ପସଂଖ୍ୟକ ଜାତିର ସାଂସଦ ସାମିଲ ରହିଛନ୍ତି । ଜାତିଗତ ସମୀକରଣକୁ ଦୃଷ୍ଟିରେ ରଖି କ୍ୟାବିନେଟ ବଣ୍ଟନ କରିଛି ଭାରତୀୟ ଜନତା ପାର୍ଟି ।

ମୋଦୀ କ୍ୟାବିନେଟରେ କେଉଁ ଜାତିରୁ କେତେ ମନ୍ତ୍ରୀ?

ସବର୍ଣ୍ଣ: ରାଜନାଥ ସିଂହ, ଅମିତ ଶାହ, ଏସ. ଜୟଶଙ୍କର, ମନସୁଖ ମାଣ୍ଡଭିୟା, ଜିତିନ ପ୍ରସାଦ, ଜୟନ୍ତ ଚୌଧୁରୀ, ଧର୍ମେନ୍ଦ୍ର ପ୍ରଧାନ, ରବନୀତ ବିଟ୍ଟୁ, ନୀତିନ ଗଡ଼କରୀ, ପିୟୁଷ ଗୋୟଲ, ମନୋହର ଲାଲ ଖଟ୍ଟର, ଜିତେନ୍ଦ୍ର ସିଂହ, ଗାଜେନ୍ଦ୍ର ସିଂହ ଶେଖାୱତ, ସଞ୍ଜୟ ସେଠ୍, ରାମ ମୋହନ ନାୟଡୁ, ସୁକାନ୍ତ ମଜୁମଦାର, ପ୍ରହଲ୍ଲାଦ ଜୋଶୀ, ଜେପି ନଡ୍ଡା, ଗିରିରାଜ ସିଂହ, ଲଲନ ସିଂହ, ସତୀଶ ଚନ୍ଦ୍ର ଦୁବେ ।

ଓବିସି: ସିଆର ପାଟିଲ, ପଙ୍କଜ ଚୌଧୁରୀ, ଅନୁପ୍ରିୟା ପଟେଲ, ବିଏଲ ବର୍ମା, ରକ୍ଷା ଖଡ଼ସେ, ପ୍ରତାପ ରାଓ ଯାଦବ, ଶିବରାଜ ସିଂହ ଚୌହାନ, ଜ୍ୟେତିରାଦିତ୍ୟ ସିନ୍ଧିଆ, ରାଓ ଇନ୍ଦ୍ରଜିତ ସିଂହ, କୃଷ୍ଣଲାଲ ଗୁରଜର, ଭୂପେନ୍ଦ୍ର ଯାଦବ, ଭାଗିରଥ ଚୌଧୁରୀ, ଅନ୍ନପୂର୍ଣ୍ଣା ଦେବୀ, ଶୋଭା କରନ୍ଦଲାଜେ, ଏଚ.ଡି କୁମାରସ୍ୱାମୀ, ନିତ୍ୟନନ୍ଦ ରାୟ ।

ଦଳିତ: ଏସ ପି ବଘେଲ, କମଲେଶ ପାସୱାନ, ଅଜୟ ଟମଟା, ରାମଦାସ, ଆଠୱଲେ, ବିରେନ୍ଦ୍ର କୁମାର, ସାବିତ୍ରୀ ଠାକୁର, ଅର୍ଜୁନ ରାମ ମେଘୱାଲ, ଚିରାଗ ପାସୱାନ, ଜୀତନ ରାମ ମାଞ୍ଝି, ରାମନାଥ ଠାକୁର ।

ଆଦିବାସୀ: ଜୁଏଲ ଓରାମ, ଶ୍ରୀପଦ ୟେସୋ ନାଇକ, ସର୍ବାନନ୍ଦ ସୋନୋୱାଲ

Get real time updates directly on you device, subscribe now.