fbpx

Modi 3.0; ମୋଦୀ କ୍ୟାବିନେଟରେ କେଉଁ ରାଜ୍ୟରୁ କେତେ ମନ୍ତ୍ରୀଙ୍କୁ ସୁଯୋଗ? ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

Advertisement

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀ ୩.୦ କ୍ୟାବିନେଟର ମୋଟ ୭୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରୁଛନ୍ତି । ଏଥିରେ ବିଭିନ୍ନ ରାଜ୍ୟରୁ ଉପଯୁକ୍ତ ନେତାଙ୍କୁ ନିଜ କ୍ୟାବିନେଟରେ ସାମିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ମନ୍ତ୍ରୀମଣ୍ଡଳରେ ଅମିତ ଶାହ ଏବଂ ରାଜନାଥ ସିଂହଙ୍କ ସମେତ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ସ୍ଥାନ ପାଇଛନ୍ତି । ସେହିପରି ୫ ଜଣ ସ୍ୱତନ୍ତ୍ର ପ୍ରଭାବରୀଙ୍କୁ ରାଜ୍ୟମନ୍ତ୍ରୀ ଭାବରେ ମୋଦୀ କ୍ୟାବିନେଟରେ ସାମିଲ କରାଯାଇଛି । ଏହାବ୍ୟତୀତ ୩୬ ଜଣଙ୍କୁ ମୋଦୀ କ୍ୟାବିନେଟରେ ରାଜ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ତେବେ ଏହା ମଧ୍ୟରେ ଉତ୍ତରପ୍ରଦେଶରୁ ସର୍ବାଧିକ ୧୦ ଜଣ ନେତା ମୋଦୀ କ୍ୟାବିନେଟର ସଦସ୍ୟତା ହାସଲ କରିଛନ୍ତି । ଏହାପରେ ବିହାରରୁ ୮ ଜଣ ଏବଂ ମହାରାଷ୍ଟ୍ରରୁ ୬ ଜଣ ନେତା ମୋଦୀ କ୍ୟାବିନେଟରେ ସାମିଲ ହୋଇଛନ୍ତି । ସେହିପରି ଗୁଜୁରାଟ ଏବଂ କର୍ଣ୍ଣାଟକ ଜଣ ଲେଖାଏଁ ନେତାଙ୍କୁ ଏହି ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଥିବା ବେଳେ ମଧ୍ୟପ୍ରଦେଶ, ରାଜସ୍ଥାନରୁ ୪ ଜଣ ଲେଖାଏଁ ଦଳରେ ରହିଛନ୍ତି । ଓଡ଼ିଶା, ହରିୟାଣା, ଆନ୍ଧ୍ରପ୍ରଦେଶ, ଆଦି ରାଜ୍ୟରୁ ୩ ଜଣ ଲେଖାଏଁ ମନ୍ତ୍ରୀମଣ୍ଡଳରେ ରହିଛନ୍ତି । ପଶ୍ଚିମବଙ୍ଗ, ଆସାମ, ଝାଡ଼ଖଣ୍ଡ, ତେଲେଙ୍ଗାନା, କେରଳରୁ ୨ ଜଣ ଲେଖାଏଁ ନେତା ମୋଦୀ କ୍ୟାବିନେଟର ଅଂଶ ପାଲଟିଛନ୍ତି । ଏହାବ୍ୟତୀତ ହିମାଚଳ, ପଞ୍ଜାବ, ଦିଲ୍ଲୀ, ଉତ୍ତରାଖଣ୍ଡ, ଛତିଶଗଡ଼, ଅରୁଣାଚଳ, ତାମିଲନାଡୁ, ଗୋଆ, ଜାମ୍ମୁ କାଶ୍ମୀରରୁ ଜଣେ ଲେଖାଏଁ ନେତା ମୋଦୀ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି ।

କ୍ୟାବିନେଟ ମନ୍ତ୍ରୀରେ କିଏ?

୧. ରାଜନାଥ ସିଂହ
୨. ଅମିତ ଶାହ
୩. ନୀତିନ ଗଡ଼କରୀ
୪. ଜଗତ ପ୍ରକାଶ ନଡ୍ଡା
୫. ଶିବରାଜ ସିଂ ଚୌହାନ
୬. ନିର୍ମଳା ସୀତାରମଣ
୭. ଏସ୍‌. ଜୟଶଙ୍କର
୮. ମନୋହର ଲାଲ୍‌
୯.ଏଚ୍‌.ଡି କୁମାରସ୍ବାମୀ
୧୦.ପୀୟୂଷ ଗୋୟଲ
୧୧.ଧର୍ମେନ୍ଦ୍ର ପ୍ରଧାନ
୧୨.ଜିତନରାମ୍‌ ମାଂଝି
୧୩. ରାଜୀବ ରଂଜନ ସିଂହ
୧୪.ସର୍ବାନନ୍ଦ ସୋନୱାଲ
୧୫. ବୀରେନ୍ଦ୍ର କୁମାର
୧୬.କେ. ରାମ ମୋହନ ନାଇଡୁ
୧୭. ପ୍ରହ୍ଲାଦ ଯୋଶୀ
୧୮. ଜୁଏଲ ଓରାମ
୧୯.ଗିରିରାଜ ସିଂହ
୨୦.ଅଶ୍ବିନୀ ବୈଷ୍ଣବ
୨୧.ଜ୍ୟୋତିରାଦିତ୍ୟ ସିନ୍ଦିଆ
୨୨.ଭୂପେନ୍ଦ୍ର ଯାଦବ
୨୩.ଗଜେନ୍ଦ୍ର ସିଂ ଶେଖାୱତ
୨୪.ଅନ୍ନପୂର୍ଣ୍ଣା ଦେବୀ
୨୫.କିରଣ ରିଜିଜୁ
୨୬.ହରଦୀପ ସିଂ ପୁରୀ
୨୭.ମନସୁଖ ମାଣ୍ଡଭୀୟ
୨୮.ଜି. କିଷନ ରେଡ୍ଡୀ
୨୯.ଚିରାଗ ପାଶ୍ବାନ
୩୦.ସି.ଆର୍‌ ପାଟିଲ୍‌

ରାଷ୍ଟ୍ରମନ୍ତ୍ରୀ ପଦବୀରେ ୩୬ ଜଣଙ୍କୁ ଦାୟିତ୍ୱ

୧. ଜିତିନ ପ୍ରସାଦ
୨. ଶ୍ରୀପଦ ୟେଶୋ ନାଏକ
୩. ପଙ୍କଜ ଚୌଧୁରୀ
୪. କୃଷ୍ଣ ପାଲ୍‌
୫. ରାମଦାସ ଅଠାୱଲେ
୬. ରାମନାଥ ଠାକୁର
୭. ନିତ୍ୟାନନ୍ଦ ରାୟ
୮. ଅନୁପ୍ରିୟା ପଟେଲ
୯. ଭି. ସୋମନ୍ନା
୧୦. ଡ. ପ୍ରେମସାନୀ ଚନ୍ଦ୍ରଶେଖର
୧୧. ପ୍ରଫେସର ଏସ୍‌.ପି ସିଂ ବଘେଲ
୧୨. ଶୋଭା କରନ୍ଦଲାଜେ
୧୩. କୀର୍ତ୍ତିବର୍ଦ୍ଧନ ସିଂ
୧୪. ଭିଏଲ୍‌ ବର୍ମା
୧୫. ଶାନ୍ତନୁ ଠାକୁର
୧୬. ସୁରେଶ ଗୋପି
୧୭. ଡ. ଏଲ୍‌ ମୁରୁଗନ
୧୮. ଅଜୟ ତମତା
୧୯. ବଣ୍ଡି ସଞ୍ଜୟ କୁମାର
୨୦. କମଲେଶ ପାଶୱାନ
୨୧. ଭାଗିରଥ ଚୌଧୁରୀ
୨୨.ସତୀଶ ଚନ୍ଦ୍ର ଦୁବେ
୨୩. ସଞ୍ଜୟ ସେଠ୍‌
୨୪. ରଭନୀତ ସିଂ ବିଟୁ
୨୫. ଦୁର୍ଗାଦାସ ୱିକେ
୨୬. ରକ୍‌ସା ଖଡ୍‌ସେ
୨୭. ସୁକାନ୍ତ ମଜୁମଦାର
୨୮. ସାବିତ୍ରୀ ଠାକୁର
୨୯. ଟୋଖନ ସାହୁ
୩୦. ଡ. ରାଜଭୂଷଣ ଚୌଧୁରୀ
୩୧. ଭୂପତିରାଜୁ ଶ୍ରୀନିବାସ ବର୍ମା
୩୨. ହର୍ଷ ମାଲହୋତ୍ରା
୩୩. ନିମୁବେନ ବାମ୍ଭାନିୟା
୩୪. ମୁରଲିଧର ମୋହଲ
୩୫. ଜର୍ଜ କୁରିଆନ
୩୬. ପବିତ୍ର ମାର୍ଗେହେରିଟା

୫ ଜଣଙ୍କୁ ରାଷ୍ଟ୍ର ମନ୍ତ୍ରୀପଦ (ସ୍ୱାଧୀନ) ପଦବୀ

୧. ରାଓ ଇନ୍ଦ୍ରଜିତ ସିଂହ
୨. ଜିତେନ୍ଦ୍ର ସିଂହ
୩. ଅର୍ଜୁନରାମ ମେଘୱାଲ
୪. ପ୍ରତାପ ରାଓ ଗଣପତ ରାଓ ଯାଦବ
୬. ଜୟନ୍ତ ଚୌଧୁରୀ

 

 

Get real time updates directly on you device, subscribe now.