fbpx

ଓଡ଼ିଶାର କେତେ ହିତାଧିକାରୀ ପାଉଛନ୍ତି ମଧୁବାବୁ ପେନସନ୍‍ ଯୋଜନାରେ ଭତ୍ତା ? ଉତ୍ତର ଦେଲେ ମନ୍ତ୍ରୀ ଅଶୋକ ପଣ୍ଡା

AAKASH

ଭୁବନେଶ୍ୱର :ରାଜ୍ୟରେ ବର୍ତ୍ତମାନ ମୋଟ୍‍ ୫୩ ଲକ୍ଷ ୮ହଜାର ୯୬୭ ଜଣ ବିଭିନ୍ନ ବର୍ଗର ହିତାଧିକାରୀ ମଧୁବାବୁ ପେନ୍‍ସନ ଯୋଜନା ଓ ଜାତୀୟ ସାମାଜିକ ଯୋଜନାରେ ଭତ୍ତା ପାଉଛନ୍ତି ବୋଲି ସାମଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଧାନସଭାରେ କହିଛନ୍ତି । ସେ କହିଛନ୍ତି, ଏହି ହିତାଧିକାରୀ ମାନଙ୍କୁ ମାସିକ ୫୦୦, ୭୦୦ ଓ ୯୦୦ ଟଙ୍କାର ଭତ୍ତା ମିଳୁଛି ।

ଏହି ବର୍ଗରେ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଓ ଅନ୍ୟାନ୍ୟ ବର୍ଗର ହିତାଧିକାରୀ ସାମିଲ ଅଛନ୍ତି । ପ୍ରଶ୍ନକାଳରେ ସଦସ୍ୟ ମକରନ୍ଦ ମୁଦୁଲି, ସନ୍ତୋଷ ସିଂହ ସାଲୁଜା, ଭୂପିନ୍ଦର ସିଂହ, ଓ କୁସୁମ ଟେଟେ ପ୍ରମୁଖଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି, ଏହି ବର୍ଗର ହିତାଧିକାରୀଙ୍କ ଭତ୍ତା ବୃଦ୍ଧି କରିବାର କୌଣସି ପ୍ରସ୍ତାବ ସରକାରଙ୍କ ପାଖରେ ନାହିଁ । ହେଲେ, ପ୍ରଶ୍ନ ରଖିଥିବା ବିଧାୟକମାନେ କହିଥିଲେ, ପଡୋଶୀ ରାଜ୍ୟର ଭତ୍ତାକୁ ଦୃଷ୍ଟିରେରଖି ଓଡିଶା ସରକାର ଭତ୍ତା ପରିମାଣ ୨ ହଜାର ୫୦୦ ରୁ ୩ ହଜାର ଟଙ୍କାପର୍ଯ୍ୟନ୍ତ କରାଯାଉ ।

Get real time updates directly on you device, subscribe now.