fbpx
BSKY
BJD YOUTH SKY
BJD MS SKY

ପ୍ଲାଷ୍ଟିକ୍‍ ବ୍ୟବହାରକୁ ହ୍ରାସ ପାଇଁ ଓଡ଼ିଶା ସରକାରଙ୍କ ପଦକ୍ଷେପ, ବାଣ୍ଟିଲେ ୨ଟି ଲେଖାଏଁ ଝୋଟ ବ୍ୟାଗ୍‍

ଭୁବନେଶ୍ୱର: ସବୁଜ ଓଡ଼ିଶା ଗଠନ ପାଇଁ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ୍‍ ବ୍ୟବହାର ହ୍ରାସ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ୨ଟି ଲେଖାଏଁ ଝୋଟ ତିଆରି ବ୍ୟାଗ୍‍ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିତାଧିକାରୀମାନଙ୍କୁ ବ୍ୟାଗ ବଣ୍ଟନ ଆରମ୍ଭ କରିଛନ୍ତି । ପରିବେଶର ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ଏହି କ୍ରମରେ ନବରଙ୍ଗପୁର ଜିଲ୍ଲାର ଖାଦ୍ୟ ସୁରକ୍ଷାଯୋଜନା ହିତାଧିକାରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଝୋଟ ବ୍ୟାଗ ବଣ୍ଟନ କରାଯାଇଛି । ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୧୦ କେଜି ଓ ୨୦ କେଜି କ୍ଷମତା ବିଶିଷ୍ଟ ଦୁଇଟି ଲେଖାଏଁ ବ୍ୟାଗ ବଣ୍ଟନ କରାଯାଇଛି । ସୂଚନାଯୋଗ୍ୟ, ଜିଲ୍ଲାର ମୋଟ ୩ ଲକ୍ଷ ୧୬ ହଜାର ୬୦୩ ଜଣ ହିତାଧିକାରୀଙ୍କୁ ମୋଟ ୬ ଲକ୍ଷ ୩୩ ହଜାର ୨୦୬ଟି ଝୋଟ ବ୍ୟାଗ ବଣ୍ଟନ କରାଯିବ ।

Get real time updates directly on you device, subscribe now.