fbpx

ବିଜେଡିରେ ଯୋଗ ଦେବା କ୍ଷଣି ନୂଆ ଦାୟିତ୍ୱ ପାଇଲେ ସଂତୃପ୍ତ ମିଶ୍ର

ଭୁବନେଶ୍ୱର: ବିଜେଡିରେ ଯୋଗ ଦେବା କ୍ଷଣି ନୂଆ ଦାୟିତ୍ୱ ପାଇଲେ ସଂତୃପ୍ତ ମିଶ୍ର। ବିଜେଡିର ଜାତୀୟ ମୁଖପାତ୍ର ଭାବେ ସଂତୃପ୍ତ ମିଶ୍ରଙ୍କୁ ଦାୟିତ୍ୱ । ସଂଜୟ ଦାସବର୍ମାଙ୍କୁ ମଧ୍ୟ ମୁଖପାତ୍ର ଦାୟିତ୍ୱ ଦେଲେ ସୁପ୍ରିମୋ। ବିଜେଡ଼ିରେ ଯୋଗ ଦେବା ପରେ ଗଣମାଧ୍ୟମକୁ କହିଛନ୍ତି “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଭଳି ଭାବେ ଓଡିଶାକୁ ଆଗକୁ ନେଇଛନ୍ତି, ବିଜୁ ଜନତା ଦଳକୁ ଯେଉଁଭଳି ଭାବେ ମୌଳିକତାର ଆଧାରରେ ୨୫ ବର୍ଷ ଧରି ପରିଚାଳନା କରିଛନ୍ତି। ସେଥିରୁ ମୁଁ ପ୍ରେରଣା ପାଇଛି। ମୁଁ ବିଜୁ ଜନତା ଦଳରେ ଯୋଗ ଦେଇ ତାଙ୍କର ହାତମୁଠାକୁ ଟାଣ କରିବି । ଓଡ଼ିଶାକୁ ଉନ୍ନତି ପଥରେ ଆଗେଇ ନେବି ।” ଆଜି ନବୀନ ନିବାସ ଯାଇ ସଂତୃପ୍ତ ମିଶ୍ର ବିଜେଡିରେ ସାମିଲ ହୋଇଛନ୍ତି ।

ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ ବିଭାଗରେ ନିର୍ଦ୍ଦେଶକ ଥିଲେ ସଂତୃପ୍ତ ମିଶ୍ର। ଡିସେମ୍ବରରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ଆଜି ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ଏନେଇ ସନ୍ତୃପ୍ତ କହିଛନ୍ତି, “ମୋର ଜନ୍ମସ୍ଥାନ ଓଡିଶାକୁ ଫେରି ସେବା କରିବା ପାଇଁ ବଡ ସୁଯୋଗ ମିଳିଛି। ପ୍ରଗତିଶୀଳ ରାଜନୈତିକ ଦଳ ବିଜେଡି ପକ୍ଷରୁ ସେବା କରିବାର ସୁଯୋଗ ମିଳିଛି । ମୁଁ ଓଡିଶାରେ ଜନ୍ମ ହୋଇଥିଲେ ମଧ୍ୟ ଓଡ଼ିଶା ବାହାରେ ରହି ଚାକିରି କରୁଥିଲି । କିନ୍ତୁ ମୋର ଇଚ୍ଛା ଥିଲା ମୁଁ ଓଡିଶା ଆସି ଓଡିଶାବାସୀଙ୍କର କିଛି ସେବା କରିବି।” ଗଣମାଧ୍ୟମକୁ ଏପରି କହିଛନ୍ତି ସଂତୃପ୍ତ।

Get real time updates directly on you device, subscribe now.