fbpx

‘କେତେ ଲୋକ ଡେଟ୍‌ରେ ନିଜ ସହ ଛୁରୀ ନେଇ ଯାଇଥାନ୍ତି’? ଗଛରେ ପ୍ରେମିକାଙ୍କ ନାଁ ଲେଖିବାକୁ ନେଇ ଏପରି କହିଲେ କାଜୋଲ

ମୁମ୍ବାଇ:କାଜୋଲ ପ୍ରାୟ ସମୟରେ ସୋସିଆଲ ମିଡିଆରେ ମଜାଦାର ଓ ନୂଆ ନୂଆ ପୋଷ୍ଟ କରିଥାନ୍ତି । ରବିବାର ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜର ଏକ ସୁନ୍ଦର ବିଚାର ସେୟାର କରିଛନ୍ତି । ଗଛରେ ନିଜ ନାମ ଆଙ୍କୁଥିବା ପ୍ରେମୀଙ୍କୁ ସେ ଟାର୍ଗେଟ୍ କରି କହିଛନ୍ତି, ଯେତେବେଳେ ମୁଁ ଗଛରେ ପ୍ରେମିକାଙ୍କ ନାମ ଖୋଦେଇ ହୋଇଥିବାର ଦେଖିଥାଏ ସେତେବେଳେ ମୋତେ ଏହା ଆଦୌ ପସନ୍ଦ ଆସେ ନାହିଁ । ମୋତେ ଏହା ଅଜବ ଲାଗିଥାଏ । ମୋ ମନରେ ପ୍ରଶ୍ନ ଉଠେ ଯେ, କେତେ ଲୋକ ଡେଟିଂରେ ଯିବା ସମୟରେ ନିଜ ସହ ଛୁରୀ ନେଇ ଯାଇଥାନ୍ତି ।

ଅଭିନେତ୍ରୀ ଏପ୍ରିଲ ୨୦ ତାରିଖରେ ନିଜ ଝିଅ ନିସାଙ୍କ ୨୧ତମ ଜନ୍ମଦିନ ପାଳନ କରିଛନ୍ତି । ୧୯୯୯ରେ କାଜୋଲ ଅଜୟ ଦେବଗନଙ୍କୁ ବିବାହ କରିଥିଲେ । ଏମାନଙ୍କର ଦୁଇ ସନ୍ତାନ (ଝିଅ ନିସା ଓ ପୁଅ ୟୁଗ) ଅଛନ୍ତି । କାଜୋଲ ଗତଥର ‘ଲଷ୍ଟ ଷ୍ଟୋରିଜ୍ ୨’ରେ ନଜର ଆସିଥିଲେ ।

Get real time updates directly on you device, subscribe now.